ଶକ୍ତିଶାଳୀ " ଶିବ ପଞ୍ଚାକ୍ଷରୀ ମନ୍ତ୍ର " ଏବଂ " ଶିବ ଷଡ଼କ୍ଷାର ମନ୍ତ୍ର "

 🔱❗⚪

-: ll 🔱 ଶକ୍ତିଶାଳୀ " ଶିବ ପଞ୍ଚାକ୍ଷରୀ ମନ୍ତ୍ର " ଏବଂ " ଶିବ  ଷଡ଼କ୍ଷାର ମନ୍ତ୍ର " 🔱ll :- 


          *"ନମଃ ଶିବାୟ"* ଏହି ମନ୍ତ୍ରଟି ହେଉଛି ଶିବ ପଞ୍ଚାକ୍ଷର ମନ୍ତ୍ର ଏବଂ *"ଓଁ ନମଃ ଶିବାୟ"* ଏହି ମନ୍ତ୍ରଟି ହେଉଛି ଷଡ଼କ୍ଷାର ମନ୍ତ୍ର । ପ୍ରତ୍ୟେକ ଶିବ ଭକ୍ତ ଏହି ମନ୍ତ୍ରର ନିରନ୍ତର ଉଚ୍ଚାରଣ କରିଥାନ୍ତି । କୁହାଯାଏ ଏହି ମନ୍ତ୍ର ଜପ କଲେ ସର୍ବ ପାପ କ୍ଷୟ ହୋଇଥାଏ ।


       ସ୍କନ୍ଦ ପୁରାଣରେ କୁହାଯାଇଛି ଯେ "ଯାହାର ହୃଦୟରେ "ନମଃ ଶିବାୟ" ଓ "ଓଁ ନମଃ ଶିବାୟ" ମନ୍ତ୍ର ବାସ କରେ, ତାଙ୍କୁ ଅନ୍ୟ ମନ୍ତ୍ର, ତୀର୍ଥ, ତପସ୍ୟା, ଯଜ୍ଞର କୌଣସି ଆବଶ୍ୟକତା ନାହିଁ" ।


          ଶିବ ପଞ୍ଚାକ୍ଷର ଓ ଷଡ଼କ୍ଷାର ମନ୍ତ୍ରକୁ ସଂଜୀବନୀ ମନ୍ତ୍ର କୁହାଯାଏ ଯେଉଁଥିରେ ସମସ୍ତ ବେଦର ଜ୍ଞାନ, ସିଦ୍ଧି, ଅଲୌକିକ ଓ ପରଲୌକିକ ସୁଖ, ସମସ୍ତ ଜନ୍ମର ପାପ ନାଶ ହେବା ଶକ୍ତି ନିହିତ ଥାଏ । ଶିବ ପଞ୍ଚାକ୍ଷରୀ ମନ୍ତ୍ର ପଢିଲେ ଅନେକ କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।ଯଦି କୌଣସି ବ୍ୟକ୍ତି ଦୀର୍ଘାୟୁ ହେବା ପାଇଁ ଇଚ୍ଛା ପ୍ରକଟ କରିଥାନ୍ତି, ତେବେ ଗଙ୍ଗାରେ ସ୍ନାନ ସମୟରେ ୧ଲକ୍ଷ ଥର ଶିବ ପଞ୍ଚାକ୍ଷର ମନ୍ତ୍ର ଜପ କଲେ ଦୀର୍ଘାୟୁ ପ୍ରାପ୍ତ ହୁଏ ।


              ଅକାଳମୃତ୍ୟୁ ଭୟ ରହୁଥିଲେ ପ୍ରତି ଶନିବାର ଦିନ ଅଶ୍ୱସ୍ଥ ବୃକ୍ଷକୁ ସ୍ପର୍ଶ କରି ଶିବ ପଞ୍ଚାକ୍ଷରୀ ମନ୍ତ୍ରକୁ ୧୧ ଥର ଜପିଲେ ଏହି ଭୟ ନାଶ ହୁଏ ବୋଲି ଶାସ୍ତ୍ରରେ ଲେଖା ରହିଛି ।


           ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ସମୟରରେ ଏହି ପଞ୍ଚାକ୍ଷରୀ ମନ୍ତ୍ର କୁ ଶିବଙ୍କୁ ଧ୍ୟାନ କରି ୧ଲକ୍ଷ ଥର ଜପ କଲେ ସମସ୍ତ ମନୋବାଞ୍ଛା ପୂର୍ଣ୍ଣ ହୋଇଥାଏ ।


       ବିଦ୍ୟା ଓ ଲକ୍ଷ୍ମୀ ପ୍ରାପ୍ତି ପାଇଁ ଶିବ ପଞ୍ଚାକ୍ଷର ମନ୍ତ୍ରକୁ ୧୧ ଥର ଜପ କରି ଆଞ୍ଜୁଳିରେ ପାଣି ନେଇ ଶିବଲିଂଗରେ ଅଭିଷେକ କରନ୍ତୁ ।


         ପ୍ରତିଦିନ ୧୦୮ ଥର ଶିବ ପଞ୍ଚାକ୍ଷରୀ ମନ୍ତ୍ର ଜପ କରି ସୂର୍ଯ୍ୟଙ୍କୁ ଜଳ ଚଢ଼େଇଲେ ଦୀର୍ଘଦିନର ପୁରାତନ ରୋଗରୁ ଉପଶମ ମିଳିବା ସହ ଆରୋଗ୍ୟ ପ୍ରାପ୍ତ ହୁଏ ।


   ଏହି ମନ୍ତ୍ର କୁ ପୂର୍ବ ବା ଉତ୍ତର ଦିଗକୁ ମୁଖକରି  ପ୍ରତିଦିନ ୧୦୮ ଥର ରୁଦ୍ରାକ୍ଷ ମାଳାରେ ଜପ କଲେ କୋଟି ପୁଣ୍ୟ ମିଳେ


https://fantomclub.us/signup.html?ref=1000465922



.

Comments

Popular posts from this blog

ବନଦୁର୍ଗାମନ୍ତ୍ରବିଧାନମ୍

*"ମୁଁ ଜଣେ ଓଡ଼ିଆ"* ଲେଖାଟି ଖୁବ୍ ଉଚ୍ଚ କୋଟୀର ହୋଇଛି। ଏହାକୁ ନିଶ୍ଚିତ ଶେଷଯାଏ ପଢ଼ନ୍ତୁ।

ସିଦ୍ଧିଲକ୍ଷ୍ମୀସ୍ତୋତ୍ରମ୍