ରୁଦ୍ରାଭିଷେକ ବିଷୟକ ଜ୍ଞାତବ୍ୟ ସୂଚନା
🥀।। ରୁଦ୍ରାଭିଷେକ ବିଷୟକ ଜ୍ଞାତବ୍ୟ ସୂଚନା ।।🥀
➖➖➖➖➖➖➖➖➖➖
( ରୁଦ୍ରାଭିଷେକ କେଉଁଦିନ କରିବା ଉଚିତ। କେଉଁଦିନ କରିବା ଅନୁଚିତ)
🌷ରୁଦ୍ରାଭିଷେକ କରିବା ପାଇଁ କେଉଁଟା ସବୁଠାରୁ ଉତ୍ତମ ସମୟ ଆସନ୍ତୁ ଜାଣିବା...
[ ଶିବବାସ ନିର୍ଣ୍ଣୟ ]
- ରୁଦ୍ରାଭିଷେକ କରିବା ପାଇଁ ଭଗବାନ ଶିବଙ୍କର ଉପସ୍ଥିତି ( ଶିବବାସ ) ଦେଖିବା ଅତ୍ୟନ୍ତ ଆବଶ୍ୟକ ଅଟେ।
- ଭଗବାନ ଶିବଙ୍କର ନିବାସ ନ ଦେଖି କେବେ ବି ରୁଦ୍ରାଭିଷେକ କରନ୍ତୁ ନାହିଁ, ଖରାପ ପ୍ରଭାବ ପଡିଥାଏ।
- ଭଗବାନ ଶିବଙ୍କର ନିବାସ ସେତେବେଳେ ଦେଖିବା ଉଚିତ ଯେତେବେଳେ ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଅଭିଷେକ କରିବେ।
🌲 ଭଗବାନ ଶିବଙ୍କର ନିବାସ କେତେବେଳେ ମଙ୍ଗଳକାରକ ହୋଇଥାଏ ?
ଦେବଦେବ ମହାଦେବ ବ୍ରହ୍ମାଣ୍ଡ ରେ ସବୁବେଳେ ବିଭିନ୍ନ ଅବସ୍ଥାରେ ଅବସ୍ଥାନ କରନ୍ତି, ମହାଦେବ କେତେବେଳେ ମାଁ ଗୌରୀ ଙ୍କ ସାଥିରେ ଥାଆନ୍ତି ତ କେତେବେଳେ କୈଳାସ ଉପରେ ବିରାଜମାନ କରିଥାନ୍ତି, ଜ୍ୟୋତିଷାଚାର୍ଯ୍ୟ ମାନଙ୍କ ମତ ଅନୁସାରେ ରୁଦ୍ରାଭିଷେକ ସେତେବେଳେ କରିବା ଉଚିତ ଯେତେବେଳେ ଶିବଙ୍କର ନିବାସ ମଙ୍ଗଳକାରକ ହୋଇଥିବ....
🌷- ପ୍ରତ୍ୟେକ ମାସର ଶୁକ୍ଳପକ୍ଷ ଦ୍ଵିତୀୟା ଏବଂ ନବମୀ ରେ ଭଗବାନ ଶିବ ମା' ଗୌରୀ ଙ୍କ ସାଥିରେ ଥାଆନ୍ତି ।
🌷- ପ୍ରତ୍ୟେକ ମାସର କୃଷ୍ଣପକ୍ଷର ପ୍ରତିପଦ, ଅଷ୍ଟମୀ ଏବଂ ଅମାବାସ୍ୟା ଦିନ ମଧ୍ୟ ଭଗବାନ ଶିବ ମାଁ ଗୌରୀ ଙ୍କ ସହିତ ରହିଥାନ୍ତି।
🌷- କୃଷ୍ଣପକ୍ଷର ଚତୁର୍ଥୀ ଏବଂ ଏକାଦଶୀ ଦିନ ମହାଦେବ କୈଳାସ ଉପରେ ବିରାଜମାନ କରିଥାନ୍ତି।
🌷- ଶୁକ୍ଳପକ୍ଷର ପଞ୍ଚମୀ ଏବଂ ଦ୍ଵାଦଶୀ ତିଥିରେ ମଧ୍ୟ ମହାଦେବ କୈଳାସ ଉପରେ ରହିଥାନ୍ତି।
🌷- କୃଷ୍ଣପକ୍ଷର ପଞ୍ଚମୀ ଏବଂ ଦ୍ଵାଦଶୀ ତିଥିରେ ଭଗବାନ ଶିବ ନନ୍ଦୀ ଉପରେ ବିରାଜମାନ ହୋଇ ସମ୍ପୂର୍ଣ୍ଣ ବିଶ୍ୱ ଭ୍ରମଣ କରନ୍ତି।
🌷- ଶୁକ୍ଳପକ୍ଷର ଷଷ୍ଠୀ ତିଥିରେ ମଧ୍ୟ ମହାଦେବ ବିଶ୍ବ ଭ୍ରମଣ କରିଥାନ୍ତି।
🌷- ରୁଦ୍ରାଭିଷେକ କରିବା ପାଇଁ ଏହି ତିଥି ଗୁଡ଼ିକରେ ମହାଦେବଙ୍କ ନିବାସ ମଙ୍ଗଳକାରକ ହୋଇଥାଏ।
💥💥💥💥💥💥💥💥💥💥
👉ଭଗବାନ ଶିବଙ୍କର ନିବାସ କେତେବେଳେ""" ଅନିଷ୍ଟକାରୀ""" ହୋଇଥାଏ ?
ଶିବଙ୍କୁ ଆରାଧନା କରିବା ପାଇଁ ସବୁଠାରୁ ଉତ୍ତମ ଉପାୟ ହେଉଛି ରୁଦ୍ରାଭିଷେକ କିନ୍ତୁ ରୁଦ୍ରାଭିଷେକ କରିବା ପୂର୍ବରୁ ଶିବଙ୍କ ଅନିଷ୍ଟକାରୀ ନିବାସ ବିଷୟରେ ଜାଣିବା ଅତ୍ୟନ୍ତ ଆବଶ୍ୟକ ଅଟେ...
- କୃଷ୍ଣପକ୍ଷର ସପ୍ତମୀ ଏବଂ ଚତୁର୍ଦ୍ଦଶୀ ଦିନ ଭଗବାନ ଶିବ""" ଶ୍ମଶାନ"" ରେ ସମାଧିସ୍ଥ ଅବସ୍ଥାରେ ଥାଆନ୍ତି।
- ଶୁକ୍ଳପକ୍ଷର ପ୍ରତିପଦ, ଅଷ୍ଟମୀ ଏବଂ ପୂର୍ଣ୍ଣିମା ରେ ମଧ୍ୟ ଭଗବାନ ଶିବ ସମାଧିସ୍ଥ ଅବସ୍ଥାରେ ଥାଆନ୍ତି।
- କୃଷ୍ଣପକ୍ଷର ଦ୍ଵିତୀୟା ଏବଂ ନବମୀ ରେ ମହାଦେବ ଦେବତା ମାନଙ୍କର ସମସ୍ୟା ଶୁଣନ୍ତି।
- ଶୁକ୍ଳପକ୍ଷର ତୃତୀୟା ଏବଂ ଦଶମୀ ଦିନ ମଧ୍ୟ ଭଗବାନ ଶିବ ଦେବଗଣଙ୍କ ସମସ୍ୟା ଶୁଣନ୍ତି।
- କୃଷ୍ଣପକ୍ଷର ତୃତୀୟା ଏବଂ ଦଶମୀ ଦିନ ନଟରାଜ କ୍ରୀଡ଼ାରେ ବ୍ୟସ୍ତ ରହନ୍ତି।
- ଶୁକ୍ଳପକ୍ଷର ଚତୁର୍ଥୀ ଏବଂ ଏକାଦଶୀ ଦିନ ମଧ୍ୟ ନଟରାଜ କ୍ରୀଡ଼ାରେ ବ୍ୟସ୍ତ ରହନ୍ତି।
- କୃଷ୍ଣପକ୍ଷର ଷଷ୍ଠୀ ଏବଂ ତ୍ରୟୋଦଶୀ ତିଥିରେ ଭଗବାନ ରୁଦ୍ର ଭୋଜନ କରନ୍ତି।
- ଶୁକ୍ଳପକ୍ଷର ସପ୍ତମୀ ଏବଂ ଚତୁର୍ଦ୍ଦଶୀ ଦିନ ମଧ୍ୟ ଭଗବାନ ରୁଦ୍ର ଭୋଜନ କରନ୍ତି।
- ଏହି ସମସ୍ତ ତିଥିରେ ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଅଭିଷେକ କରାଯାଇପାରିବ ନାହିଁ।
🌷🌷 କେଉଁଦିନ ତିଥିର ବିଚାର କରାଯାଏ ନାହିଁ ?
- ଶିବରାତ୍ରୀ, ପ୍ରଦୋଷ ଏବଂ ଶ୍ରାବଣ ମାସର ସୋମବାର ଦିନ ଶିବଙ୍କର ନିବାସ ବିଷୟରେ ବିଚାର କରାଯାଏ ନାହିଁ।
- ସିଦ୍ଧି ପୀଠ ଅଥବା ଜ୍ୟୋତିର୍ଲିଙ୍ଗ କ୍ଷେତ୍ରରେ ମଧ୍ୟ ଭଗବାନ ଶିବଙ୍କର ନିବାସ ଉପରେ ବିଚାର କରାଯାଏ ନାହିଁ।
🌷ରୁଦ୍ରାଭିଷେକ କଲେ କ'ଣ କ'ଣ ଲାଭ ମିଳିଥାଏ ?
ଶିବ ପୁରାଣ ଅନୁସାରେ କେଉଁ ଦ୍ରବ୍ୟରେ ଅଭିଷେକ କଲେ କ'ଣ ଫଳ ମିଳେ ଅର୍ଥାତ୍ ଯେଉଁ ଉଦ୍ଦେଶ୍ୟ ପୂରଣ କରିବା ପାଇଁ ରୁଦ୍ରାଭିଷେକ କରାଯାଏ ସେଥିପାଇଁ କେଉଁ ଦ୍ରବ୍ୟର ଆବଶ୍ୟକତା ରହିଛି ସେ ବିଷୟରେ ଶିବ ପୁରାଣ ରେ ଉଲ୍ଲେଖ କରାଯାଇଛି, ଏହାର ବିସ୍ତୃତ ବିବରଣୀ ପ୍ରସ୍ତୁତ କରୁଛି ଏବଂ ଆପଣମାନଙ୍କୁ ଅନୁରୋଧ କରୁଛି ଯେ ଆପଣମାନେ ଏହିଭଳି ଭାବରେ ରୁଦ୍ରାଭିଷେକ କଲେ ଏହାର ସମ୍ପୂର୍ଣ୍ଣ ଫଳ ପାଇପାରିବେ।
।। ଶ୍ଳୋକ ।।
ଜଳେନ ବୃଷ୍ଟିମାପ୍ନୋତି ବ୍ୟାଧିଶାନ୍ତି କୁଶୋଦକୈ
ଦଧ୍ନା ଚ ପଶୁକାମାୟ ଶ୍ରିୟା ଇକ୍ଷୁରସେନ ବୈ ।
ମଧ୍ବାଜ୍ୟେନ ଧନାର୍ଥୀ ସ୍ୟାନ୍ମୁମୁକ୍ଷୁସ୍ତୀର୍ଥବାରିଣା।
ପୁତ୍ରାର୍ଥୀ ପୁତ୍ରମାପ୍ନୋତି ପୟସା ଚାଭିଷେଚନାତ୍ ।।
ଵନ୍ଧ୍ୟା ବା କାକଵଂଧ୍ୟା ବା ମୃତବତ୍ସା ଯାଂଗନା।
ଜ୍ବରପ୍ରକୋପଶାଂତ୍ୟର୍ଥମ୍ ଜଳଧାରା ଶିବପ୍ରିୟା ।।
ଘୃତଧାରା ଶିବେ କାର୍ଯ୍ୟା ଯାବନ୍ମନ୍ତ୍ରସହସ୍ତ୍ରକମ୍।
ତଦା ବଂଶସ୍ୟବିସ୍ତାରୋ ଜାୟତେ ନାତ୍ର ସଂଶୟଃ।
ପ୍ରମେହ ରୋଗଶାଂତ୍ୟର୍ଥମ୍ ପ୍ରାପ୍ନୁୟାତ ମାନ୍ସେପ୍ସିତମ।
କେବଳଂ ଦୁଗ୍ଧଧାରା ଚ ବଦା କାର୍ଯ୍ୟା ବିଶେଷତଃ।
ଶର୍କରା ମିଶ୍ରିତା ତତ୍ର ଯଦା ଵୁଦ୍ଧିର୍ଜଡା ଭବେତ୍।
ଶ୍ରେଷ୍ଠା ଵୁଦ୍ଧିର୍ଭବେତ୍ତସ୍ୟ କୃପୟା ଶଙ୍କରସ୍ୟ ଚ!!
ସାର୍ଷପେନୈବ ତୈଳେନ ଶତ୍ରୁନାଶୋ ଭବେଦିହ!
ପାପକ୍ଷୟାର୍ଥୀ ମଧୁନା ନିର୍ବ୍ୟାଧିଃ ସର୍ପିଷା ତଥା।।
ଜୀବନାର୍ଥୀ ତୂ ପୟସା ଶ୍ରୀକାମୀକ୍ଷୁରସେନ ବୈ।
ପୁତ୍ରାର୍ଥୀ ଶର୍କରାଯାସ୍ତୁ ରସେନାର୍ଚେତିଛବଂ ତଥା।
ମହଲିଙ୍ଗାଭିଷେକେନ ସୁପ୍ରୀତଃ ଶଂକରୋ ମୁଦା।
କୁର୍ଯ୍ୟାଦ୍ବିଧାନଂ ରୁଦ୍ରାଣାଂ ଯଜୁର୍ବେଦ୍ବିନିର୍ମିତମ୍।
ଅର୍ଥାତ୍
👉ଜଳରେ ରୁଦ୍ରାଭିଷେକ କଲେ - ବୃଷ୍ଟି
ହୋଇଥାଏ।
👉କୁଶଜଳରେ ଅଭିଷେକ କଲେ -ରୋଗ, ଦୁଃଖ ଦୂର ହୋଇଥାଏ।
👉ଦହିରେ ଅଭିଷେକ କଲେ - ପଶୁ, ଭବନ ତଥା ବାହନ ପ୍ରାପ୍ତି ହୋଇଥାଏ।
👉ଆଖୁ ରସରେ ଅଭିଷେକ କଲେ - ଲକ୍ଷ୍ମୀ ପ୍ରାପ୍ତି ।
👉ମହୁମିଶ୍ରିତ ଜଳରେ ଅଭିଷେକ କଲେ - ଧନବୃଦ୍ଧି ହୋଇଥାଏ।
👉ତୀର୍ଥ ଜଳରେ ଅଭିଷେକ କଲେ - ମୋକ୍ଷ ପ୍ରାପ୍ତି ହୋଇଥାଏ।
👉ଅତର ମିଶ୍ରିତ ଜଳରେ ଅଭିଷେକ କଲେ - ରୋଗ ଦୂର ହୋଇଥାଏ।
👉କ୍ଷୀର ରେ ଅଭିଷେକ କଲେ - ପୁତ୍ର ପ୍ରାପ୍ତି, ପ୍ରମେହ ରୋଗ ପ୍ରଶମିତ ହୋଇଥାଏ ତଥା ମନସ୍କାମନା ପୂର୍ଣ୍ଣ ହୋଇଥାଏ।
👉ଗଙ୍ଗାଜଳ ରେ ଅଭିଷେକ କଲେ - ଜ୍ୱର ଭଲ ହୋଇଥାଏ।
👉କ୍ଷୀର ଶର୍କରା ମିଶ୍ରିତ ଅଭିଷେକ କଲେ - ସଦ୍ ବୁଦ୍ଧି ପ୍ରାପ୍ତି ହୋଇଥାଏ।
👉ଘିଅ ରେ ଅଭିଷେକ କଲେ - ବଂଶ ବିସ୍ତାର ହୋଇଥାଏ।
👉ଷୋରିଷ ତେଲରେ ଅଭିଷେକ କଲେ - ରୋଗ ତଥା ଶତ୍ରୁ ନାଶ ହୋଇଥାଏ।
👉ଶୁଦ୍ଧମହୁ ରେ ଅଭିଷେକ କଲେ - ପାପ କ୍ଷୟ ହୋଇଥାଏ।
ଏହିପରି ଭଗବାନ ଶିବଙ୍କର ରୁଦ୍ର ରୂପର ପୂଜା ଏବଂ ଅଭିଷେକ କଲେ ଭକ୍ତମାନଙ୍କର ଜାଣ- ଅଜାଣତରେ ହୋଇଥିବା ପାପ ଆଚରଣ ଶିଘ୍ର କ୍ଷୟ ହୋଇଥାଏ ଏବଂ ସାଧକ ମଧ୍ୟରେ ଶିବତ୍ୱ ରୂପ ସତ୍ୟ ଶିବ ସୁନ୍ଦର ଉଦୟ ହୋଇଥାଏ ଏହାପରେ ଭଗବାନ ଶିବଙ୍କର ଶୁଭ ଆଶୀର୍ବାଦ ରୁ ସମୃଦ୍ଧି, ଧନ- ଧାନ୍ୟ, ବିଦ୍ୟା ତଥା ସନ୍ତାନ ପ୍ରାପ୍ତି ସହିତ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ।
Comments
Post a Comment