ବିରୁଦ୍ଧ ଆହାର ଉପରେ
*ବିରୁଦ୍ଧ ଆହାର ଉପରେ…* ଯେଉଁ ଆହାର କରିବା ଦ୍ୱାରା ଆମର ଶରୀର ଓ ମନ ଦୁହିଁଟା କ୍ଷତି ଗ୍ରସ୍ତ ହୁଏ ତାକୁ ବିରୁଦ୍ଧ ଆହାର କୁହାଯାଏ l ଉଦାହରଣ :- 1- କ୍ଷୀର ସହିତ ଲୁଣ, ଖଟା ଫଳ, ବାଇଗଣ, ଆମିଷ ଜିନିଷ, ପଣସ, ପିଆଜ, ମୂଳା, ଚଣା ଜାତୀୟ ଖାଦ୍ୟ ଆଦି l ଏହା ଦ୍ୱାରା ଆମର ପୃଥିବୀ ତତ୍ତ୍ୱ ଅସନ୍ତୁଳିତ ହୋଇଥାଏ ଆଉ ନାନା ପ୍ରକାର ଚର୍ମ ରୋଗ ଦେଖାଯାଏ l ଶରୀରରେ ରୋଗ ପ୍ରତିରୋଧ ଶକ୍ତି କମିଯାଏ l କେଶ ଉପୁଡିବା ଆରମ୍ଭ ହୁଏ l 2- ଦହି ସହିତ ଲୁଣ ଓ ବିରି ଡାଲି ଖାଇବା (ଦହିବରା) ବିଲକୁଲ ଖାଇବା ଉଚିତ ନୁହଁ । ଏହା ଦ୍ୱାରା ଆମର ବ୍ଲଡ଼ ପ୍ରେସର ତୁରନ୍ତ ବଢିଯାଏ l ଶରୀର ଶିରା ପ୍ରଶିରା ବ୍ଲକ ହେବା ଆରମ୍ଭ ହୁଏ l 3- ଛେନା ବା ପନିର ସହିତ ଲୁଣ ଓ ଚଣା। ଛେନା ବା ପନିର ଜିନିଷରେ ଲୁଣ ପଡିଲା ମାନେ ତାହା ବିଷ ହେଇଯାଏ l ଆପଣ ନିଜେ ପରୀକ୍ଷା କରି କହିବେ ଯେଉଁଦିନ ଆପଣ ପନିର ଖାଇବେ ସେହିଦିନ ଆପଣଙ୍କ ପେଟ ଅଶାନ୍ତ ରହେ l ଭାରି ଭାରି ଲାଗେ l ପେଟ ସଫା ହୁଏ ନାହିଁ l ଶରୀରକୁ ବ୍ଲକ କରିଦିଏ l ଏହା ଆଜିକାଲି ସବୁ ଘରେ ଓ ଭୋଜି ମାନଙ୍କରେ ଖାଇବାକୁ ମିଳୁଛି l ଆପଣ ଠିକ ଭାବରେ ନଜାଣି ତାକୁ ଖାଇ ନିଜ ଶରୀର ପାଇଁ ସମସ୍ୟା ସୃଷ୍ଟି କରନ୍ତି l ଏହା ଚର୍ମ ରୋଗ କରିବାରେ ଗୋଟିଏ ପ୍ରମୁଖ କାରଣ ସାଜେ l ପନିର ମାନେ କ୍ଷୀରର ଛେନା ଏକ ଅମୃତତୁଲ୍ୟ ଜିନିଷ କିନ୍ତୁ ଲୁଣକୁ ଆୟୁର୍ବେଦରେ ବିଷ କୁହାଯାଏ ସେଥିପାଇଁ ତ ଉପବାସ ବ...