ରାମଚରିତ ମାନସର କେତେକ ରୋଚକ ତଥ୍ୟ

 *🏹 ରାମଚରିତ ମାନସର କେତେକ ରୋଚକ ତଥ୍ୟ🏹*


୧: ଲଙ୍କାରେ ଶ୍ରୀରାମଚନ୍ଦ୍ର= ୧୧୧ ଦିନ ଥିଲେ।

୨: ଲଙ୍କାରେ ଦେବୀ ସୀତା= ୪୩୫ ଦିନ ଥିଲେ।

୩: ମାନସ ରେ ଶ୍ଳୋକ ସଂଖ୍ୟା= ୨୭ ଅଟେ।

୪: ମାନସ ରେ ଚୋପାଈ ସଂଖ୍ୟା= ୪୬୦୮ ଅଟେ।

୫: ମାନସ ରେ ଦୋହା ସଂଖ୍ୟା= ୧୦୭୪ ଅଟେ।

୬: ମାନସ ରେ ସୋରଠା ସଂଖ୍ୟା= ୨୦୭ ଅଟେ।

୭: ମାନସ ରେ ଛନ୍ଦ ସଂଖ୍ୟା= ୮୬ ଅଟେ।

୮: ସୁଗ୍ରୀବଙ୍କ ବଳ ଥିଲା= ୧୦,୦୦୦ ହାତୀ ର।

୯: ସୀତା ମହାରାଣୀ ହୋଇଥିଲେ= ୩୩ ବର୍ଷ ବୟସରେ।

୧୦: ମାନସ ରଚନା ସମୟରେ ତୁଳସୀଦାସଙ୍କ ବୟସ= ୭୭ ବର୍ଷ ଥିଲା।

୧୧: ପୁଷ୍ପକ ବିମାନର ଗତି= ୪୦୦ ମାଇଲ୍/ଘଣ୍ଟା ଥିଲା।

୧୨: ରାମଦଳ ତଥା ରାବଣ ଦଳର ଯୁଦ୍ଧ= ୮୭ ଦିନ ଚାଲିଥିଲା।

୧୩: ରାମ ରାବଣ ଯୁଦ୍ଧ= ୩୨ ଦିନ ଚାଲିଥିଲା।

୧୪: ସେତୁ ନିର୍ମାଣ= ୫ ଦିନରେ ହୋଇଥିଲା।

୧୫: ନଳ ଓ ନୀଳ ଙ୍କ ପିତା= ବିଶ୍ଵକର୍ମା ଅଟନ୍ତି।

୧୬: ତ୍ରିଜଟା ଙ୍କ ପିତା= ବିଭୀଷଣ ଅଟନ୍ତି।

୧୭: ବିଶ୍ଵାମିତ୍ର ରାମଙ୍କୁ ନେଇ ଯାଇଥିଲେ= ୧୦ ଦିନ ପାଇଁ ।

   

*ଶ୍ରୀରାମଚନ୍ଦ୍ରଙ୍କ ପିତାମହ ପ୍ରପିତାମହ ଙ୍କ ନାମ କଣ ଥିଲା ? ଜାଣନ୍ତୁ:-*

୧- ବ୍ରହ୍ମା ଙ୍କ ପୁତ୍ର ମରୀଚି,

୨- ମରୀଚି ଙ୍କ ପୁତ୍ର କଶ୍ୟପ, 

୩- କଶ୍ୟପଙ୍କ ପୁତ୍ର ଥିଲେ ବିବସ୍ଵାନ, 

୪- ବିବସ୍ଵାନଙ୍କ ପୁତ୍ର ବୈବସ୍ୱତ ମନୁ ଅଟନ୍ତି, ବୈବସ୍ଵତ ମନୁଙ୍କ ସମୟରେ ଜଳ ପ୍ରଳୟ ହୋଇଥିଲା।

୫- ବୈବସ୍ଵତ ମନୁ ଙ୍କ ଦଶ ପୁତ୍ରଙ୍କ ମଧ୍ୟରୁ ଜଣକର ନାମ ଇକ୍ଷ୍ବାକୁ ଥିଲା, ଇକ୍ଷ୍ବାକୁ ଙ୍କ *ଅଯୋଧ୍ୟା* ନାମକ ଏକ ରାଜଧାନୀ ଥିଲା ଏବଂ ସେ ଇକ୍ଷ୍ବାକୁ କୁଳର ସ୍ଥାପନା କରିଥିଲେ।

୬- ଇକ୍ଷ୍ବାକୁ ଙ୍କ ପୁତ୍ର କୁକ୍ଷି ଥିଲେ, 

୭- କୁକ୍ଷି ଙ୍କ ପୁତ୍ରଙ୍କ ନାମ ବିକୁକ୍ଷି ଥିଲା, 

୮- ବିକୁକ୍ଷି ଙ୍କ ପୁତ୍ର ଵାଣ ଥିଲେ, 

୯- ଵାଣ ଙ୍କ ପୁତ୍ର ଅନରଣ୍ୟ ଥିଲେ, 

୧୦- ଅନରଣ୍ୟ ଙ୍କ ଠାରୁ ପୃଥୁ ଜନ୍ମ ହୋଇଥିଲେ, 

୧୧- ପୃଥୁ ଙ୍କ ଠାରୁ ତ୍ରିଶଙ୍କୁ ଜନ୍ମ ନେଇଥିଲେ, 

୧୨- ତ୍ରିଶଙ୍କୁ ଙ୍କ ପୁତ୍ର ଧୁଂଧୁମାର ଥିଲେ, 

୧୩- ଧୁନ୍ଧୁମାର ଙ୍କ ପୁତ୍ରଙ୍କ ନାମ ଥିଲା ଯୁବନାଶ୍ଵ, 

୧୪- ଯୁବନାଶ୍ଵ ଙ୍କ ପୁତ୍ର ମାନ୍ଧାତା ଅଟନ୍ତି, 

୧୫- ମାନ୍ଧାତାଙ୍କ ଠାରୁ ସୁସନ୍ଧି ଜନ୍ମ ହୋଇଥିଲେ, 

୧୬- ସୁସନ୍ଧି ଙ୍କ ଦୁଇଜଣ ପୁତ୍ର ଥିଲେ- ଧ୍ରୁବସନ୍ଧି ଏବଂ ପ୍ରସେନଜିତ, 

୧୭- ଧ୍ରୁବସନ୍ଧି ଙ୍କ ପୁତ୍ର ଭରତ ଅଟନ୍ତି, 

୧୮- ଭରତ ଙ୍କ ପୁତ୍ର ଅସିତ ଅଟନ୍ତି, 

୧୯- ଅସିତ ଙ୍କ ପୁତ୍ର ସଗର ଅଟନ୍ତି, 

୨୦- ସଗର ଙ୍କ ପୁତ୍ରଙ୍କ ନାମ ଅସମଂଜ ଥିଲା, 

୨୧- ଅସମଂଜ ଙ୍କ ପୁତ୍ରଙ୍କ ନାମ ଅଂଶୁମାନ ଥିଲା, 

୨୨- ଅଂଶୁମାନ ଙ୍କ ପୁତ୍ରଙ୍କ ନାମ ଦିଲୀପ ଥିଲା, 

୨୩- ଦିଲୀପ ଙ୍କ ପୁତ୍ର ଭଗୀରଥ ଥିଲେ, ଭଗୀରଥ ଗଙ୍ଗାଙ୍କୁ ପୃଥିବୀ ପୃଷ୍ଠକୁ ଆଣିଥିଲେ, ତାଙ୍କ ପୁତ୍ରଙ୍କ ନାମ ଥିଲା କକୁତ୍ସ୍ଥ, 

୨୪- କକୁତ୍ସ୍ଥ ଙ୍କ ପୁତ୍ର ରଘୁ ଅଟନ୍ତି, ରଘୁ ଜଣେ ଅତ୍ୟନ୍ତ ତେଜସ୍ଵୀ ଏବଂ ପରାକ୍ରମୀ ରାଜା ହୋଇଥିବାରୁ ତାଙ୍କ ପରେ ତାଙ୍କ ନାମାନୁସାରେ ତାଙ୍କ ବଂଶର ନାମ *ରଘୁବଂଶ* ହୋଇଥିଲା, ସେହି ଦିନଠାରୁ ଶ୍ରୀରାମ ଙ୍କ ବଂଶ ରଘୁବଂଶ ନାମରେ ପରିଚିତ।

୨୫- ରଘୁ ଙ୍କ ପୁତ୍ର ପ୍ରବୃଦ୍ଧ ଅଟନ୍ତି, 

୨୬- ପ୍ରବୃଦ୍ଧ ଙ୍କ ପୁତ୍ର ଶଂଖଣ ଅଟନ୍ତି, 

୨୭- ଶଂଖଣ ଙ୍କ ପୁତ୍ର ସୁଦର୍ଶନ ଅଟନ୍ତି, 

୨୮- ସୁଦର୍ଶନ ଙ୍କ ପୁତ୍ରଙ୍କ ନାମ ଅଗ୍ନିବର୍ଣ ଥିଲା, 

୨୯- ଅଗ୍ନିବର୍ଣ ଙ୍କ ପୁତ୍ର ଶୀଘ୍ରଗ ଥିଲେ, 

୩୦- ଶୀଘ୍ରଗ ଙ୍କ ପୁତ୍ର ନାମ ମରୁ ଥିଲା, 

୩୧- ମରୁ ଙ୍କ ପୁତ୍ର ପ୍ରଶୁଶ୍ରୁକ ଥିଲେ, 

୩୨- ପ୍ରଶୁଶ୍ରୁକ ଙ୍କ ପୁତ୍ର ଅମ୍ବରୀଷ ଥିଲେ, 

୩୩- ଅମ୍ବରୀଷ ଙ୍କ ପୁତ୍ରଙ୍କ ନାମ ନହୁଷ ଥିଲା, 

୩୪- ନହୁଷ ଙ୍କ ପୁତ୍ରଙ୍କ ନାମ ଯଯାତି ଥିଲା, 

୩୫- ଯଯାତି ଙ୍କ ପୁତ୍ରଙ୍କ ନାମ ନାଭାଗ ଥିଲା, 

୩୬- ନାଭାଗ ଙ୍କ ପୁତ୍ରଙ୍କ ନାମ ଅଜ ଥିଲା, 

୩୭- ଅଜ ଙ୍କ ପୁତ୍ରଙ୍କ ନାମ ଦଶରଥ ଥିଲା, 

୩୮- ଦଶରଥଙ୍କର ଚାରିଜଣ ପୁତ୍ର ରାମ, ଭରତ, ଲକ୍ଷ୍ମଣ ତଥା ଶତ୍ରୁଘ୍ନ ଥିଲା।


ଏହିପରି ବ୍ରହ୍ମାଙ୍କ ଅଣଚାଳିଶ (୩୯) ବଂଶରେ ଶ୍ରୀରାମଙ୍କ ଜନ୍ମ ହୋଇଥିଲେ।


                         🔱⚕️🔱 *ଧର୍ମ ଜ୍ଞାନ* 🔱⚕️🔱


*ସମସ୍ତ ହିନ୍ଦୁ ସଂସ୍କାରୀଙ୍କୁ ଅନୁରୋଧ ଏହାକୁ ଧୋର୍ଯ୍ୟର ସହ ପଢି ନିଜର ଯୁବ ପୀଢ଼ିଙ୍କ ଧର୍ମ ଜ୍ଞାନକୁ ବଢାଇବା ପାଇଁ ଅଧିକ ରୁ ଅଧିକ ଅନ୍ୟଙ୍କୁ ଅଗ୍ରସର କରିବା ପାଇଁ ଚେଷ୍ଟା କରିବେ ।*


*ମହାଭାରତ:-*

ପାଣ୍ଡୁ ଓ ଧୃତରାଷ୍ଟ୍ର ଦୁଇ ଭ୍ରାତା ଥିଲେ ।


ପାଣ୍ଡଵମାନେ ପାଞ୍ଚ ଭାଇଥିଲେ ଯାହାଙ୍କ ନାମ -


୧.ଯୁଧିଷ୍ଠିର ୨.ଭୀମ ୩.ଅର୍ଜୁନ ୪.ନକୁଳ ୫.ସହଦେଵ


ଏଠି ଧ୍ୟାନ ରହେ ଯେ .... ପାଣ୍ଡୁଙ୍କ ଉପରୋକ୍ତ ପାଞ୍ଚ ପୁତ୍ର ମଧ୍ୟରୁ ଯୁଧିଷ୍ଠିର, ଭୀମ ଓ ଅର୍ଜୁନ ମାତା କୁନ୍ତୀଙ୍କ ପୁତ୍ର ଥିଲେ । ନକୁଳ ଓ ସହଦେଵ ମାତା ମାଦ୍ରୀଙ୍କ ପୁତ୍ର ଥିଲେ ।


ଏହି ପାଞ୍ଚ ଜଣଙ୍କ ଛଡା, ମହବଳୀ କର୍ଣ୍ଣ ମଧ୍ୟ କୁନ୍ତୀଙ୍କ ପୁତ୍ର ଥିଲେ, କିନ୍ତୁ ତାଙ୍କୁ ପାଣ୍ଡବମାନଙ୍କ ଭିତରେ ଗଣା ଯାଏନାହିଁ ।


ଅନ୍ୟପକ୍ଷରେ କୌରବରେ,

ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କ ଶତ ପୁତ୍ର ଥିଲେ । ଯାହାଙ୍କ ନାମ :-


୧.ଦୁର୍ଯ୍ୟୋଧନ ୨.ଦୁଃଶାସନ ୩.ଦୁଃସହ ୪.ଦୁଃଶଳ ୫.ଜଳସନ୍ଧ ୬.ସମ ୭.ସହ ୮.ବିନ୍ଦ ୯.ଅନୁବିନ୍ଦ ୧୦.ଦୁର୍ଦ୍ଧର୍ଷ ୧୧.ସୁବାହୁ ୧୨.ଦୁଷପ୍ରଦର୍ଶନ ୧୩.ଦୁର୍ମର୍ଷଣ ୧୪.ଦୁର୍ମୁଖ ୧୫.ଦୁଷ୍କର୍ଣ ୧୬.ବିକର୍ଣ୍ଣ ୧୭.ଶଳ ୧୮.ସତ୍ୱାନ ୧୯.ସୁଲୋଚନ ୨୦.ଚିତ୍ର ୨୧.ଉପଚିତ୍ର ୨୨.ଚିତ୍ରାକ୍ଷ ୨୩.ଚାରୁଚିତ୍ର ୨୪.ଶରାସନ ୨୫.ଦୁର୍ମଦା ୨୬.ଦୁର୍ବିଗାହ ୨୭.ବିବିତ୍ସୁ ୨୮.ବିକଟାନନ୍ଦ ୨୯.ଉର୍ଣ୍ଣନାଭ ୩୦.ସୁନାଭ ୩୧.ନନ୍ଦ ୩୨.ଉପନନ୍ଦ ୩୩.ଚିତ୍ରବାଣ ୩୪.ଚିତ୍ରବର୍ମା ୩୫.ସୁବର୍ମା ୩୬.ଦୁର୍ବିମୋଚନ ୩୭.ଅୟୋବାହୁ ୩୮.ମହାବାହୁ ୩୯.ଚିତ୍ରାଙ୍ଗ ୪୦.ଚିତ୍ରକୁଣ୍ଡଳ ୪୧.ଭୀମବେଗ ୪୨.ଭୀମବଳ ୪୩.ବାଲାକୀ ୪୪.ବଳବର୍ଦ୍ଧନ ୪୫.ଉଗ୍ରାଯୁଦ୍ଧ ୪୬.ସୁଷେର୍ଣ ୪୭.କୁଣ୍ଡଧର ୪୮.ମହଦୋର ୪୯.ଚିତ୍ରାଯୁଦ୍ଧ ୫୦.ନିସଙ୍ଗୀ ୫୧.ପାସି ୫୨.ବୃନ୍ଦାରକ ୫୩.ଦୃଢ଼ବର୍ମା ୫୪.ଦୃଢ଼କ୍ଷେତ୍ର ୫୫.ସୋମକୀର୍ତ୍ତି ୫୬.ଅନୁଦର ୫୭.ଦଢସଂଘ ୫୮.ଜରାସଂଘ ୫୯.ସତ୍ୟସଂଘ ୬୦.ସଦସୁବାକ ୬୧.ଉଗ୍ରଶ୍ରବା ୬୨.ଉଗ୍ରସେନ ୬୩.ସେନାନୀ ୬୪.ଦୁଷ୍ପରାଜୟ ୬୫.ଅପରାଜିତ ୬୬.କୁଣ୍ଡସାୟୀ ୬୭.ବିଶାଲାକ୍ଷ ୬୮.ଦୁରାଧର ୬୯.ଦ୍ରୁଢହସ୍ତ ୭୦.ସୁହସ୍ତ ୭୧.ବାତବେଗ ୭୨.ସୁବର୍ଚ୍ଚ ୭୩.ଆଦିତ୍ୟକେତୁ ୭୪.ବହ୍ମାଶ୍ରୀ ୭୫.ନାଗଦତ୍ତ ୭୬.ଉଗ୍ରସାୟୀ ୭୭.କବଚି ୭୮.କ୍ରଥନ ୭୯.କୁଣ୍ଡି ୮୦.ଭୀମବିକ୍ର ୮୧.ଧନୁର୍ଦ୍ଧର ୮୨.ବିରବା ୮୩.ଅଳଲୁପ ୮୪.ଅଭୟ ୮୫.ଦୃଢ଼କର୍ମା ୮୬.ଦୃଢ଼ରଥାଶ୍ରୟ ୮୭.ଅନାଧୃଷ୍ୟ ୮୮.କୁଣ୍ଡଭେଦି ୮୯.ବିରବୀ ୯୦.ଚିତ୍ରକୁଣ୍ଡଳ ୯୧.ପ୍ରଧମ ୯୨.ଅମାପ୍ରମାଥି ୯୩.ଦୀର୍ଘରୋମା ୯୪.ସୁବିର୍ଯ୍ୟଵାନ ୯୫.ଦୀର୍ଘବାହୁ ୯୬.ସୁଜାତ ୯୭.କନକଧ୍ୱଜ ୯୮.କୁଣ୍ଡାଶୀ ୯୯.ବିରଜ ୧୦୦.ଯୁଜୁସ୍ତୁ ।


ଏହି ଶତଭ୍ରାତା ଛଡା କୌରବର ଗୋଟିଏ ଭଗ୍ନୀ ବି ଥିଲା, ଯାହାର ନାମ ଦୃଶଳା ଥିଲା ଏବଂ ତାହାର ବିବାହ ଜୟଦ୍ରଥ ସହିତ ହୋଇଥିଲା ।


*ଶ୍ରୀମଦ ଭାଗବତ ଗୀତା :-

ଓଁ- ଗୀତା କିଏ କାହାକୁ ଶୁଣାଇ ଥିଲେ ?

ଉ- ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଶୁଣାଇ ଥିଲେ।

ଓଁ- କେବେ ଶୁଣାଇ ଥିଲେ ?

ଉ- ଆଜିକୁ ପ୍ରାୟ ୭ ହଜାର ବର୍ଷ ଆଗେ।

ଓଁ- କେଉଁ ବାରରେ ଗୀତା ଶୁଣାଇ ଥିଲେ ?

ଉ- ରବିବାର ।

ଓଁ- କେଉଁ ତିଥିରେ ?

ଉ- ଏକାଦଶୀ ।

ଓଁ- କୋଉଠି ଶୁଣାଇଥିଲେ ?

ଉ- କୁରୁକ୍ଷେତ୍ର ର ଯୁଦ୍ଧ କ୍ଷେତ୍ରରେ।

ଓଁ- କେତେ ସମୟରେ ଶୁଣାଇ ଥିଲେ ?

ଉ- ପାଖା ପାଖି ୪୫ ମିନିଟରେ।

ଓଁ- କାହିଁକି ଶୁଣାଇ ଥିଲେ ?

ଉ- କର୍ତ୍ତବ୍ୟରୁ ଓହରି ଯାଇଥିବା ଅର୍ଜୁନଙ୍କୁ କର୍ତ୍ତବ୍ୟ ଶିଖାଇବା ପାଇଁ ଓ ଭବିଷ୍ୟତରେ ମାନବ ସମାଜକୁ ଧର୍ମ ବିଷୟକ ଜ୍ଞାନ ଶିଖିବା ଲାଗି।

ଓଁ- ଗୀତାରେ କେତେ ଅଧ୍ୟାୟ ?

ଉ- ୧୮ ଅଧ୍ୟାୟ।

ଓଁ- କେତୋଟି ଶ୍ଳୋକ ଅଛି ?

ଉ- ୭୦୦ ଶ୍ଳୋକ।

ଓଁ- ଗୀତାରେ କେଉଁ କେଉଁ ବିଷୟରେ ଚର୍ଚ୍ଚା ହୋଇଛି ?

ଉ- ଜ୍ଞାନ-ଭକ୍ତି-କର୍ମ ଯୋଗର ବିସ୍ତୃତ ବ୍ୟାଖ୍ୟା କରାଯାଇଛି। ଏହି ମାର୍ଗରେ ଚାଲିଲେ ଜଣେ ବ୍ୟକ୍ତି ପରମ ପଦର ଅଧିକାରୀ ହୋଇପାରିବ।

ଓଁ- ଗୀତାକୁ ଅର୍ଜୁନଙ୍କ ଛଡା କିଏ କିଏ ଶୁଣିଥିଲେ ?

ଉ- ଧ୍ରୁତରାଷ୍ଟ୍ର ଓ ସଞ୍ଜୟ।

ଓଁ- ଅର୍ଜୁନଙ୍କ ଆଗରୁ ଗୀତାର ପାବନ ଜ୍ଞାନ କାହାକୁ ମିଳିଥିଲା ?

ଉ- ଭଗବାନ ସୂର୍ଯ୍ୟ ଦେବତାଙ୍କୁ।

ଓଁ- ଗୀତାର ଗଣନା କୋଉ ଧର୍ମ ଗ୍ରନ୍ଥରେ ମିଳେ ?

ଉ- ଉପନିଷଦ ରେ।

ଓଁ- ଗୀତା କେଉଁ ମହାଗ୍ରନ୍ଥର ଭାଗ ଅଟେ ?

ଉ- ଗୀତା ମହାଭାରତର ଶାନ୍ତି ପର୍ବର ଏକ ଭାଗ ଅଟେ।

ଓଁ- ଗୀତାର  ଅନ୍ୟ ନାମ କଣ ?

ଉ- ଗୀତୋପନିଷଦ।

ଓଁ- ଗୀତାର ସାର କଣ ?

ଉ- ପ୍ରଭୁ ଶ୍ରୀ କୃଷ୍ଣଙ୍କର ଶରଣ ଯିବା।

ଓଁ- ଗୀତାରେ କିଏ କେତେ ଶ୍ଳୋକ କହିଥିଲେ ?

ଉ- ଶ୍ରୀ କୃଷ୍ଣ-୫୭୪, ଅର୍ଜୁନ-୮୫, ଧୃତରାଷ୍ଟ୍ର-୧ ଏବଂ ସଞ୍ଜୟ- ୪୦।


*ଅଳ୍ପ ଜ୍ଞାନ ବିପଦପୂର୍ଣ୍ଣ*


ହିନ୍ଦୁମାନଙ୍କ ତେତିଶ(୩୩) କୋଟି ଦେବୀ ଦେବତା ନୁହେଁ ଏହା ତେତିଶ(୩୩) କୋଟି । 


ଏଠି "କୋଟି" ଅର୍ଥ "ପ୍ରକାର" ।


ଦେବନଗରୀ (ସଂସ୍କୃତ) ଭାଷାରେ "କୋଟି" ର ଦୁଇଟି ଅର୍ଥ ରହିଛି ଗୋଟିଏ କୋଟି (ପ୍ରକାର) ଅନ୍ୟ କୋଟି (ସଂଖ୍ୟା) କୁ ବୁଝାଯାଏ ।


ହିନ୍ଦୁ ଧର୍ମର ଦୁଃପ୍ରଚାର କରିବା ପାଇଁ କିଛି ବ୍ୟକ୍ତି ଏହି କଥାକୁ ଭୁଲ ଅର୍ଥରେ ଉଡାଇ ଚାଲିଛନ୍ତି । ଆଉ ଏବେତ କିଛି ଅଜ୍ଞାନୀ ହିନ୍ଦୁ ଏହା ଗାଇ ଚାଲିଛନ୍ତି ଯେ ଆମର ତେତିଶ କୋଟି ଦେବୀ ଦେବତା ଅଛନ୍ତି.... ଅଥଚ ଅନ୍ୟ ଧର୍ମର ଧର୍ମଗୁରୁ ମନେ ସେମାନଙ୍କ ନାମ ପଚାରିଲା ବେଳକୁ ଏ ଅଜ୍ଞାନୀ ମାନେ ମୁକ ହୋଇ ଯାଆନ୍ତି ।


*ସର୍ବମୋଟ ତେତିଶ (୩୩) ପ୍ରକାର ଦେବୀ ଦେବତା ହିନ୍ଦୁ ଧର୍ମରେ ଅଛନ୍ତି ।*


*ବାର(୧୨) ପ୍ରକାର :- ଆଦିତ୍ୟ:

୧.ଧାତା, ୨.ମିତ, ୩.ଅର୍ଯ୍ୟାମା, ୪.ଶକ୍ରା, ୫.ବରୁଣ, ୬.ଅଂଶ, ୭.ଭାଗ, ୮.ବିବାସ୍ୱାନ, ୯.ପୁଷ, ୧୦.ତବସ୍ଥା, ୧୧.ସବିତା ଏବଂ ୧୨.ବିଷ୍ଣୁ ..।


*ଆଠ (୮) ପ୍ରକାର:-* ବାସୁ:

୧.ଘର, ୨.ଧ୍ରୁବ, ୩.ସୋମ, ୪.ଅହ, ୫.ଅନୀଳ, ୬.ଅନଳ, ୭.ପ୍ରତୁଷ ଏବଂ ୮.ପ୍ରଭାଷ...।

*ଏଗାର (୧୧) ପ୍ରକାର :- ରୁଦ୍ର:

୧.ହର, ୨.ବହୁରୂପ, ୩.ତ୍ରୟଂବକ, ୪.ଅପରାଜିତା, ୫.ବୃଷାକାପି, ୬.ଶମ୍ଭୁ, ୭.କପାଆର୍ଡି, ୮.ରେବାତ, ୯.ମୃଗବ୍ୟାଧ, ୧୦.ଶର୍ବା ଏବଂ ୧୧.କପାଳି...।

ଏବଂ

*ଦୁଇ (୨) ପ୍ରକାର :-

୧.ଅଶ୍ୱିନୀ, ୨.କୁମାର...।


*ସର୍ବମୋଟ:-* ୧୨+୮+୧୧+୨=୩୩ କୋଟି (ପ୍ରକାର)...।


*ଦେବୀ ଦେବତାଙ୍କ ପାଖରେ ହାତ ଯୋଡି ପ୍ରାର୍ଥନା କରିବା ପୂର୍ବରୁ ଉପର ଲିଖିତ ସମସ୍ତ ତଥ୍ୟ ଜାଣିବା ସାଧାରଣତଃ ଜଣେ ହିନ୍ଦୁଙ୍କ ପକ୍ଷରେ ନିହାତି  ଆବଶ୍ୟକ।*


*ଭାରତ ସଂସ୍କୃତି ତଥା ହିନ୍ଦୁ ଶାସ୍ତ୍ର ସହିତ ଜଡ଼ିତ କିଛି ସାଧାରଣ କଥା ଯାହା ସମସ୍ତଙ୍କ ଗୋଚରରେ ରହିବା ଆବଶ୍ୟକ ।*


*ଦୁଇ (୨) ପକ୍ଷ* :-

୧.କୃଷ୍ଣ ପକ୍ଷ, ୨.ଶୁକ୍ଳ ପକ୍ଷ ।


*ତିନି (୩) ଋଣ* :-

୧.ଦେବ ଋଣ, ୨.ପିତୃ ଋଣ, ୩.ଋଷି ଋଣ ।


*ଚାରି (୪) ଯୁଗ* :-

୧.ସତ୍ୟ ଯୁଗ, ୨.ତ୍ରେତୟା ଯୁଗ, ୩.ଦ୍ୱାପର ଯୁଗ, ୪.କଳି ଯୁଗ ।


*ଚାରି (୪) ଧାମ* :-

୧.ଦ୍ଵାରିକା, ୨.ବଦ୍ରିନାଥ, ୩.ଜଗନ୍ନାଥ, ୪.ରାମେଶ୍ୱମ ।


*ଚାରି (୪) ପୀଠ* :-

୧.ଶାରଦା ପୀଠ (ଦ୍ଵାରିକା, ଗୁଜୁରାଟ), ୨.ଜ୍ୟୋତିଷ ପୀଠ (ଯୋଶୀମଠ, ବଦ୍ରିଧାମ, ଉତ୍ତରାଖଣ୍ଡ ), ୩.ଗୋବର୍ଦ୍ଧନ ପୀଠ (ଜଗନ୍ନାଥ, ପୁରୀ, ଓଡ଼ିଶା), ୪.ଶୃଙ୍ଗେରୀ ଶାରଦା ପୀଠ (ଶୃଙ୍ଗେରୀ, କର୍ଣ୍ଣାଟକ) ।


*ଚାରି (୪) ବେଦ* :-

୧.ରୁକବେଦ, ୨.ଅଥର୍ବେଦ, ୩.ଯଦୁର୍ବେଦ, ୪.ସାମ ବେଦ ।


*ଚାରି (୪) ଆଶ୍ରମ* :-

୧.ବ୍ରହ୍ମଚର୍ଯ୍ୟ, ୨.ଗୃହସ୍ଥ, ୩.ବାନପ୍ରସ୍ଥ, ୪.ସନ୍ୟାସ ।


*ଚାରି (୪) ଅନ୍ତ* :-

୧.ମନ, ୨.ବୁଦ୍ଧି, ୩.ଚିତ୍ତ, ୪.ଅହଙ୍କାର ।


*ପଞ୍ଚ ଅମୃତ* :-

୧.ଗାଈ ଘିଅ, ୨.ଗାଈ ଦୁଗ୍ଧ, ୩.ଦହି, ୪.ଗୋମୂତ୍ର, ୫.ଗୋବର ।


*ପଞ୍ଚ (୫) ଦେଵତା* :-

୧.ଗଣେଶ, ୨.ବିଷ୍ଣୁ, ୩.ଶିଵ, ୪.ଦେବୀ, ୫.ସୂର୍ଯ୍ୟ ।


*ପଞ୍ଚ (୫) ତତ୍ତ୍ୱ* :-

୧.ପୃଥିବୀ, ୨.ଜଳ, ୩.ଅଗ୍ନି, ୪.ବାୟୁ, ୫.ଆକାଶ ।


*ଛଅ (୬) ଦର୍ଶନ* :- ୧.ବୈଶେଷିକ, ୨.ନ୍ୟାୟ, ୩.ସାଂକ୍ଷ, ୪.ଯୋଗ, ୫.ପୂର୍ବ ମିମାଂସା, ୬.ଦକ୍ଷିଣ ମିମାଂସା ।


*ସପ୍ତ (୭) ଋଷି* :-

୧.ବିଶ୍ଵାମିତ୍ର, ୨.ଜମଦଗ୍ନି, ୩.ଭରଦ୍ୱାଜ, ୪.ଗୌତମ, ୫.ଅତ୍ରି, ୬.ବଶିଷ୍ଠ, ୭.କଶ୍ୟପ ।


*ସପ୍ତ (୭) ପୁର* :-

୧.ଅଯୋଧ୍ୟା ପୁର, ୨.ମଥୁରା ପୁର, ୩.ମାୟା ପୁର (ହରିଦ୍ୱାର), ୪.କାଶୀ, ୫.କାଞ୍ଚି (ଶିନ କାଞ୍ଚି-ବିଷ୍ଣୁ କାଞ୍ଚି), ୬.ଅବନ୍ତିକା, ୭.ଦ୍ଵାରିକା ପୁର ।


*ଅଷ୍ଟ (୮) ଯୋଗ* :-

୧.ଯମ, ୨.ନିୟମ, ୩.ଆସନ, ୪.ପ୍ରାଣାୟାମ, ୫.ପ୍ରତ୍ୟାହାର, ୬.ଧାରଣା, ୭.ଧ୍ୟାନ ୮.ସମୀଧ ।


*ଅଷ୍ଟ (୮) ଲକ୍ଷ୍ମୀ* :-

୧.ଆଗ୍ଧ, ୨.ବିଧା, ୩.ସୌଭାଗ୍ୟ, ୪.ଅମୃତ, ୫.କାମ, ୬.ସତ୍ୟ, ୭.ଭୋଗ, ୮.ଲକ୍ଷ୍ମୀ ।


*ନବ (୯) ଦୁର୍ଗା* :-

୧.ଶୈଳି ପୁତ୍ରୀ, ୨.ବ୍ରହ୍ମଚାରିଣୀ, ୩.ଚନ୍ଦ୍ରଘଣ୍ଟା, ୪.କୁଷ୍ମାଣ୍ଡ, ୫.ସ୍କାଦମାତା, ୬.କାନ୍ୟାୟିନୀ, ୭.କାଳରାତ୍ରୀ, ୮.ମହାଗୌରୀ, ୯.ସିଦ୍ଧିଦାତ୍ରୀ ।


*ଦଶ (୧୦) ଦିଗ* :-

୧.ପୂର୍ବ, ୨.ପଶ୍ଚିମ, ୩.ଉତ୍ତର, ୪.ଦକ୍ଷିଣ, ୫.ଐଶ୍ୱନ, ୬.ନୈରୁତ, ୭.ବାୟୁ, ୮.ଅଗ୍ନି, ୯.ଆକାଶ, ୧୦.ପାତାଳ ।


*ଏଗାର (୧୧) ଅବତାର* :-

୧.ମତ୍ସ, ୨.କଛପ, ୩.ବରାହ, ୪.ନୃସିଂହ, ୫.ବାମନ, ୬.ପର୍ଶୁରାମ, ୭.ଶ୍ରୀରାମ, ୮.କୃଷ୍ଣ, ୯.ବଳରାମ, ୧୦.ବୁଦ୍ଧ, ୧୧.କଳ୍କୀ ।


*ବାର (୧୨) ମାସ* :-

୧.ଚୈତ୍ର, ୨.ବୈଶାଖ, ୩.ଜ୍ୟେଷ୍ଠ, ୪.ଆଷାଢ଼, ୫.ଶ୍ରାବଣ, ୬.ଭାଦ୍ରବ, ୭.ଆଶ୍ୱିନୀ, ୮.କାର୍ତ୍ତିକ, ୯.ମାର୍ଗଶୀର, ୧୦.ପୌଷ, ୧୧.ମାଘ, ୧୨.ଫାଲଗୁନ ।


*ବାର (୧୨) ରାଶି* :-

୧.ମେଷ, ୨.ବୃଷ, ୩.ମିଥୁନ, ୪.କର୍କଟ, ୫.ସିଂହ, ୬.କନ୍ୟା, ୭.ତୁଳା, ୮.ବୃଶ୍ଚିକ, ୯.ଧନୁ, ୧୦.ମକର, ୧୧.କୁମ୍ଭ, ୧୨.ମୀନ ।


*ବାର (୧୨) ଜ୍ୟୋତ୍ରିଲିଙ୍ଗ* :-

୧.ସୋମନାଥ, ୨.ମଲିକାର୍ଜୁନ, ୩.ମହାକାଳ, ୪.ଓମକାଶ୍ୱର, ୫.ବୈଦନାଥ, ୬.ରାମେଶ୍ବରମ, ୭.ବିଶ୍ୱନାଥ, ୮.ତ୍ରୈମ୍ବେକେଶ୍ୱର, ୯.କେଦାରନାଥ, ୧୦.ଘୁଷୁନେଶ୍ୱର, ୧୧.ଭିମାଶଙ୍କର, ୧୨.ନଗେଶ୍ୱର ।


*ପନ୍ଦର (୧୫) ତିଥି* :-

୧.ପ୍ରତିପଦା, ୨.ଦ୍ଵିତୀୟା, ୩.ତୃତୀୟା, ୪.ଚତୁର୍ଥୀ, ୫.ପଞ୍ଚମୀ, ୬.ଷଷ୍ଠୀ, ୭.ସପ୍ତମୀ, ୮.ଅଷ୍ଟମୀ, ୯.ନବମୀ, ୧୦.ଦଶମୀ, ୧୧.ଏକାଦଶୀ, ୧୨.ଦ୍ଵାଦଶୀ, ୧୩.ତ୍ରୟୋଦଶୀ, ୧୪.ଚତୁର୍ଦ୍ଦଶୀ, ୧୫.ପୂର୍ଣ୍ଣିମା/ଅମାବାସ୍ୟା ।


*ଉଣେଇଶି (୧୯) ସ୍ମୃତି* :-

୧.ମନୁ, ୨.ବିଷ୍ଣୁ, ୩.ଅତ୍ରି, ୪.ହାରିତ, ୫.ଯଜ୍ଞବଲକ୍ୟ, ୬.ଉଶନା, ୭.ଅଙ୍ଗିରା, ୮.ଯମ, ୯.ଆପସ୍ତମ୍ବ, ୧୦.ସର୍ବତ, ୧୧.କନ୍ୟାୟନ, ୧୨.ବ୍ରହଷ୍ପତି, ୧୩.ପରାଶର, ୧୪.ବ୍ୟାସ, ୧୫.ସାଂଖ୍ୟ, ୧୬.ଲିକ୍ଷିତ, ୧୭.ଦକ୍ଷ, ୧୮.ଶତାତପ, ୧୯.ବଶିଷ୍ଠ ।


*ଦୁନିଆର ଶ୍ରେଷ୍ଠ ବ୍ରାହ୍ମଣ*

୧.ସବୁଠୁ ବଡ ଯୋଦ୍ଧା-ଭଗବାନ ପର୍ଶୁରାମ, 

୨.ସବୁଠୁ ବଡ ପଣ୍ଡିତ-ଲଙ୍କାପତି, ରାବଣ, 

୩.ସବୁଠୁ ବଡ ଇତିହାସକାର-ମହର୍ଷି ବେଦବ୍ୟାସ,

୪.ସବୁଠୁ ବଡ଼ ରଜନୀତିଜ୍ଞ-ବିଷ୍ଣୁଗୁପ୍ତ ଚାଣକ୍ୟ,

୫.ସବୁଠୁ ବଡ଼ ପରୀକ୍ଷକ-ମହର୍ଷି ଭୃଗୁ,

୬.ସବୁଠୁ ବଡ଼ ଦାନୀ-ମହର୍ଷି ଦଧିଚୀ,

୭.ସବୁଠୁ ବଡ କ୍ରୋଧି-ଦୁର୍ବାସା ମୁନି,

୮.ସବୁଠୁ ବଡ ଶାନ୍ତ-ମହର୍ଷି ବଶିଷ୍ଠ,

୯.ସବୁଠୁ ବଡ ଗଣିତଜ୍ଞ-ଶ୍ରୀମାନ ଆର୍ଯ୍ୟଭଟ୍ଟ,

୧୦.ସବୁଠୁ ବଡ଼ ଗରିବ-ବନ୍ଧୁ ସୁଦାମା,


*ସମସ୍ତ ହିନ୍ଦୁ ସଂସ୍କାରୀମାନଙ୍କୁ ଅନୁରୋଧ , ଏହି ସଂସ୍କୃତି ନିଜ ପରିବାରର ଆଗାମୀ ପିଢିଙ୍କୁ ଶିକ୍ଷା ଦେବା ସହିତ ଅନ୍ୟ ମାନଙ୍କୁ ଏହି ଜ୍ଞାନକୁ ଅଗ୍ରସର କରାଇବେ ।*

Comments

Popular posts from this blog

ବନଦୁର୍ଗାମନ୍ତ୍ରବିଧାନମ୍

*"ମୁଁ ଜଣେ ଓଡ଼ିଆ"* ଲେଖାଟି ଖୁବ୍ ଉଚ୍ଚ କୋଟୀର ହୋଇଛି। ଏହାକୁ ନିଶ୍ଚିତ ଶେଷଯାଏ ପଢ଼ନ୍ତୁ।

ସିଦ୍ଧିଲକ୍ଷ୍ମୀସ୍ତୋତ୍ରମ୍