ବିରୁଦ୍ଧ ଆହାର ଉପରେ
*ବିରୁଦ୍ଧ ଆହାର ଉପରେ…*
ଯେଉଁ ଆହାର କରିବା ଦ୍ୱାରା ଆମର ଶରୀର ଓ ମନ ଦୁହିଁଟା କ୍ଷତି ଗ୍ରସ୍ତ ହୁଏ ତାକୁ ବିରୁଦ୍ଧ ଆହାର କୁହାଯାଏ l ଉଦାହରଣ :-
1- କ୍ଷୀର ସହିତ ଲୁଣ, ଖଟା ଫଳ, ବାଇଗଣ, ଆମିଷ ଜିନିଷ, ପଣସ, ପିଆଜ, ମୂଳା, ଚଣା ଜାତୀୟ ଖାଦ୍ୟ ଆଦି l
ଏହା ଦ୍ୱାରା ଆମର ପୃଥିବୀ ତତ୍ତ୍ୱ ଅସନ୍ତୁଳିତ ହୋଇଥାଏ ଆଉ ନାନା ପ୍ରକାର ଚର୍ମ ରୋଗ ଦେଖାଯାଏ l ଶରୀରରେ ରୋଗ ପ୍ରତିରୋଧ ଶକ୍ତି କମିଯାଏ l କେଶ ଉପୁଡିବା ଆରମ୍ଭ ହୁଏ l
2- ଦହି ସହିତ ଲୁଣ ଓ ବିରି ଡାଲି ଖାଇବା (ଦହିବରା) ବିଲକୁଲ ଖାଇବା ଉଚିତ ନୁହଁ ।
ଏହା ଦ୍ୱାରା ଆମର ବ୍ଲଡ଼ ପ୍ରେସର ତୁରନ୍ତ ବଢିଯାଏ l ଶରୀର ଶିରା ପ୍ରଶିରା ବ୍ଲକ ହେବା ଆରମ୍ଭ ହୁଏ l
3- ଛେନା ବା ପନିର ସହିତ ଲୁଣ ଓ ଚଣା।
ଛେନା ବା ପନିର ଜିନିଷରେ ଲୁଣ ପଡିଲା ମାନେ ତାହା ବିଷ ହେଇଯାଏ l ଆପଣ ନିଜେ ପରୀକ୍ଷା କରି କହିବେ ଯେଉଁଦିନ ଆପଣ ପନିର ଖାଇବେ ସେହିଦିନ ଆପଣଙ୍କ ପେଟ ଅଶାନ୍ତ ରହେ l ଭାରି ଭାରି ଲାଗେ l ପେଟ ସଫା ହୁଏ ନାହିଁ l ଶରୀରକୁ ବ୍ଲକ କରିଦିଏ l ଏହା ଆଜିକାଲି ସବୁ ଘରେ ଓ ଭୋଜି ମାନଙ୍କରେ ଖାଇବାକୁ ମିଳୁଛି l ଆପଣ ଠିକ ଭାବରେ ନଜାଣି ତାକୁ ଖାଇ ନିଜ ଶରୀର ପାଇଁ ସମସ୍ୟା ସୃଷ୍ଟି କରନ୍ତି l ଏହା ଚର୍ମ ରୋଗ କରିବାରେ ଗୋଟିଏ ପ୍ରମୁଖ କାରଣ ସାଜେ l ପନିର ମାନେ କ୍ଷୀରର ଛେନା ଏକ ଅମୃତତୁଲ୍ୟ ଜିନିଷ କିନ୍ତୁ ଲୁଣକୁ ଆୟୁର୍ବେଦରେ ବିଷ କୁହାଯାଏ ସେଥିପାଇଁ ତ ଉପବାସ ବ୍ରତ କଲେ ଲୁଣ ଖାଇବା ମନା ଥାଏ ଆମ ସଂସ୍କୃତିରେ l
4- ସମ ପରିମାଣରେ ଘିଅ ଓ ମହୁ ବିଷ ତୁଲ୍ୟ ।
ସମ ପରିମାଣରେ ଘିଅ ଓ ମହୁ ଖାଇଲେ ପରିସ୍ରା ଓ ଝାଡା ବନ୍ଦ ହେଇଯାଏ ଏବଂ ଶରୀର ବିଷାକ୍ତ ହୋଇଯାଏ l ବିଷମ ପରିମାଣରେ ଖାଇଲେ କୌଣସି ଅସୁବିଧା ହୁଏ ନାହିଁ l ବହୁତ ଲାଭ କରେ l
5- ଅଙ୍କୁରିତ ଜିନିଷ ।
ବହୁତ ଲୋକଙ୍କ ଭୁଲ ଧାରଣା ଅଛି ଯେ ଗଜା ମୁଗ, ଗଜା ବୁଟ ଖାଇଲେ ବହୁତ ଭିଟାମିନ ଓ ପୋଷାକ ତତ୍ତ୍ୱ ମିଳେ କିନ୍ତୁ ଆପଣ ଜାଣିନାହାନ୍ତି ଏହା ଖାଇଲେ ଆପଣଙ୍କ ହଜମ ଶକ୍ତି କମିଯାଏ l ପେଟରେ ଗ୍ୟାସ ହୁଏ ଏବଂ ଏଥିରେ ଥିବା ଜୀବାଣୁମାନେ ଆପଣଙ୍କ ପେଟରେ ବହୁତ କ୍ଷତି କରନ୍ତି l ଅଧିକ ଦିନ ଅଙ୍କୁରିତ ଜିନିଷ ସେବନ କରୁଥିବା ଲୋକମାନଙ୍କ ପାଖରେ ପେଟ ସମ୍ବନ୍ଧୀୟ ସମସ୍ୟା ସବୁ ଦେଖାଯାଏ l ଏହା ହୃଦୟ ଆଘାତ ଆଣିବାରେ ମଧ୍ୟ ସହାୟକ ହୁଏ l ପ୍ରକୃତିର ନିୟମ ହେଲା ଯେଉଁ ମଞ୍ଜିରେ ଗଜା ଆସିଛି ତାହା କୌଣସି ଜୀବର ଖାଇବା ପାଇଁ ଅନୁକୂଳ ନୁହଁ ତାହା କେବଳ ମାଟି ପାଇଁ ଅନୁକୂଳ ହୋଇଥାଏ l
6- ସକାଳେ କ୍ଷୀର ପିଇବା ଓ ରାତିରେ ଦହି ଖାଇବା ।
ସମୟ ଓ କାଳ ଦୃଷ୍ଟିରୁ ଆୟୁର୍ବେଦ ସବୁ ଖାଦ୍ୟ ଖାଇବା ପାଇଁ ଅଲଗା ଅଲଗା ସମୟ ନିର୍ଧାରଣ କରିଛି l ସକାଳେ ଫଳ, ଦୁହିପହର ରେ ଦହି ରାତି ପାଇଁ କ୍ଷୀରର ସମୟ ନିର୍ଦ୍ଧାରିତ ହୋଇଛି l କାରଣ ଯେଉଁ ଏଞ୍ଜାଇମ ସବୁ ଖାଦ୍ୟକୁ ପଚନ କରାଇ ବାରେ ସାହାଯ୍ୟ କରେ କେବଳ ଏହି ସମୟରେ ହିଁ ସକ୍ରିୟ ଥାଏ l ସେଥିପାଇଁ ସକାଳେ କ୍ଷୀର ପିଇଲେ ଏସିଡ଼ିଟି ଓ ଗ୍ୟାସ କରାଏ l କେବଳ ମା କ୍ଷୀର ଉପରେ ନିର୍ଭର ଥିବା ଶିଶୁମାନେ ସକାଳେ କ୍ଷୀର ପିଇପାରିବେ l
7- କଲରା ସହିତ କାକୁଡ଼ି, ଟମାଟୋ ସହିତ କାକୁଡ଼ି, ଲେମ୍ବୁ ସହିତ ଗାଜର ।
ସାଲାଡ଼ ଖାଇବା ବେଳେ କିଛି ବଡ଼ ଭୁଲ ଆମେ କରୁ l ଉପରେ ଯାହା ଲେଖା ହେଇଛି ତାକୁ ଏକା ସାଙ୍ଗରେ ଖାଇବା ଅନୁଚିତ l ସାଲାଡ଼ ଖାଇବା ପାଇଁ ସମୟ ହେଲା ଭୋଜନ କରିବାର 1-2 ଘଣ୍ଟା ପୂର୍ବ ହେବା ଉଚିତ l ଭୋଜନ କରି ସାରିବା ପରେ ସାଲାଡ଼ ଖାଇଲେ ଖାଦ୍ୟ ହଜମରେ ବାଧା ସୃଷ୍ଟି ହୁଏ l ଗାଜର ସହିତ ଲେମ୍ବୁ ଖାଇଲେ ମୂତ୍ର ରୋଗ ଦେଖାଯାଏ l ଟମାଟୋ ସହିତ କାକୁଡ଼ି ଖାଇଲେ ବା କାକୁଡ଼ି ସହିତ କଲରା ଖାଇଲେ ପେଟ ଗ୍ୟାସ ହୁଏ l
8- ମହୁ ଓ ଦହିକୁ ଗରମ କରିବା ।
ମହୁ ଓ ଦହିକୁ ଗରମ କରି ଖାଇଲେ ଶରୀର ପାଇଁ କୌଣସି କାମ କରେ ନାହିଁ l ନାନା ପ୍ରକାର କଫ ରୋଗ ଦେଖାଯାଏ l
9- ଘିଅକୁ ତମ୍ବା ପାତ୍ର ରେ ରଖିଲେ ଘିଅର ଔଷଧୀୟ ଗୁଣ ସମ୍ପୂର୍ଣ ନଷ୍ଟ ହୋଇଯାଏ ।
10- କଦଳୀ ସହିତ କ୍ଷୀର ।
ଏହା ଖାଇଲେ ପେଟ ସଫା ହୁଏ ନାହିଁ ଓ ନାନା ପ୍ରକାର ଚର୍ମ ରୋଗକୁ ବଢ଼ାଇଥାଏ l
11- ଚଣା ସହିତ ରସୁଣ ଖାଇଲେ ।
ଚଣା ସବୁବେଳେ ଅପରାହ୍ନ 4 ଟା ପୂର୍ବରୁ ଖାଇବା ଉଚିତ l ସନ୍ଧ୍ୟାରେ ଚଣା ଜାତୀୟ ଖାଦ୍ୟ ଖାଇଲେ ପେଟରେ ଗ୍ୟାସ ହୁଏ l ଚଣା ସହିତ ରସୁଣ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ।
Comments
Post a Comment