Posts

Showing posts from May, 2022

ଶ୍ରୀ ବୈଶାଖ ମାହାତ୍ମ୍ୟ

 ଶ୍ରୀ_ବୈଶାଖ_ମାହାତ୍ମ୍ୟ  ******************(ଊନତ୍ରିଂଶ ଅଧ୍ୟାୟ) ଭକ୍ତକବି ରାମଦାସଙ୍କ ବିରଚିତ :- #ଊନତ୍ରିଂଶ_ଅଧ୍ୟାୟ        #ରାଜୋବାଚ  ଏମନ୍ତ ସକ୍ରୀତ ନୃପତି । କହିଲେ ସୁତଦେବ କତି ।। ସେ ନାରୀ ଏତେ କୃତ୍ୟ କଲା ।କେବଣ ଗତିକି ଲଭିଲା ।। ତା ଶୁଣି ସୁତଦେବ କହି । ଶୁଣ ମିଥିଳା ନୃପସାଇଁ ।। ସେ ନାରୀ ଦେହେ ହତ୍ୟାଦୋଷ। ତକ୍ଷଣେ ହୋଇଲା ପ୍ରବେଶ।।  ଦେହରେ କୁଷ୍ଠବ୍ୟାଧି ହେଲା । ଦିନକୁ ଦିନ ବ୍ୟାପିଗଲା ।।  ଛିଡ଼ିଣ ହସ୍ତ ପଦ ଦୁଇ । ବହୁତ କଷ୍ଟ ସେ ଲଭଇ।।   ଅନେକ ହେଲା କଦର୍ଥନ । ଛିଡ଼ି ପଡ଼ିଲା ମାଂସମାନ ।।  ମାଦଳ ଗୋଟା ପଡ଼ିଥାଇ । ବସିଲାଠାରୁ ନ ଉଠଇ ।।  କ୍ଷୁଧାରେ ଆକୁଳ ହୋଇଣ । ଡାକଇ ମୋର ରଖ ପ୍ରାଣ।।  ଲୋକେ କହିଲେ ତାହା ଶୁଣି । ତୁ ଛାର ହୀନ ଚାଣ୍ଡାଳୁଣୀ।।  ପତିକି ଖୁଆଇ ଔଷଧ । ଆପଣା ହସ୍ତେ କଲୁ ବଧ।। ତୋ ମୁଖ ଚାହିଁ ନ ଯୋଗାଇ । ତୁ ପାପୀ ଅଟୁ ସ୍ଵାମୀଦ୍ରୋହୀ।।  କେ ବୋଲେ ଏହା ମୁଖପୋଡୁ । ଅନ୍ନ ମାଗିଲେ ମାର ଝାଡ଼ୁ।।  କେ ବୋଲେ ଆପଣେ ଅର୍ଜିଲା । ତୁମ୍ଭର କେଉଁ ଦୋଷ କଲା।।  ପାରିଲେ ତାକୁ କିଛି ଦିଅ । ନୋହିଲେ କିଛି ଗୋ ନ କହ ।।  କେ ବୋଲେ ନୁହଇ ଏ ଭୋଗ । ସ୍ଵାମୀକି କରିଛି ସୁଆଗ।।  ସ୍ବାମୀକି ଔଷଧ ଖୁଆଇ । କୋଳରେ ଘେନିଅଛି ଶୋଇ।।  କେ ବୋଲେ ଔଷଧର ଗୁଣ । ଫଳିଲା ଦେଖ ...

ଅକ୍ଷୟ ତୃତୀୟା

 🔴   #ଅକ୍ଷୟ #ତୃତୀୟା 🔴 #ଅକ୍ଷିମୁଠି ଅନୁକୂଳ, #ଚନ୍ଦନଯାତ୍ରାର ଆରମ୍ଭ 🌱🌿☘️🍀🌲🌳🪴🍏🍓🍎🍋🍑🍊🍐🥭🍍🍊         ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ । ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ । ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ । ଏହାକୁ ଅକ୍ଷିମୁଠି କହନ୍ତି । ସଧବା ସ୍ତ୍ରୀମାନେ ଏ ଦିନ ‘ଷଠିଦେବୀ’ଙ୍କ ପୂଜା କରନ୍ତି । 💥ଅକ୍ଷୟ ତୃତୀୟା ବ୍ରତ ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ସହିତ କୃତ୍ତିକା ବା ରୋହିଣୀ ନକ୍ଷତ୍ରଯୁକ୍ତ ହେଲେ ମହାଫଳ ପ୍ରାପ୍ତିହୁଏ । ଏହାକୁ ବ୍ରତ ରୂପେ ପାଳନ କରାଯାଏ । ବ୍ରତୀମାନେ ...

ନବଗୁଞ୍ଜର ରୂପ

 🐂   ।।  ନବଗୁଞ୍ଜର ରୂପ  ।।  🐃                 ଆମ ପୁରାଣମାନଙ୍କରେ ଭଗବାନ ବିଷ୍ଣୁଙ୍କର ବିଭିନ୍ନ ଅବତାର ସମ୍ପର୍କରେ ବର୍ଣ୍ଣନା ଅଛି । ଯେତେବେଳେ ପୃଥିବୀରେ ପାପର ଭାର ବେଶି ହୋଇଯାଏ, ସେତେବେଳେ ଭଗବାନ୍ ବିଷ୍ଣୁ ପୃଥିବୀରେ ନୂଆ ରୂପରେ ଆବିର୍ଭାବ ହୁଅନ୍ତି । ତାହା ତାଙ୍କର ଅବତାର । ଆମ ପୁରାଣରେ ଭଗବାନ୍ ବିଷ୍ଣୁଙ୍କର ୧୦ଟି ମୁଖ୍ୟ ଅବତାର ସମ୍ପର୍କରେ ବର୍ଣ୍ଣନା ଅଛି ।             ମାତ୍ର ତାଙ୍କର ୨୪ଟି ଲୀଳାବତାର ସମ୍ପର୍କରେ ମଧ୍ୟ ପୁରାଣମାନଙ୍କରେ ଉଲ୍ଲେଖ ମିଳେ । କିନ୍ତୁ ଭଗବାନ ବିଷ୍ଣୁ ଆହୁରି ଏକ ବିଚିତ୍ର ରୂପ ଗ୍ରହଣ କରିଥିବାର କୌତୁକପୂର୍ଣ୍ଣ ବିବରଣୀ ମିଳେ ଆମ ଓଡ଼ିଆ ସାରଳା ଦାସଙ୍କ ମହାଭାରତରୁ ।             ଆମେ ସମସ୍ତେ ଜାଣୁ ଯେ, ପାଣ୍ଡବ ପାଞ୍ଚଭାଇଙ୍କ ଭିତରୁ ଅର୍ଜ୍ଜୁନ ଲାଖ ବିନ୍ଧି ଦ୍ରୁପଦ ରାଜାଙ୍କ ଝିଅ ଦ୍ରୌପଦୀଙ୍କୁ ଜିତିଥିଲେ । ମାତ୍ର ଯେତେବେଳେ ମାଆ କୁନ୍ତୀଙ୍କୁ ସେକଥା କହିବାକୁ ଗଲେ, ସେତେବେଳେ କୁନ୍ତୀ କହିଲେ, ଯାହା ଆଣିଛ ତାହାକୁ ପାଞ୍ଚାଭାଇ ବାଣ୍ଟିନିଅ । ମାତ୍ର ଦ୍ରୌପଦୀଙ୍କୁ ପାଞ୍ଚ ଭାଇଙ୍କ ଭିତରେ ବଣ୍ଟାଯିବ କିପରି? ତେଣୁ ପରସ୍ପର ମଧ୍ୟରେ ବିଚାର କରି ସ୍ଥିର ହେଲା ଯେ ଦ୍ରୌପଦୀଙ୍କୁ ପାଞ୍ଚଭାଇଯାକ ବିବାହ କରିବେ ...