ଭଗବାନଙ୍କ ଷୋଳକଳା

 #ଭଗବାନଙ୍କ_ଷୋଳକଳା

★★★★★★★★★★

ଷୋଳକଳାର ସମଷ୍ଟି ହେଉଛନ୍ତି କଳା ଠାକୁର #ମହାପ୍ରଭୁ ଶ୍ରୀ #ଜଗନ୍ନାଥ । ସେ ପୂର୍ଣ୍ଣବ୍ରହ୍ମ। ତାଙ୍କ ଷୋଳକଳାରୁ ଗୋଟିଏ କଳା ହେଉଛନ୍ତି ଶ୍ରୀକୃଷ୍ଣ। ତାହା ହେଉଛି ମହାପ୍ରଭୁଙ୍କ ଶେଷକଳା। ଓଡ଼ିଶା ସାହିତ୍ୟରେ ଲେଖଥିବା ଚର୍ଚ୍ଚିତ ପଂକ୍ତିଟି #ପରଂବ୍ରହ୍ମଙ୍କ ଠାରୁ #ଶ୍ରୀକୃଷ୍ଣଙ୍କ ସୃଷ୍ଟିର ସଙ୍କେତ ଦେଉଛି। ସେଥିପାଇଂ ଓଡ଼ିଆ ସାହିତ୍ୟରେ ଲେଖା ଯାଇଛି:


 

      '' ଜଗନ୍ନାଥ ଯେ ଷୋଳକଳା,

                 ତହୁଁ କଳାଏ ନନ୍ଦବଳା ।"


ଅର୍ଥାତ ମହାପ୍ରଭୁ ହେଉଛନ୍ତି ଷୋଳକଳା ବିଶିଷ୍ଟ । ସେଥୁରୁ ଶ୍ରୀକୃଷ୍ଣ ହେଉଛନ୍ତି ମାତ୍ର ଗୋଟିଏ କଳା ।


ଭଗବତ ବାଣୀ ଅନୁସାରେ ଶ୍ରୀକୃଷ୍ଣଙ୍କଙ୍କ ଭକ୍ତ ମାନେ 'କୃଷ୍ଣ ହେଉଛନ୍ତି ଭଗବାନ' ବୋଲି ଗ୍ରହଣ କରନ୍ତି । ଯେହେତୁ କୃଷ୍ଣଙ୍କୁ ଭଗବାନ' ବୋଲି ଗ୍ରହଣ କରାଯାଏ,ତେଣୁ ଭଗବାନଙ୍କର ଷୋଳକାଳର ବିଚାର କରାଯାଏ ।


ବିଶେଷ ଭାବେ ଉତ୍ତର ଭାରତରେ ଶ୍ରୀକୃଷ୍ଣଙ୍କ ଷୋଳକଳାର ଆଲୋଚନା କରାଯାଏ । ଶ୍ରୀକୃଷ୍ଣଙ୍କ ଷୋଳକଳା ମଧ୍ୟରେ ଯେଉଁଯେଉଁ ଶବ୍ଦ,ଯେଉଁଯେଉଁ କଳାକୁ ଗ୍ରହଣ କରାଯାଇଛି ;ସେଥିରେ ଭକ୍ତି ଭାବ ଅଧିକ ରହିଛି । କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଷୋଳକଳାରେ ସଂସାରର ସମସ୍ତ ସ୍ଥିତି ସମାହିତ । ତେଣୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଭଗବାନ,ଦେବତା କିମ୍ବା ଈଶ୍ୱର ନୁହନ୍ତି । ସେ ହେଉଛନ୍ତି ପରମେଶ୍ୱର ପରମସତ୍ତା । ସେହି ପରମେଶ୍ୱର ଦାରୁ ରୂପ ଧରି ଆର୍ବିଭାବ ହୋଇଥିବାରୁ ତାଙ୍କୁ ଦାରୁବ୍ରହ୍ମ କୁହାଯାଏ । ଶ୍ରୀକୃଷ୍ଣଙ୍କ ଷୋଳକଳାରେ ଭଗବାନଙ୍କ ଷୋଳକଳା ଥିବାବେଳେ ଏଠାରେ ପରଂବ୍ରହ୍ମଙ୍କ ଷୋଳକଳା ରହିଛି । ତେଣୁ ଓଡ଼ିଶାର ଜ୍ଞାନ ଭକ୍ତି ଭାବରେ ମହାପ୍ରଭୁଙ୍କ ଷୋଳକଳାକୁ ସମ୍ପୂର୍ଣ୍ଣ ଭାବେ ଦର୍ଶାଯାଇଛି ଏବଂ ଶ୍ରୀକୃଷ୍ଣ ତାଙ୍କଠାରୁ ଗୋଟିଏ କଳା ରୂପରେ ଧାରା ଯାଇଛି । ଏହି ଷୋଳକଳା ସମ୍ପୂର୍ଣ ଯୋଗ ଶାସ୍ତ୍ର, ତନ୍ତ୍ର ଶାସ୍ତ୍ର, ଜ୍ୟୋତିଷଶାସ୍ତ୍ର, ପୁରାଣ ଶାସ୍ତ୍ର ଓ ଦର୍ଶନ ଶାସ୍ତ୍ର ଆଧାରିତ ।


ଷୋଳକଳା ର ବିବରଣୀ

★★★★★★★★★


୧ :-ଇକ୍ଷଣ ଶକ୍ତି ନିରୀକ୍ଷଣ କରିବା ଶକ୍ତି । ଏ ଜଗତରେ କିଏ କେଉଁଠି କ'ଣ କରିବା ଉଚିତ ;ଏଥି ପ୍ରତି ଧ୍ୟାନ ଦେବାକୁ ଇକ୍ଷଣ କଳା କୁହାଯାଏ

୨ :-ପ୍ରାଣ ଶକ୍ତି ପ୍ରାଣାୟମ ଯୋଗଦ୍ୱାରା ଶକ୍ତିକୁ ନିଜ ଅଧିନକୁ ଆଣି ଜଗତ ମଙ୍ଗଳ ପାଇଁ ନିୟୋଜିତ ହେଉଥିବା କଳା

୩ :-ଶ୍ରଦ୍ଧା ଓ ଭକ୍ତି ବେଦ, ପରମସତ୍ତା, ଧର୍ମ ଏବଂ ଗୁରୁଙ୍କ ପ୍ରତି ଅଟଳ ଶ୍ରଦ୍ଧା ଓ ଭକ୍ତି ଭାବ । ଏହା ମଣିଷର ଗୁଣ ହେଇଥିଲେ ମଧ୍ୟ ତନ୍ତ୍ର ଶାସ୍ତ୍ରରେ କଳା ବିଚାରରେ ଗ୍ରହଣ କରାଯାଇ ଭକ୍ତିକୁ ଶକ୍ତି ବୋଲି ଗ୍ରହଣ କରାଯାଇଛି

୪:- ଖ'ମାର୍ଗ ଆକାଶ ବା ଶୂନ୍ୟରେ ବିଚରଣ କରି ସମସ୍ତ ଜଗତର ମଙ୍ଗଳ ପାଇଁ କରୁଥିବା କାର୍ଯ୍ୟ

୫ :-ଅଗ୍ନିହୋତ୍ର ଶକ୍ତି ଅଗ୍ନି ବିଦ୍ୟାର ବିରଳ କଳା । ଯଜ୍ଞ ଅଗ୍ନି ଠାରୁ ଉଦୟ ଅଗ୍ନି ପର୍ଯ୍ୟନ୍ତ ଆଗ୍ନେୟାସ୍ତ୍ରର ରହସ୍ୟକୁ ଭେଦ କରିବାର ଶକ୍ତି ।

୬:- ଜଳନ୍ତରଣ ପୃଥିବୀ ସମ୍ପୂର୍ଣ ପ୍ରଳୟ ହୋଇଯିବ ପରେ ଜଗତକୁ ନିଜ ଭିତରେ ରଖି (ଗର୍ଭରେ ସ୍ଥାନ ଦେଇ) ପ୍ରଳୟ ଜଳ ଉପରେ ରହି ନିଜକୁ ନିୟନ୍ତ୍ରଣ କରିବାର କଳା

୭ :-ମଲ୍ଲ ବିଦ୍ୟା ବାସ୍ତବରେ ନିଜ ଶରୀରକୁ ଜଗତର ମଙ୍ଗଳ ପାଇଁ ନିଜକୁ ପ୍ରସ୍ତୁତ ରଖିବାକୁ ସକ୍ଷମ ହେବାକୁ କୁହାଯାଏ

୮ :-ଜିତେନ୍ଦ୍ରିୟ ସମସ୍ତ ଇନ୍ଦ୍ରିୟକୁ ଯିଏ ଜୟ କରି ପର ଅପଣା ଭେଦ ଭାବ ରଖେନାଇ, ଶତ୍ରୁମିତ୍ର ଭାବ ରଖେ ନାହିଁ । ଜଗତର ସମସ୍ତ ଜନତା ଯେମିତି ତାହାର ସନ୍ତାନ । ସେଭଳି ଭାବଧାରା ଓ ବିଚାରଧାରାକୁ କାର୍ଯ୍ୟକରି କରିବାରେ ଯିଏ ସକ୍ଷମ

୯:- କାର୍ଯ୍ୟକ୍ଷମ ଦାର୍ଶନିକ ଜ୍ଞାନ ବଳରେ ଯିଏ ସମସ୍ତ ବଧ ବିଘ୍ନ ଦୂର କରି କାର୍ଯ୍ୟ ସମ୍ପାଦନ କରିଥାନ୍ତି

୧୦:- ପାଳନ ଶସ୍ୟ, ବୃକ୍ଷ,ବୀଜ ଓ ପୁଷ୍ପ ଯିଏ ଉତପରଣା କରାଇପାରେ ଏବଂ ତାର ସଦୁପଯୋଗ କରାଇବାକୁ ପାଳନ କଳା କୁହାଯାଏ

୧୧:- ବ୍ରହ୍ମଚର୍ଯ୍ୟ ମଣିଷର ବ୍ରହ୍ମଚର୍ଯ୍ୟକୁ ରକ୍ଷା କରି ୧୪ ଭୁବନକୁ ନିଜ ଅଧୀନରେ ରଖିବାକୁ

୧୨:- ତପସ୍ୟା ଧର୍ମ ଓ କର୍ତ୍ତବ୍ୟର ସୁରକ୍ଷା ପଣି ଯିଏ ସମସ୍ତ କଷ୍ଟକୁ ସହ୍ୟ କରିପାରେ ଓ ଏହାର ଉଦ୍ଧେଶ୍ୟରେ କେବଳ ଜଗତ କଲ୍ୟାଣ ପଣି ପ୍ରୟୋଗ କରିପାରେ

୧୩:- ବେଦଜ୍ଞ ବେଦ ରହଶ୍ୟକୁ ସମ୍ପୂର୍ଣ ଜାଣି ବେଦମନ୍ତ୍ରର ଦ୍ରଷ୍ଟାହୋଇ ଲୋକ କଲ୍ୟାଣ ପାଇଁ ସେହି ସାମର୍ଥ୍ୟକୁ ବିନିଯୋଗ କରିବା ହିଁ ଏହି କଳା

୧୪ :-ବାକଶକ୍ତି ନିଜ ବାଣୀଦ୍ୱାରା ଅନ୍ୟକୁ ବସ କରିବାର ଶକ୍ତି

୧୫:- କ୍ରିୟାଶକ୍ତି କର୍ମନିଷ୍ଠ ହେବ ପାଇଁ କର୍ମଯୋଗୀ ହେବା,ସୁକର୍ମ କରିବା ଓ ଜନମଙ୍ଗଳ କାମ କରିବା ଯିଏ ଅମପା ଶକ୍ତି ଆହରଣ କରିଥାଏ

୧୬ :-ଆକର୍ଷଣ ନିଜ କାର୍ଯ୍ୟରେ ଅନ୍ୟକୁ ଆକର୍ଷଣ କରିପାରୁଥିବ


ଏହି ଷୋଳକଳା ମହାପ୍ରଭୁଙ୍କ ପାଖରେ ଅଛି । ଷୋଳକଳାକୁ ନେଇ ଜଗତର ପରମସତ୍ତା ପରଂବ୍ରହ୍ମ ହୋଇଥିବାରୁ ତାଙ୍କୁ ଷୋଳ କଳାର ଆଧାର କୁହାଯାଏ ବୈଷ୍ଣବ ମାନଙ୍କ କଥା ଅନୁସାରେ ଶ୍ରୀକୃଷ୍ଣ ହେଉଛନ୍ତି ଏହି କଳାର ଶେଷ କଳା । କାରଣ କୃଷ୍ଣଙ୍କ ଅର୍ଥ ହେଉଛି ଆକର୍ଷଣ ଶକ୍ତି । ଏହି ଶକ୍ତି ଯାହାର ଥାଏ ତାଙ୍କୁ କୃଷ୍ଣ କୁହାଯାଏ । ୧୬ କଳା ଧାରଣ କୃ ଧରାବତରଣ କରିଥିବାରୁ କୃଷ୍ଣଙ୍କୁ ଲୋକ ବିଚାରରେ ଷୋଳକଳାରେ ଶ୍ରୀକୃଷ୍ଣ ଜନ୍ମ ହୋଇଛନ୍ତି ବୋଲି ଧାରଣ ଅଛି ।

Comments

Popular posts from this blog

ବନଦୁର୍ଗାମନ୍ତ୍ରବିଧାନମ୍

*"ମୁଁ ଜଣେ ଓଡ଼ିଆ"* ଲେଖାଟି ଖୁବ୍ ଉଚ୍ଚ କୋଟୀର ହୋଇଛି। ଏହାକୁ ନିଶ୍ଚିତ ଶେଷଯାଏ ପଢ଼ନ୍ତୁ।

ସିଦ୍ଧିଲକ୍ଷ୍ମୀସ୍ତୋତ୍ରମ୍