ଶ୍ରୀବଳିବାମନାଷ୍ଟକମ୍
🟣।। ଶ୍ରୀବଳିବାମନାଷ୍ଟକମ୍ ।।🟣
।। ୧ ।।
ଲାବଣ୍ୟାଙ୍ଗୁଷ୍ଠମାତ୍ରଂ ଜଗତ୍-ବଶ ତିଳକଂ
ପୁସ୍ତକଂ ବର୍ଣ୍ଣମାଳା ,
ସ୍କନ୍ଧେଯଜ୍ଞୋ ପବୀତଂ ତ୍ରିଦଶଦ୍ୟୁତିହରଂ
ତତ୍ପରଂଚୋତ୍ତରୀୟମ୍ ।
ଧୃତ୍ବା ଛତ୍ରଞ୍ଚ ବାମେ କୁଶବଟୁଯୁଗଳମ୍
ତାମ୍ରପାତ୍ରଂ ଚ ଦକ୍ଷେ ,
ଇତ୍ୟେବଂପଞ୍ଚଭୂତ୍ୟା ବଳିସଦନଗତୋ
ପାଠୟନ୍ ସାମବେଦମ୍ ।।
ବାମନ ଯେତେବେଳେ ବଳିଦ୍ବାରକୁ ତିନିପାଦ ଭୂମି ମାଗିବାକୁ ଯାଇଥିଲେ, ତାହାର ବର୍ଣ୍ଣନା ଏଠାରେ କରାଯାଇଛି। ସେତେବେଳେ ବାମନ ବ୍ରାହ୍ମଣ ରୂପରେ ଥିଲେ, ଶରୀର ତାଙ୍କର ଲାବଣ୍ୟମୟ ଦିଶୁଥିଲା, ଅଙ୍ଗୁଷ୍ଠରେ ମୁଦ୍ରିକା ଶୋଭା ପାଉଥିଲା, କପାଳ ଅତ୍ୟନ୍ତ ମନମୁଗ୍ଧକର ଚିତା ଦ୍ବାରା ସୁସଜ୍ଜିତ ଥିଲା, ହସ୍ତରେ ତାଳପତ୍ର ପୁସ୍ତକ ଶୋଭାପାଉଥିଲା, କାନ୍ଧରେ ଥିବା ଯଜ୍ଞୋ ପବୀତ ଦେବତାମାନଙ୍କର ଦ୍ୟୁତିକୁ ହରଣ କରୁଥିବା ସହ ତାହା ଉପରେ ଉତ୍ତରୀୟ ଶୋଭାପାଉଥିଲା, ବାମ ହସ୍ତରେ ତାଳପତ୍ରର ଛତା ଥିଲା, ଦୁଇ ହସ୍ତର ଦୁଇ ଅନାମିକା ଅଙ୍ଗୁଷ୍ଠିରେ ଦୁଇଟି କୁଶବଟୁ, ଦକ୍ଷ ହସ୍ତରେ ତାମ୍ର ପାତ୍ର, ଏହିପରି ସୌନ୍ଦର୍ଯ୍ୟରେ ସଜ୍ଜିତ ବାମନଦେବ ବ୍ରାହ୍ମଣ ରୂପରେ ସାମବେଦ ପଠନ ପୂର୍ବକ ବଳିଦ୍ବାରରେ ଉପସ୍ଥିତ ହୋଇଥିଲେ। (୧)
।।୨।।
ମତ୍ତଃ କୋକିଳନାଦଂ ତ୍ରିପୁରପୁଲକିତଂ
ଉଦ୍-ଗମଂ ଲୋମଗାତ୍ରଂ ,
ଦାନାନ୍ତେ ଭୋଜନାର୍ଥଂ ଚଳତିବଳିନୃପଃ
ଶ୍ରୂୟତେ ବେଦନାଦଂ ।
ଉଦ୍-ବେଗେ ଧାବୟନ୍ତଂ ଦ୍ବିଜବର ସମୀପଂ
ଦୃଶ୍ୟତେ ବ୍ରହ୍ମରୂପଂ ,
ସାନନ୍ଦଂ ପୃଚ୍ଛୟନ୍ତଂ କିମପି ଦ୍ବିଜବର
କୁତ୍ର କାର୍ଯ୍ୟେ ତ୍ବମାସୀଦ୍ ।
ଯେତେବେଳେ ବ୍ରାହ୍ମଣ ରୂପୀ ବାମନ ବଳିରାଜଙ୍କର ନଗର ମଧ୍ୟ ଦେଇ, ରାଜ ପ୍ରାସାଦ ଅଭିମୁଖେ ଯାଉଥିଲେ, ସେ ସମୟରେ ସେ ଅତି ସୁନ୍ଦର ଭାବରେ ସାମଗାନ କରୁଥିଲେ। ବସନ୍ତ କାଳୀନ କୋକିଳ ର ସ୍ବର ପରି ସାମଗାନ ଶୃତିମଧୁର ଥିଲା। ତତ୍-ସହିତ ସେହି ସାମଗାନ ତିନିପୁରକୁ ପୁଲକିତ କରିବା ସହ ଶ୍ରବଣ ମାତ୍ରକେ ସମସ୍ତଙ୍କର ରୋମୋଦ୍ଗମ ହେଉଥିଲା। ଇତ୍ୟବସରରେ ବଳି ରାଜ ନିଜର ଦାନପୁଣ୍ୟ କାର୍ଯ୍ୟ ସମାପନ କରି ଭୋଜନାଳୟକୁ ଭୋଜନ କରିବା ଉଦ୍ଦେଶ୍ୟରେ ଯିବାବେଳେ ବ୍ରାହ୍ମଣ ଙ୍କର ବେଦଧ୍ବନି ଶୁଣି ଉଦ୍-ବେଗର ସହିତ ଧାବମାନ ଅବସ୍ଥାରେ ବ୍ରାହ୍ମଣ ଙ୍କୁ ସାକ୍ଷାତ ହୋଇ, ବ୍ରହ୍ମରୂପ ଦର୍ଶନ କରି ଆନନ୍ଦର ସହ ପଚାରିଲେ, ହେ ଦ୍ବିଜବର ଆପଣ କେଉଁଠାରୁ ଏବଂ କେତେ କାର୍ଯ୍ୟ ନେଇ ଏଠାକୁ ଆସିଛନ୍ତି? ( ୨)
।। ୩।।
ଭୋ ଭୋ ବଳି ନୃପବର ତବକୀର୍ତ୍ତି ଶୃତ୍ବା
ଦାନଂ ଦଦାସ୍ୟନୁଦିନଂ ଦ୍ବିଜହସ୍ତକେନ।
ଆୟାମି ଗୋଲକପୁରୀଂ ବହୁଦୀର୍ଘମାର୍ଗଂ
ଦାନଂ ପ୍ରଦେହି ପ୍ରଗୃହ୍ନାମି ତ୍ରିପାଦଭୂମିଂ ।।
ବଳି ଦ୍ଵାରରେ ବ୍ରାହ୍ମଣ ରୂପୀ ବାମନ ଉପସ୍ଥିତ ହେବା ପରେ ବଳିରାଜ ତାଙ୍କର ରୂପ ଲାବଣ୍ୟ ଦେଖି ସ୍ତମ୍ଭୀଭୂତ ହୋଇ ପଚାରିଥିଲେ, ହେ ଦ୍ବିଜବର ଆପଣଙ୍କ ର ଆସିବାର ଅଭିପ୍ରାୟ କଣ? ବ୍ରାହ୍ମଣ କହିଲେ, ହେ ବଳିରାଜ ତୁମ୍ଭର କୀର୍ତ୍ତି ଚତୁର୍ଦ୍ଦିଗରେ ବିସ୍ତାରତ ହୋଇଛି। ଅନେକ ବ୍ରାହ୍ମଣ ଙ୍କୁ ତୁମ୍ଭେ ଦାନ ପୁଣ୍ୟ କରୁଛ ଏ ଖବର ଶୁଣି ମୁଁ ତୁମ୍ଭ ଠାରୁ ତ୍ରିପାଦ ଭୂମି ଦାନ ନେବା ପାଇଁ ବହୁ ଦୀର୍ଘ ମାର୍ଗ ଗୋଲକପୁରୀରୁ ଆସିଅଛି। ତୁମ୍ଭେ ତ୍ରିପାଦ ଭୂମି ମୋତେ ପ୍ରଦାନ କର। (୩)
।।୪।।
ହେ ବ୍ରହ୍ମନ୍ ତବକାନ୍ତି ସଦୃଶପରଂ
ନଦୃଶ୍ୟତେ ଭୂତଳେ
ସ୍ବଳ୍ପଂ କିମପି ପ୍ରାର୍ଥୟ ବସୁମତୀଂ
ଯତ୍-ବାଞ୍ଛିତଂ ତତ୍ ପୁନଃ।
ଦେଶମ୍ ଗ୍ରାମଂ ଚ ଗାବଂ କରିବୃଷତୁରଗାନ୍
ଅଷ୍ଟରତ୍ନଂ ଚ ସର୍ବାନ୍
ଯତ୍ ତ୍ବଂ ବାଞ୍ଛୟ ଦାସ୍ୟାମି ଦ୍ବିଜବର
କିଂ ବା ତ୍ରିପାଦଂ ଭୂମିମ୍ ।।
ବଳିରାଜ ଙ୍କୁ ବ୍ରାହ୍ମଣ ରୂପୀ ବାମନ ତିନିପାଦ ଭୂମି କଥା କହିଲେ, ବଳିରାଜ କହିଲେ ହେ ବ୍ରାହ୍ମଣ ତୁମ୍ଭର ଶରୀର ତେଜୋମୟ କାନ୍ତି ସଦୃଶ ରୂପ ପୃଥିବୀ ମଧ୍ୟରେ ଦେଖାଯାଏ ନାହିଁ। ସାଧାରଣ ଭୂମି ମାଗିବା ଆବଶ୍ୟକ ନାହିଁ। ଯଦି ଦେଶ, ଗ୍ରାମ, ଗୋବାଜି ଧନଧାନ୍ୟ, ଅଷ୍ଟରତ୍ନ ଇତ୍ୟାଦି ମାଗନ୍ତେ ସବୁକିଛି ଦିଅନ୍ତି। କିନ୍ତୁ ସାଧାରଣ ତିନିପାଦ ଭୂମି କଣ ମାଗୁଛନ୍ତି? (୪)
।। ୫।।
ଦେଶେରାଜଭୟଂ ଚ ଦ୍ରବ୍ୟସକଳେ
ଚୌର୍ଯ୍ୟଂ ଭୟଂ ଚାଧ୍ବନି
ସ୍ବଳ୍ପଂଦେହି ତ୍ରିପାଦଭୂମିମପରଂ
ପୂଣ୍ୟଂ ବିନଷ୍ଟଂ ଭବେତ୍।
କିଞ୍ଚିତ୍ ଭୂମିଂ ପ୍ରଦାତୁଂ ନେଚ୍ଛସି କଥଂ
ଭୂରିଧନଂ ଦୀୟତେ
ଶୃତ୍ୟେବଂ ନୃପର୍ବିସ୍ମୟନ୍ତରଗତୋ
ଚିନ୍ତା କୁଳଶ୍ଚାପ୍ୟଭୂତ୍।
ବଳି ଏବଂ ବ୍ରାହ୍ମଣ ରୂପୀ ବାମନଙ୍କ କଥୋପକଥନ ରେ ବଳିରାଜ ଅନେକ ଧନ ସମ୍ପଦ ଦେବା ପାଇଁ ଇଚ୍ଛୁକ ଥିଲେ। କିନ୍ତୁ ଛଦ୍ମ ବେଶୀ ବାମନ ତିନିପାଦ ଭୂମି ଇଚ୍ଛା କରିଥିଲେ। "ଅତି ଦାନେ ବଳିର୍ବଧ ନ୍ୟାୟ ରେ" ବଳି ରାଜଙ୍କୁ ତିନିପାଦ ଭୂମି ତୁଚ୍ଛ ଲାଗୁଥିଲା। ବ୍ରାହ୍ମଣ ରୂପରେ କହିବାକୁ ଗଲେ ବଳିରାଜ ଙ୍କର ସମସ୍ତ ଧନକୁ ତୁଚ୍ଛ ମନେକରି, ବ୍ରାହ୍ମଣ ରୂପୀ ବାମନ କହିଥିଲେ ଦେଶ ଯଦି ମିଳେ ତେବେ ରାଜ ଭୟ ଥାଇପାରେ, ନାନାଦି ଧନ ଦ୍ରବ୍ୟରେ ଚୌର ଭୟ ରହିପାରେ, କିନ୍ତୁ ବଟୁ ବ୍ରାହ୍ମଣ ଙ୍କର ଅତି ଛୋଟ ଛୋଟ ପାଦକୁ ଦେଖି ବଳିରାଜ ବିସ୍ମୟ ର ସହିତ ଚିନ୍ତାରେ ମ୍ରିୟମାଣ ହୋଇ ପଡ଼ିଥିଲେ। ସୁତରାଂ ବାମନ ଯାହାର ଦ୍ବାରରେ ବ୍ରାହ୍ମଣ ରୂପରେ ଯାଇ ଦାନ ଗ୍ରହଣ କରିବା ପାଇଁ ଇଚ୍ଛୁକ ତାଙ୍କର ପୁଣ୍ୟ ବଳ ଅବର୍ଣ୍ଣନୀୟ। (୫)
।।୬।।
ଜ୍ଞାତ୍ବା ଦୈତ୍ୟ ଗୁରୁର୍ବଳେଶ୍ଚ ମନସା
ଦାନଂ ଦତ୍ତଂ ତତ୍-ପଦଂ
ଭାଗ୍ୟଂ ପୂର୍ବକୃତଂ ଚ ଜନ୍ମସକଳଂ
ତତ୍ପାଦରେଣୁଃ ମୟା।
ଉଦ୍ଧୃତଂ ସପ୍ତଗୋତ୍ରଂ ମମକୁଳସହିତଂ
ଭ୍ରାତୃବନ୍ଧୁନ୍ ଚ ସର୍ବେ ।
ଦାସୋऽହଂ ଚିରକାଳବିଷ୍ଣୁଚରଣେ
ସ୍ଥାସ୍ୟାମି ସ୍ବର୍ଗେ ସଦା।
ବଳିରାଜ ଦୈତ୍ୟ ଗୁରୁ ଶୁକ୍ରାଚାର୍ଯ୍ୟଙ୍କୁ ମନ ମଧ୍ୟରେ ସ୍ମରଣ କରି ତିନିପାଦ ଭୂମି ଦାନ ଦେବାପାଇଁ ବ୍ରାହ୍ମଣ ରୂପୀ ବାମନଙ୍କୁ ସ୍ଥିର କରିଥିଲେ, ଏବଂ ମନରେ ଚିନ୍ତା କରିଥିଲେ, ଏହି ବ୍ରାହ୍ମଣ ଙ୍କର ପଦ ରେଣୁ ମୋର ପୂର୍ବ ଭାଗ୍ୟ ଥିବା ଯୋଗୁଁ ମୋ ଦ୍ବାରରେ ଆଜି ପଡ଼ିବା ସହ ମୁଁ ମୋର ସପ୍ତ କୁଳକୁ ଉଦ୍ଧାର କରି ମର୍ଯ୍ୟାଦା ରଖିବି ଏବଂ ଚିରକାଳ ପାଇଁ ବିଷ୍ଣୁ ଙ୍କ ପୟରରେ ଦାସାନୁଦାସ ହୋଇ ସ୍ବର୍ଗରେ ରହିବି। ଏଥିରୁ ଅନୁମାନ କରାଯାଏ, ଏ ଯୁଗରେ ମଧ୍ୟ ରାଜାମହାରାଜା ମାନେ ବ୍ରାହ୍ମଣ ମାନଙ୍କୁ ଭୂମି ଦାନକରି ବ୍ରାହ୍ମଣ ଶାସନ ଗୁଡିକୁ ବହୁସ୍ଥାନରେ ଅବସ୍ଥାପିତ କରିଛନ୍ତି। (୬)
।। ୭।।
ଯତ୍ପାଦଂ ଧୃବନାରଦାଦିମୁନୟୋ
ଧ୍ୟାତୁଂ ନହି ସକ୍ଷମଃ
ତତ୍ପାଦଂ ବଳିରାଜଧୌତକୁରୁତେ
ଧନ୍ୟଂ ସୁକୃତଂ ତତଃ।
ଦତ୍ବାପାଦାସନଂଚ ହରିକରକମଳେ
ନୀରଦାନଂ ଚକାର
ସ୍ବସ୍ତୀତ୍ୟୁକ୍ତେ ଦ୍ବିଜବରବଦନେ
ଦୁନ୍ଦୁଭିର୍ନାଦୋ (ଖେ) ଭବତ୍।
ବଳିରାଜା ବ୍ରାହ୍ମଣ ଙ୍କୁ ତିନିପାଦ ଭୂମି ଦାନ କରିବା ପାଇଁ ବ୍ରାହ୍ମଣ ଙ୍କର ପଦ ଧୌତକଲେ। ଯେଉଁ ପାଦ ପଦ୍ମକୁ ଧୃବନାରଦାଦିମୁନି ଋଷି ଗଣ ଧ୍ୟାନ କରିବା ପାଇଁ ସକ୍ଷମ ନୁହନ୍ତି, ସେହି ପାଦପଦ୍ମ କୁ ବଳିରାଜ ଧୌତ କରିବା ତାଙ୍କ ପାଇଁ ଅତି ପୁଣ୍ୟ ର ମାର୍ଗଥିଲା। ଯେକୌଣସି ଦାନପୁଣ୍ୟରେ ବ୍ରାହ୍ମଣ ଙ୍କୁ ବରଣ କଲା ବେଳେ ଆସନ, ପାଦାସନ, ଗନ୍ଧ, ପୁଷ୍ପ, ଅକ୍ଷତ, ନୂତନ ବସ୍ତ୍ରାଦି ପରିଧାନ କରାଇ ଦାନକୁ ଅର୍ପଣ କରାଯାଏ। ତଦ୍-ବତ୍ ବଳିରାଜ ବ୍ରାହ୍ମଣ ଙ୍କୁ ବରଣ କରି, ହରିଙ୍କର କର କମଳରେ ନୀର ଦାନ କରିଥିଲେ। ଗ୍ରହୀତା ବ୍ରାହ୍ମଣ ରୂପୀ ବାମନ ତାଙ୍କର ମଙ୍ଗଳ କାମନା କରିବା ସହ ଆକାଶ ରେ ଦୁନ୍ଦୁଭି ବାଦ୍ୟ ଦେବତା ଗଣ ବାଦନ କରିଥିଲେ। (୭)
।। ୮।।
ପାଦୈକେମରଭୂବନଞ୍ଚ ଦ୍ବିପଦୀ
ମର୍ତ୍ତ୍ୟଂପୁରଂ ଚ୍ଛାଦୟନ୍
ଦୃଷ୍ଟ୍ବାଭୂପପଦାରବିନ୍ଦଚକିତଂ
ପାଦତ୍ରୟଂ କ୍ବପ୍ରଭୋ ?
ନାଭୌତତ୍ - କ୍ଷଣମେକପାଦମଜନଂ
ତସ୍ୟୋପରି ସଂଦଦୌ
ଛିତ୍ବା ପୂର୍ବଜନ୍ମକୋଟିପାପସକଳଂ
ପାତାଳଦେଶେ ସ୍ଥିତମ୍ ।।
ବଳିରାଜ ବ୍ରାହ୍ମଣ ଙ୍କୁ ଯଥାବିଧି ବରଣ କରି ସାରି, ଦାନ କାର୍ଯ୍ୟ ଆରମ୍ଭ କଲେ, ପ୍ରଥମ ପାଦ ଭୂମି ଦାନରେ ସ୍ବର୍ଗପୁର ଆଚ୍ଛାଦିତ ହୋଇଗଲା, ଦ୍ବିତୀୟ ପାଦ ଭୂମି ଦାନରେ ମର୍ତ୍ତ୍ୟପୁର ଆଚ୍ଛାଦିତ ହୋଇଥିଲା, ଏହାପରେ ବଳିରାଜ ଙ୍କ ର ବିଶ୍ୱାସ ଦୃଢୀଭୂତ ହେଲା ଯେ ବ୍ରାହ୍ମଣ ରୂପରେ ଆସିଥିବା ବାମନ ବ୍ରାହ୍ମଣ ନୁହନ୍ତି, ଏ ନିଶ୍ଚିତ ଜଣେ ଦେବତା, ତେଣୁ ସେ ଆଦରର ସହିତ ପଚାରିଲେ ପ୍ରଭୋ ଆପଣଙ୍କର ତୃତୀୟ ପାଦ? ହଠାତ୍ ବାମନ ଦେବ ଙ୍କର ନାଭି କମଳରୁ ଏକ ପାଦର ଆବିର୍ଭୂତ ହେଲା, ଯେଉଁ ପାଦକି ପ୍ରଭୋ ବଳିରାଜ ଙ୍କର ମସ୍ତକରେ ରଖି ତାଙ୍କୁ ପାତାଳପୁରରେ ଚାପିଦେଲେ। ବଳିରାଜ ଙ୍କର ପୂର୍ବ ଜନ୍ମ ର କୋଟି କୋଟି ପାପ ମୁକ୍ତି ହେବା ସହିତ ବିଷ୍ଣୁ ପୁରରେ ବସବାସ କଲେ। ( "କ୍ରୋଧୋପି ଦେବସ୍ୟ ବରେଣ ତୁଲ୍ୟଃ") ନ୍ୟାୟ ରେ ଦେବତା ମାନେ ଯେତେ କୂଟକପଟ କରି କୂଟଶ୍ଚର ବୁଦ୍ଧି ଲଗାଇଲେ ମଧ୍ୟ ତାହା ପ୍ରତ୍ୟେକ ଅସୁରମାନଙ୍କ ପାଇଁ ଆଶୀର୍ବାଦ ହୋଇଥାଏ। (୮)
।। ୯।।
କ୍ରୋଧଃବିସ୍ତୀର୍ଣ୍ଣ କାୟଃ ତ୍ରିପୁର- ଅରିପଦ
କମ୍ପମାନେ ମହୀନ୍ଦ୍ରେ
ବିଧାତା ବେଦଗାନଂ ସୁରଗୁରୁଃ ଚ ତତଃ
ଶିକ୍ଷାଂସ୍ତୁତିଂଚ ପଠେତ୍
ଶକ୍ରାଦ୍ୟାମରବୃନ୍ଦକା ସ୍ତୁତିକରାଃ କାର୍ପଣ୍ୟପୁଷ୍ପାଞ୍ଜଳିଂ
ଶାନ୍ତିଃ ତତ୍ରଭଜେ ବଟୁସ୍ତ୍ରିବିକ୍ରମଃ ବିଶ୍ବସ୍ଥଳେ ଗଚ୍ଛତି।
ବାମନ ବଳିରାଜ ଙ୍କ ମସ୍ତକରେ ପାଦ ଥୋଇ ଚାପି ଦେଲା ପରେ ନିଜର କାୟାକୁ ବିସ୍ତାର କରିଥିଲେ, ତିନି ପୁରର ସମସ୍ତ ଶତୃମାନେ ଭୟଭୀତ ହୋଇଥିଲେ। ପାହାଡ ପର୍ବତ ଆଦି କମ୍ପମାନ ହୋଇ ଉଠିଥିଲେ। ବ୍ରହ୍ମା ବେଦଗାନ କରିବା ସହିତ, ଦେବଗୁରୁ ବୃହସ୍ପତି ଶିକ୍ଷାସ୍ତୁତି ପାଠ କରିଥିଲେ। ଇନ୍ଦ୍ରାଦିଦେବ ଗଣ ସମସ୍ତେ ଭକ୍ତି ର ସହିତ ପୁଷ୍ପାଞ୍ଜଳି ଅର୍ପଣ କରିବା ଦ୍ବାରା ବାମନ ଶାନ୍ତି ଲାଭକରି ସ୍ବସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଅତି ସର୍ବତ୍ର ଗର୍ହିତଂ ହିସାବରେ ବଳିରାଜ ମୁକ୍ତିଲାଭ କରି ସ୍ବର୍ଗପୁରକୁ ଗଲେ। ବାମନଙ୍କ ନାଭି କମଳ ଜାତ ପଦ ସମସ୍ତଙ୍କ ଦୁଃଖ କୁ ବିନାଶ କରିବା ସହିତ ମଙ୍ଗଳ ମୟ ହୁଅନ୍ତୁ। (୯)
🟣।। ଶ୍ରୀବଳିବାମନାଷ୍ଟକମ୍ ।।🟣
(ମୂଳଶ୍ଳୋକମାତ୍ର )
।। ୧ ।।
ଲାବଣ୍ୟାଙ୍ଗୁଷ୍ଠମାତ୍ରଂ ଜଗତ୍-ବଶ ତିଳକଂ
ପୁସ୍ତକଂ ବର୍ଣ୍ଣମାଳା ,
ସ୍କନ୍ଧେଯଜ୍ଞୋ ପବୀତଂ ତ୍ରିଦଶଦ୍ୟୁତିହରଂ
ତତ୍ପରଂଚୋତ୍ତରୀୟମ୍ ।
ଧୃତ୍ବା ଛତ୍ରଞ୍ଚ ବାମେ ଦ୍ବୟକୁଶବଟୁକଂ
ତାମ୍ରପାତ୍ରଂ ଚ ଦକ୍ଷେ ,
ଇତ୍ୟେବଂପଞ୍ଚଭୂତ୍ୟା ବଳିସଦନଗତୋ
ପାଠୟନ୍ ସାମବେଦମ୍ ।।
।।୨।।
ମତ୍ତଃ କୋକିଳନାଦଂ ତ୍ରିପୁରପୁଲକିତଂ
ଉଦ୍-ଗମଂ ଲୋମଗାତ୍ରଂ ,
ଦାନାନ୍ତେ ଭୋଜନାର୍ଥଂ ଚଳତିବଳିନୃପଃ
ଶ୍ରୂୟତେ ବେଦନାଦଂ ।
ଉଦ୍-ବେଗେ ଧାବୟନ୍ତଂ ଦ୍ବିଜବର ସମୀପଂ
ଦୃଶ୍ୟତେ ବ୍ରହ୍ମରୂପଂ ,
ସାନନ୍ଦଂ ପୃଚ୍ଛୟନ୍ତଂ କିମପି ଦ୍ବିଜବର
କୁତ୍ର କାର୍ଯ୍ୟେ ତ୍ବମାସୀଦ୍ ।
।। ୩।।
ଭୋ ଭୋ ବଳି ନୃପବର ତବକୀର୍ତ୍ତି ଶୃତ୍ବା
ଦାନଂ ଦଦାସ୍ୟନୁଦିନଂ ଦ୍ବିଜହସ୍ତକେନ।
ଆୟାମି ଗୋଲକପୁରୀଂ ବହୁଦୀର୍ଘମାର୍ଗଂ
ଦାନଂ ପ୍ରଦେହି ପ୍ରଗୃହ୍ନାମି ତ୍ରିପାଦଭୂମିଂ ।।
।।୪।।
ହେ ବ୍ରହ୍ମନ୍ ତବକାନ୍ତି ସଦୃଶପରଂ
ନଦୃଶ୍ୟତେ ଭୂତଳେ
ସ୍ବଳ୍ପଂ କିମପି ପ୍ରାର୍ଥୟ ବସୁମତୀଂ
ଯତ୍-ବାଞ୍ଛିତଂ ତତ୍ ପୁନଃ।
ଦେଶମ୍ ଗ୍ରାମଂ ଚ ଗାବଂ କରିବୃଷତୁରଗାନ୍
ଅଷ୍ଟରତ୍ନଂ ଚ ସର୍ବାନ୍
ଯତ୍ ତ୍ବଂ ବାଞ୍ଛୟ ଦାସ୍ୟାମି ଦ୍ବିଜବର
କିଂ ବା ତ୍ରିପାଦଂ ଭୂମିମ୍ ।।
।। ୫।।
ଦେଶେରାଜଭୟଂ ଚ ଦ୍ରବ୍ୟସକଳେ
ଚୌର୍ଯ୍ୟଂ ଭୟଂ ଚାଧ୍ବନି
ସ୍ବଳ୍ପଂଦେହି ତ୍ରିପାଦଭୂମିମପରଂ
ପୂଣ୍ୟଂ ବିନଷ୍ଟଂ ଭବେତ୍।
କିଞ୍ଚିତ୍ ଭୂମିଂ ପ୍ରଦାତୁଂ ନେଚ୍ଛସି କଥଂ
ଭୂରିଧନଂ ଦୀୟତେ
ଶୃତ୍ୟେବଂ ନୃପର୍ବିସ୍ମୟନ୍ତରଗତୋ
ଚିନ୍ତା କୁଳଶ୍ଚାପ୍ୟଭୂତ୍।
।।୬।।
ଜ୍ଞାତ୍ବା ଦୈତ୍ୟ ଗୁରୁର୍ବଳେଶ୍ଚ ମନସା
ଦାନଂ ଦତ୍ତଂ ତତ୍-ପଦଂ
ଭାଗ୍ୟଂ ପୂର୍ବକୃତଂ ଚ ଜନ୍ମସକଳଂ
ତତ୍ପାଦରେଣୁଃ ମୟା।
ଉଦ୍ଧୃତଂ ସପ୍ତଗୋତ୍ରଂ ମମକୁଳସହିତଂ
ଭ୍ରାତୃବନ୍ଧୁନ୍ ଚ ସର୍ବେ ।
ଦାସୋऽହଂ ଚିରକାଳବିଷ୍ଣୁଚରଣେ
ସ୍ଥାସ୍ୟାମି ସ୍ବର୍ଗେ ସଦା।
।। ୭।।
ଯତ୍ପାଦଂ ଧୃବନାରଦାଦିମୁନୟୋ
ଧ୍ୟାତୁଂ ନହି ସକ୍ଷମଃ
ତତ୍ପାଦଂ ବଳିରାଜଧୌତକୁରୁତେ
ଧନ୍ୟଂ ସୁକୃତଂ ତତଃ।
ଦତ୍ବାପାଦାସନଂଚ ହରିକରକମଳେ
ନୀରଦାନଂ ଚକାର
ସ୍ବସ୍ତୀତ୍ୟୁକ୍ତେ ଦ୍ବିଜବରବଦନେ
ଦୁନ୍ଦୁଭିର୍ନାଦୋ (ଖେ) ଭବତ୍।
।। ୮।।
ପାଦୈକେମରଭୂବନଞ୍ଚ ଦ୍ବିପଦୀ
ମର୍ତ୍ତ୍ୟଂପୁରଂ ଚ୍ଛାଦୟନ୍
ଦୃଷ୍ଟ୍ବାଭୂପପଦାରବିନ୍ଦଚକିତଂ
ପାଦତ୍ରୟଂ କ୍ବପ୍ରଭୋ ?
ନାଭୌତତ୍ - କ୍ଷଣମେକପାଦମଜନଂ
ତସ୍ୟୋପରି ସଂଦଦୌ
ଛିତ୍ବା ପୂର୍ବଜନ୍ମକୋଟିପାପସକଳଂ
ପାତାଳଦେଶେ ସ୍ଥିତମ୍ ।।
।। ୯।।
କ୍ରୋଧଃବିସ୍ତୀର୍ଣ୍ଣ କାୟଃ ତ୍ରିପୁର- ଅରିପଦ
କମ୍ପମାନେ ମହୀନ୍ଦ୍ରେ
ବିଧାତା ବେଦଗାନଂ ସୁରଗୁରୁଃ ଚ ତତଃ
ଶିକ୍ଷାଂସ୍ତୁତିଂଚ ପଠେତ୍
ଶକ୍ରାଦ୍ୟାମରବୃନ୍ଦକା ସ୍ତୁତିକରାଃ କାର୍ପଣ୍ୟପୁଷ୍ପାଞ୍ଜଳିଂ
ଶାନ୍ତିଃ ତତ୍ରଭଜେ ବଟୁସ୍ତ୍ରିବିକ୍ରମଃ ବିଶ୍ବସ୍ଥଳେ ଗଚ୍ଛତି।
।ସମାପ୍ତ।
Comments
Post a Comment