ବିବାହରେ ବାଟବରଣ

 🟢ବିବାହରେ ବାଟବରଣ 🟢

➖➖➖➖➖➖➖➖


🔸 ବିବାହଦିବସେ କନ୍ୟା ପିତା ବରମାନୀୟ ଉପକରଣଦ୍ରବ୍ୟାଣି ଗୃହୀତ୍ବା ମାର୍ଗେ ବରସ୍ୟ ବରଣଂ କୁର୍ଯ୍ୟାତ୍ ;


🔹 ବରଣରେ ବରଧରାର ଦେୟ ଦ୍ରବ୍ୟ–


 ଉପବୀତଂ ଫଳ ପୁଷ୍ପ ବାସାଂସି ବିବିଧାନ ଚ ।

 ଦେୟଂ ବରାୟ ବରଣେ କନ୍ୟାଭ୍ରାତା ଦ୍ବିଜେନ ଚ । 


 (  ବିବାହଦିନ କନ୍ୟାଗୃହକୁ ବର ଆସିବା ସମୟରେ କନ୍ୟା ପିତା ଗୋଟିଏ ପାତ୍ରରେ ମହାପ୍ରସାଦ , ଯୋଡ଼ିଏ ପାଞ୍ଚି , ଦୁଇଗୋଟି ପୁଷ୍ପମାଲ୍ୟ , ନଡ଼ିଆ , ସୁବର୍ଣ୍ଣ , ପଇତା , ଚନ୍ଦନ , ସିନ୍ଦୂର , କଜ୍ବଳ - ଏ ପଦାର୍ଥମାନ ନେଇ କିଛିଦୂର ବାଟକୁ ଯାଇ ନିମ୍ନଲିଖୁତ ପ୍ରତ୍ୟେକ ମନ୍ତ୍ରଦ୍ଵାରା ପ୍ରତ୍ୟେକ ପଦାର୍ଥ ବରକୁ ଦେଇ ବରଣ କରି ଆଣିବ । )


🔸( ୧ ) ମହାପ୍ରସାଦ ମନ୍ତ୍ର ଯଥା — 


ଓଁ ତଦ୍ ବିଷ୍ଣୋଃ ପରମ ପଦଂ ସଦା ପଶ୍ୟନ୍ତି ସୂରୟଃ । 

ଦିବୀବ ଚକ୍ଷୁରାତତଂ ।


- ଇତି ମହାପ୍ରସାଦଂ ବର ମସ୍ତକ ସ୍ପର୍ଶୟେତ୍ । 


( ଏ ମନ୍ତ୍ର ପଢ଼ି ବର ମସ୍ତକରେ ମହାପ୍ରସାଦ ଛୁଆଇଁଦେବ । ) 


🔸( ୨ ) ନାରୀକେଳ ମନ୍ତ୍ର ଯଥା —


 ଓଁ ଯା ଫଳନୀର୍ଯା ଅଫଳା ଅପୁଷ୍ପାୟାଣ୍ଟ ପୁଷିଣୀ । ବୃହସ୍ପତିଃ ପ୍ରସୂତାସ୍ତାନୋ ମୁଞ୍ଚନ୍ତ୍ବ ହସଃ । 


-ଇତି ନାରୀକେଳ ବରମସ୍ତକେ ସ୍ପର୍ଶୟେତ୍ ।

 ( ଏହି ମନ୍ତ୍ର ପଢ଼ି ବ୍ରର ମସ୍ତକରେ ନଡ଼ିଆ ଛୁଆଁଇଦେବ । ) 


🔸( ୩ ) ପରିଧାନବସ୍ତ୍ର ଗ୍ରହଣ ମନ୍ତ୍ରୋ ଯଥା — 


ଓଁ ପରିଧାସ୍ୟୈ ଯଶୋଧାସ୍ୟୈ ଦୀର୍ଘାୟୁତ୍ବାୟ ଜରଦଷ୍ଟି ରସ୍ମି । 

ଶତଂ ଚ ଜୀବାମି ଶରଦଃ  ପୂରୁଚାରାୟଷ୍ପୋଷ ମଭିସଂବ୍ୟୟିତଷ୍ଯେ ।( ଦ୍ଵିରାଚମନମ୍) ।


(ତତ୍ପରେ ବରକୁ ପରିଧାନବସ୍ତ୍ର ଦେବ । ବର ଏହି ମନ୍ତ୍ର ପଢ଼ି ବସ୍ତ୍ର ପିନ୍ଧି ଦ୍ଵିରାଚମନ କରିବ ) । 

 

🔸 ( ୪ ) ତତୋ ଯଜ୍ଞୋପବୀତ ମନ୍ତ୍ରେଣ ଯଜ୍ଞୋପବୀତଂ ଗୃହ୍ଣାତି –


ଓଁ ଯଜ୍ଞୋପବୀତ ପରମାଂ ପବିତ୍ର ବୃହସ୍ପତେ (ପ୍ରଜାପତେ)ର୍ଯତ୍ସହଜ ପୁରସ୍ତାତ୍ ।

ଆୟୁଷ୍ୟମଗ୍ର ପ୍ରତିମୁଞ୍ଚ ଶୁଭ୍ର ଯଞ୍ଚୋପବୀତଂ ବଳମସ୍ତୁ ତେଜଃ । ତତୋଦ୍ୱିରାଚମନଂ ।


 ( ତତ୍ପରେ ବରକୁ ଯପବୀତ ଦେବ , ବର ଏହି ମନ୍ତ୍ର ପଢ଼ି ସ୍କନ୍ଧରେ ଯଜ୍ଞୋପବୀତ ଧାରଣ କରି ଦ୍ଵିରାଚମନ କରିବ । 


🔸( ୫ ) ଉତ୍ତରୀୟବସ୍ତ୍ର ଗ୍ରହଣ ମନ୍ତ୍ରୋ ଯଥା — 

ଓଁ ଯଶସା ମା ବ୍ୟାବ୍ୟାପୃଥିବୀ ଯଶସେନ୍ଦ୍ରାବୃହସ୍ପତି । 

ଯଶୋଭଗଶ୍ଚ ମା ବିଦଦ୍ ଯଶୋମା ପ୍ରତି ପଦ୍ୟତା । ( ତତୋ ଦ୍ବିରାଚମନ )। 


( ତତ୍ପରେ ବରକୁ ଉତ୍ତରୀୟ ବସ୍ତ୍ର ଦେବ , ବର ଏହି ମନ୍ତ୍ର ପଢ଼ି କାନ୍ଧରେ ଉତ୍ତରୀୟ ପକାଇ ଦ୍ବିରାଚମନ କରିବ । ) ।


🔸( ୬ ) ଗନ୍ଧୋମନ୍ତେ ଯଥା —


 ଓଁ ଗନ୍ଧଦ୍ବାରା ଦୁରାଧର୍ଷା ନିତ୍ୟପୃଷ୍ଠାକରୀଷିଣୀ ,

ଈଶ୍ଵରୀ ସର୍ବଭୂତାନାଂ ତ୍ବାମିହୋପହ୍ବୟେ ଶ୍ରିୟଂ ।


 ଇତି ବରସ୍ୟ ଲଲାଟେ ଗନ୍ଧ ଦଦ୍ୟାତ୍ ।

 ( ଏହି ମନ୍ତ୍ର ପଢ଼ି ବର ଲଲାଟରେ ଚନ୍ଦନ ଦେବ । )


🔸 ( ୭ ) ସିନ୍ଦୂର ଦାନ ମନ୍ତେ ଯଥା — 


ଓଁ ସିନ୍ଧୋରିବ ପ୍ରାଧ୍ବନେଶୁଘନାସୋ ବାତ ପ୍ରମିୟ ପତୟନ୍ତୁ ଯହ୍ବାଃ । 

ଘୃତସ୍ୟ ଧାରା ଅରୁଷୋନବାଜୀ କାଷ୍ଠାଭିନ୍ଦନ୍ ଉର୍ମିଭିଃ ପିନ୍ବମାନଃ ।


 -ଇତି ବରସ୍ୟ ଲଲାଟେ ସିନ୍ଦୂର ବିଦ୍ୟାତ୍ । 


( ଏହି ମନ୍ତ୍ର ପଢ଼ି ବର ଲଲାଟରେ ସିନ୍ଦୂର ଦେବ । ) 


🔸( ୮ ) କଜ୍ଜ୍ବଳଦାନ ମନ୍ତେ ଯଥା —

 ଓଁ ମହୀନା ପୟୋଽସି ବର୍ଚୋऽଦା ଅସି 

ବର୍ଚ୍ଚୋମେ ଦେହୀ । ବୃତ୍ରସ୍ୟାସି କନୀନକଶ୍ଚକ୍ଷୁଦା ଅସି ଚକ୍ଷୁର୍ମେ ଦେହୀ ।


ଇତି ମନ୍ତ୍ରଣ ବରସ୍ୟ ଚକ୍ଷୁଷୋ ଜହ୍ବଳଂ ଦଦ୍ୟାତ୍ । 


ଏହି ମନ୍ତ୍ର ପଢ଼ି ବରର ଦୁଇଚକ୍ଷୁରେ କଜ୍ଜଳ ଦେବ । ) 


🔸( ୯ ) କଣ୍ଠେମାଲ୍ୟ ପୁଷ୍ପଗ୍ରହଣ ମନ୍ତ୍ର ଯଥା — 


ଓଁ ଯାଆହରଜମଦଗ୍ନି ଶ୍ରଦ୍ଧାୟୈ ମେଧାୟୈ କାମାୟେନ୍ଦ୍ରିୟାୟ । 

ତା ଅହଂ ପ୍ରତି ଗୃହ୍ଣାମି ଯଶସା  ବଳେନ ଚ । 


ଇତି ମନ୍ତ୍ରଣ କଣ୍ଠେ ପୁଷ୍ପମାଳା ଗୃହ୍ଣୀୟାତ୍ । 


( ତତ୍ପରେ ବରକୁ ମାଲ୍ୟପୁଷ୍ପ ଦେବ , ବର ଏହି ମନ୍ତ୍ର ପଢ଼ି ତାହାକୁ କଣ୍ଠରେ ଗ୍ରହଣ କରିବ ।


🔸 ( ୧୦ ) ଶିରୋମାଲ୍ୟ ଗ୍ରହଣ ମନ୍ତ୍ରୋ ଯଥା — 


ଓଁ ଯଦ୍ୟଶୋଽପ୍ସରସାମିଦ୍ରଶ୍ଚକାରଃ ବିପୁଳ ପୃଥୁ ।

 ତେନ ସଂଗ୍ରଥତଃ ସୁମନସ ଆବଧ୍ନାମି ଯଶୋମୟି । 


 ଇତି ମନ୍ତ୍ରଣ ଶିରସି ପୁଷ୍ପମାଳା ଗୃହ୍ଣୀୟାତ୍ । 


( ତତ୍ପରେ ବରକୁ ଶିରୋମାଲ୍ୟ ଦେବ , ବର ଏହି ମନ୍ତ୍ର ପଢ଼ି ମସ୍ତକରେ ମାଲ୍ୟ ଗ୍ରହଣ କରିବ । )


🔸 ( ୧୧ ) ଅଳଙ୍କାର ଗ୍ରହଣ ମନ୍ତ୍ରୋ ଯଥା — 

ଓଁ ଅଳଙ୍କରଣମସି ଭୂୟୋ ଅଳଙ୍କରଣଂ ମେ ଭୂୟାତ୍ ।


- ତତ୍ପରେ ବରକୁ ମୁଦ୍ରିକା ଆଦି ଅଳଙ୍କାରମାନ ଦେବ । 


-ବର ଏହି ମନ୍ତ୍ର ପଢ଼ି ଯଥାସ୍ଥାନରେ ଅଳଙ୍କାର ଧାରଣ କରିବ । )


 ଇତ୍ୟର୍ଚ୍ଚନଂ କୃତ୍ୱା ବରସ୍ୟ ଦକ୍ଷିଣହସ୍ତବୃଦ୍ଧାଙ୍ଗୁଳି ଧୃତ୍ବା ପଠେତ୍ । ସାଧୁ ଭବାନାସ୍ତାଂ ମର୍ଚୟିଷ୍ୟାମି ଭବନ୍ତଂ ' 

 ଅର୍ଚ୍ଚୟ ଇତି ବରୋ ବଦେତ୍ । 


🌲ତା'ପରେ କନ୍ୟାପିତା ବରର ଦକ୍ଷିଣହସ୍ତ ବୃଦ୍ଧାଙ୍ଗୁଳି ଧରି ଆମନ୍ତ୍ରଣ କରି କହିବେ , ଆପଣ ଭଲରୂପେ ବସନ୍ତୁ ; ଆପଣଙ୍କୁ ମୁଁ ଅର୍ଚ୍ଚନା କରିବି ।

 ବର କହିବ ଅର୍ଜନା କରନ୍ତୁ । 

Comments

Popular posts from this blog

ବନଦୁର୍ଗାମନ୍ତ୍ରବିଧାନମ୍

*"ମୁଁ ଜଣେ ଓଡ଼ିଆ"* ଲେଖାଟି ଖୁବ୍ ଉଚ୍ଚ କୋଟୀର ହୋଇଛି। ଏହାକୁ ନିଶ୍ଚିତ ଶେଷଯାଏ ପଢ଼ନ୍ତୁ।

ସିଦ୍ଧିଲକ୍ଷ୍ମୀସ୍ତୋତ୍ରମ୍