ଶକ୍ତିଶାଳୀ " ଶିବ ପଞ୍ଚାକ୍ଷରୀ ମନ୍ତ୍ର " ଏବଂ " ଶିବ ଷଡ଼କ୍ଷାର ମନ୍ତ୍ର "
🔱❗⚪ -: ll 🔱 ଶକ୍ତିଶାଳୀ " ଶିବ ପଞ୍ଚାକ୍ଷରୀ ମନ୍ତ୍ର " ଏବଂ " ଶିବ ଷଡ଼କ୍ଷାର ମନ୍ତ୍ର " 🔱ll :- *"ନମଃ ଶିବାୟ"* ଏହି ମନ୍ତ୍ରଟି ହେଉଛି ଶିବ ପଞ୍ଚାକ୍ଷର ମନ୍ତ୍ର ଏବଂ *"ଓଁ ନମଃ ଶିବାୟ"* ଏହି ମନ୍ତ୍ରଟି ହେଉଛି ଷଡ଼କ୍ଷାର ମନ୍ତ୍ର । ପ୍ରତ୍ୟେକ ଶିବ ଭକ୍ତ ଏହି ମନ୍ତ୍ରର ନିରନ୍ତର ଉଚ୍ଚାରଣ କରିଥାନ୍ତି । କୁହାଯାଏ ଏହି ମନ୍ତ୍ର ଜପ କଲେ ସର୍ବ ପାପ କ୍ଷୟ ହୋଇଥାଏ । ସ୍କନ୍ଦ ପୁରାଣରେ କୁହାଯାଇଛି ଯେ "ଯାହାର ହୃଦୟରେ "ନମଃ ଶିବାୟ" ଓ "ଓଁ ନମଃ ଶିବାୟ" ମନ୍ତ୍ର ବାସ କରେ, ତାଙ୍କୁ ଅନ୍ୟ ମନ୍ତ୍ର, ତୀର୍ଥ, ତପସ୍ୟା, ଯଜ୍ଞର କୌଣସି ଆବଶ୍ୟକତା ନାହିଁ" । ଶିବ ପଞ୍ଚାକ୍ଷର ଓ ଷଡ଼କ୍ଷାର ମନ୍ତ୍ରକୁ ସଂଜୀବନୀ ମନ୍ତ୍ର କୁହାଯାଏ ଯେଉଁଥିରେ ସମସ୍ତ ବେଦର ଜ୍ଞାନ, ସିଦ୍ଧି, ଅଲୌକିକ ଓ ପରଲୌକିକ ସୁଖ, ସମସ୍ତ ଜନ୍ମର ପାପ ନାଶ ହେବା ଶକ୍ତି ନିହିତ ଥାଏ । ଶିବ ପଞ୍ଚାକ୍ଷରୀ ମନ୍ତ୍ର ପଢିଲେ ଅନେକ କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।ଯଦି କୌଣସି ବ୍ୟକ୍ତି ଦୀର୍ଘାୟୁ ହେବା ପାଇଁ ଇଚ୍ଛା ପ୍ରକଟ କରିଥାନ୍ତି, ତେବେ ଗଙ୍ଗାରେ ସ୍ନାନ ସମୟରେ ୧ଲକ୍ଷ ଥର ଶିବ ପଞ୍ଚାକ୍ଷର ମନ୍ତ୍ର ଜପ କଲେ ଦୀର୍ଘାୟୁ ପ୍ରାପ୍ତ ହୁଏ । ଅକାଳ...