ଆସନ୍ତୁ ନିଜ ବିଜ୍ଞାନ ଭିତିକ ..ଆମ ଭାରତୀୟ ସନାତନସଂସ୍କୃତି ପାଇଁ ଗର୍ବ ଅନୁଭଵ କରିବା ଓ ପାଶ୍ଚାତ୍ୟ ଅପ ସଂସ୍କୃତି ରୁ ଆମ ଯୁବ ପିଢୀକୁ ରକ୍ଷା କରିବା
🔴ଆସନ୍ତୁ ନିଜ ବିଜ୍ଞାନ ଭିତିକ ..ଆମ ଭାରତୀୟ ସନାତନସଂସ୍କୃତି ପାଇଁ ଗର୍ବ ଅନୁଭଵ କରିବା ଓ ପାଶ୍ଚାତ୍ୟ ଅପ ସଂସ୍କୃତି ରୁ ଆମ ଯୁବ ପିଢୀକୁ ରକ୍ଷା କରିବା 🔴
➖➖➖⭕⭕➖➖➖
୧ ଜାନୁଆରୀ ରେ ଖ୍ରୀଷ୍ଟିଆନ ପାଞ୍ଜି ( କ୍ୟାଲେଣ୍ଡର) ବଦଳିଥାଏ କିନ୍ତୁ ଭାରତ ବର୍ଷ ସଂସ୍କୃତି ନୁହେଁ ।
( ନିଜ ସଂସ୍କୃତି ର ମହିମା ନିଶ୍ଚିତ ପଢନ୍ତୁ ଆଉ ଅନ୍ୟଙ୍କୁ ଜାଗ୍ରତ କରାନ୍ତୁ ।ଯଦି ଭଲ ଲାଗିବ ସେୟାର୍ କରନ୍ତୁ )
୧ ଜାନୁଆରୀ ରେ କଣ ନୂଆ ହୋଇଥାଏ ?????
*◆ ନା ଋତୁ ବଦଳିଥାଏ...ନା ମୌସୁମୀ ?*
*◆ ନା ଶ୍ରେଣୀ ବଦଳିଥାଏ ...ନା ଅର୍ଥ ବ୍ୟବସ୍ଥା ?*
*◆ ନା ଫସଲ ବଦଳିଥାଏ...ନା କ୍ଷେତ ?
*◆ନା ଗଛଲତାର ରଙ୍ଗ ନା ଫଳ ଫୁଲ ?
*◆ ନା ସୂର୍ଯ୍ୟ, ବଦଳିଥାଏ ?
👉୧ ଜାନୁଆରୀ ଆସିଲା ମାତ୍ରେ ସମସ୍ତେ ନବବର୍ଷର ଶୁଭେଚ୍ଛା ଆଉ ଅଭିନନ୍ଦନ ଦେବାରେ ବ୍ୟସ୍ତ, ସତେଯେମିତି ବହୁତ ବଡ ପର୍ବ ଅଟେ ।
ନୂଆ କେବଳ ଗୋଟିଏ ଦିନ ନୁହେଁ । କିଛିଦିନ ତ ଅନୁଭବ ହେବା ଦରକାର । ସବୁପରେ ବି ଆମ ଦେଶ ତ ପର୍ବ ପର୍ବାଣୀର ଦେଶ ଅଟେ।
ବିଦେଶୀ / ଖ୍ରୀଷ୍ଟିୟାନ ମାନଙ୍କର ନୂଆବର୍ଷ ୧ ଜାନୁଆରୀ । ଆଉ ଆମ ଭାରତୀୟ ନୂଆବର୍ଷ (ବିକ୍ରମ ସମ୍ବତ) ଚୈତ୍ର ଶୁକ୍ଳ ପ୍ରତିପଦାରେ ପାଳିତ କରାଯାଏ । ଆସନ୍ତୁ ଦେଖିବା ଏ ଦୁଇଟି ର ତୁଳନାତ୍ମକ ପ୍ରଭେଦ :
👇👇👇
୧. ପ୍ରକୃତି
୧ ଜାନୁଆରୀ ରେ କୌଣସି ପ୍ରଭେଦ ନାହିଁ ଯେମିତି ଡିସେମ୍ବର ସେମିତି ଜାନୁଆରୀ... ହେଲେ ଚୈତ୍ର ମାସରେ ଚାରିଆଡେ ଫୁଲଫଳ ଭରିଯାଇଥାଏ , ବୃକ୍ଷ ମାନଙ୍କରେ ନୂଆ ପତ୍ର ଆସିଯାଇଥାଏ । ସାରା ପୃଥିବୀ ଟା ସବୁଜ ଶ୍ୟାମଳିମାରେ ଯେମିତି ପ୍ରକୃତି ସତେ ନୂଆ ବର୍ଷ ପାଳନ କରୁଅଛି ।
୨. ମୌସୁମୀ, ବସ୍ତ୍ର
ଡିସେମ୍ବର ଆଉ ଜାନୁଆରୀ ରେ ସେହି ବସ୍ତ୍ର, କମ୍ବଳ, ରେଜେଇ ଆଉ ଶୀତରେ ଥରଥର କମ୍ପୁଥିବା ହାତ ପାଦ....କିନ୍ତୁ ଚୈତ୍ର ମାସରେ ଶୀତ ଯାଇ ସାରିଥିବ ଆଉ ଗରମ ର ଆଗମନ ହେଉଥିବ ।
୩. ବିଦ୍ୟାଳୟ ର ନୁଆ ଶ୍ରେଣୀକକ୍ଷର ପରିବର୍ତ୍ତନ:-
ଡିସେମ୍ବର ଜାନୁଆରୀ ରେ ସେହି ଶ୍ରେଣୀ, ସେହି କକ୍ଷ କିଛି ବି ପରିବର୍ତ୍ତନ ହୁଏନାହିଁ... ଯାହାକି ମାର୍ଚ୍ଚ ଏପ୍ରିଲ ରେ ସ୍କୁଲ ରୁ ରେଜଲ୍ଟ ବାହାରିଥାଏ ନୂଆ କକ୍ଷ, ନୂଆ ଶ୍ରେଣୀ, ନୂଆ ଅଧିବେଶନ । ମାନେ ବିଦ୍ୟାଳୟ ରେ ନୂଆ ବର୍ଷ ।
୪. ନୁଆ ବିତ୍ତିୟ ବର୍ଷ:-
ଡିସେମ୍ବର ଜାନୁଆରୀ ରେ କୌଣସି ଖାତା ର କ୍ଲୋଜିଂ ହୋଇନଥାଏ ....ଯାହାକି ୩୧ମାର୍ଚ୍ଚ ରେ ବ୍ୟାଙ୍କ ରେ (Audit) କ୍ଲୋଜିଂ ହୋଇଥାଏ ଓ ନୂତନ ଖାତା ଖୋଲାଯାଇଥାଏ । ସରକାର ର ବି ନୂତନ ଅଧିବେଶନ ଓ ବଜେଟ ଆରମ୍ଭ ହୋଇଥାଏ ।
୫. କ୍ୟାଲେଣ୍ଡର:-
ଜାନୁଆରୀ ରେ ନୂଆ କ୍ୟାଲେଣ୍ଡର ଆସିଥାଏ...* ଚୈତ୍ର ମାସରେ ନୂଆ ପଞ୍ଜିକା ଆସିଥାଏ । ସେହି ପଞ୍ଜିକା ଅନୁସାରେ ସାରା ଭାରତରେ ଭାରତୀୟ ପର୍ବ, ବିବାହ, ଅନ୍ୟାନ୍ୟ ଶୁଭ ମହୁରତ ଦେଖାଯାଇଥାଏ । ଏହା ବିନା ହିନ୍ଦୁ ସମାଜ ତାର ଜୀବନ ର କଳ୍ପନା ବି କରିନଥାଏ ସେତିକି ମହତ୍ତ୍ୱପୂର୍ଣ୍ଣ ଅଟେ ଏହି ପଞ୍ଜିକା ।
୬. କୃଷକ ର ନୂଆ ସାଲ: -
ଡିସେମ୍ବର, ଜାନୁଆରୀ ରେ କ୍ଷେତରେ ସେହି ପୁରୁଣା ଫସଲ ଥାଏ ...* *ଯେତେବେଳେ କି ମାର୍ଚ୍ଚ ଏପ୍ରିଲ ରେ ଫସଲ କଟାଯାଏ ନୂଆ ଶସ୍ୟ ଘରକୁ ଆସିଥାଏ ।* *କୃଷକ ର ନୂଆ ବର୍ଷ ଆଉ ଉତ୍ସାହ ଭରପୁର ଥାଏ ।
୭. ପର୍ବ ପାଳନର ବିଧି:-
୩୧ ଡିସେମ୍ବର ରାତିରେ ନୂଆବର୍ଷ କୁ ସ୍ବାଗତ କରିବା ପାଇଁ ଲୋକମାନେ ଖୁବ ଜମେଇକି ମଦ୍ୟପାନ କରିଥାନ୍ତି , ହଙ୍ଗାମା କରିଥାନ୍ତି, ରାତିରେ ମଦ୍ୟପାନ କରି ଗାଡି ଚଳାଇ ଦୂର୍ଘଟଣା ରେ ପଡନ୍ତି, ବଳାତ୍କାର ର ମାହୋଲ ସୃଷ୍ଟି ହୁଏ, ପୋଲିସ ପ୍ରଶାସନ ନୟାନ୍ତ ହୋଇଯାଏ, ମଦମାଂସ ସାଙ୍ଗକୁ ଅଶ୍ଳୀଳ ନୃତ୍ୟ ରେ ଯୁବପିଢ଼ି ମାତାଲ ହୋଇଯାନ୍ତି ଆଉ ଭାରତୀୟ ସାଂସ୍କୃତିକ ମୂଲ୍ୟ ର ବିନାଶ ହୋଇଥାଏ...* ହେଲେ
ଭାରତୀୟ ନବବର୍ଷ ବ୍ରତରୁ ଆରମ୍ଭ ହୋଇଥାଏ । ପ୍ରଥମେ ନବରାତ୍ରୀ ପାଳିତ ହୋଇଥାଏ । ଘରେ ଘରେ ମାତାରାଣୀ ର ପୂଜାର୍ଚ୍ଚନା ହୋଇଥାଏ । ଶୁଦ୍ଧ ସାତ୍ତ୍ଵିକ ବାତାବରଣ ସୃଷ୍ଟିହୁଏ ।
୮. ଐତିହାସିକ ମହତ୍ତ୍ଵ
୧ ଜାନୁଆରୀ ର କୌଣସି ଐତିହାସିକ ମହତ୍ତ୍ଵ ନାହିଁ... ହେଲେ ଚୈତ୍ର ଶୁକ୍ଳ ପ୍ରତିପଦା ଦିନ ମହାରାଜା ବିକ୍ରମାଦିତ୍ୟ ଦ୍ବାରା ବିକ୍ରମ ସମ୍ବତ ଆରମ୍ଭ, ଭଗବାନ ଝୁଲେଲାଲ ଙ୍କ ଜନ୍ମ, ନବରାତ୍ରୀ ପ୍ରାରମ୍ଭ, ବ୍ରହ୍ମାଙ୍କ ଦ୍ବାରା ସୃଷ୍ଟି ରଚନା ଇତ୍ୟାଦି ର ସମ୍ବନ୍ଧ ଏହି ଦିନରେ ଅଛି ।
👉ଏକ ଜାନୁଆରୀ ରେ ଇଂରାଜୀ କ୍ୟାଲେଣ୍ଡର ର ତାରିଖ ଆଉ ଇଂରେଜ ଗୋଲାମ ମାନସିକତା ବ୍ୟତୀତ ଆଉକିଛି ବଦଳି ନଥାଏ...
👉ଆମର ନୂଆ ସମ୍ବତ ହିଁ ନୂଆବର୍ଷ ଅଟେ ।
ଯେତେବେଳେ ବିଶ୍ବବ୍ରହ୍ମାଣ୍ଡ ଠାରୁ ଆରମ୍ଭ କରି ସୂର୍ଯ୍ୟ, ଚନ୍ଦ୍ର, ଦିଗ, ମୌସୁମୀ, ଫସଲ, କକ୍ଷ, ନକ୍ଷତ୍ର, ବୃକ୍ଷରାଜି ର ନବ ପଲ୍ଲବିତ ପତ୍ର ପୁଷ୍ପ, କୃଷକ ର ନୂଆ ଫସଲ, ବିଦ୍ୟାର୍ଥୀ ମାନଙ୍କ ନୂଆ ଶ୍ରେଣୀ କୁ ଉତ୍ତୀର୍ଣ୍ଣ, ମଣିଷର ନୂଆ ରକ୍ତ ସଂଚାଳନ ଆଦି ପରିବର୍ତ୍ତନ ହୋଇଥାଏ । ଯାହା ବିଜ୍ଞାନ ଆଧାରିତ ଅଟେ ।
👉ନିଜର ମାନସିକତା କୁ ବଦଳାନ୍ତୁ । ବିଜ୍ଞାନ ଆଧାରିତ ଭାରତୀୟ କାଳଗଣନା ସହ ପରିଚିତ ହୁଅନ୍ତୁ, ନିଜେ ଚିନ୍ତା କରନ୍ତୁ ଯେ ଆମେ କେଉଁ ପର୍ବ ପାଳନ କରିବା ଉଚିତ ୧ଜାନୁଆରୀ ନା ହିନ୍ଦୁ ନବବର୍ଷ ...???
"ଏକ ଜାନୁଆରୀ ରେ କ୍ୟାଲେଣ୍ଡର ବଦଳେ ....ଆମର ସଂସ୍କୃତି ନୁହେଁ ।" ଆସନ୍ତୁ ଜାଗିବା ଆଉ ସମସ୍ତ ଙ୍କୁ ଜାଗ୍ରତ କରିବା, ଭାରତୀୟ ସଂସ୍କୃତି ଅତି ଆଗ୍ରହ ପୂର୍ବକ ଗ୍ରହଣ କରନ୍ତୁ ଆଉ ଆଗକୁ ବଢନ୍ତୁ।
ଖ୍ରୀଷ୍ଟିୟାନ ନବ ବର୍ଷ କେବଳ କ୍ୟାଲେଣ୍ଡର ବଦଳାଇବାରେ ସାହାଯ୍ୟ କରେ କିନ୍ତୁ ଆମ ଭାରତୀୟ ସଭ୍ୟତା, ସଂସ୍କୃତି, ସଂସ୍କାର ରେ ଏହାର କୌଣସି ଶାସ୍ତ୍ରୀୟ,* *ଆଧ୍ୟାତ୍ମିକ,ସାମାଜିକ କିମ୍ବା ବୈଜ୍ଞାନିକ ଅନୁମୋଦନ କିମ୍ୱା ସାମଞ୍ଜସ୍ୟ ନଥାଏ। କାରଣ...........
ନବବର୍ଷ ଆସେନାହିଁ କେବେ ମଧ୍ୟ ରାତ୍ରର ଅମା ଅନ୍ଧାରରେ....
ଶୁଷ୍କ ଧରାବକ୍ଷ ର ପତ୍ରଝଡା କୋହଲା ଶୀତରେ...
ମଦମାଂସ ର ମତୁଆଲା ଅଶ୍ଳୀଳ ନୃତ୍ୟ ଉନ୍ମାଦନାରେ...
ନବବର୍ଷ ଆସେ ଉଦିତ ସୂର୍ଯ୍ୟଙ୍କ ଅରୁଣ ଆଭାରେ...
ନବ ପଲ୍ଲବରେ ପଲ୍ଲବିତ ପ୍ରକୃତି ରାଣୀର ଶୋଭାରାଜିରେ...
ନା ଥାଏ ହାଡଭଙ୍ଗା ଶୀତର ରାଜୁତି ନା ତଥାଏ ଉତ୍ତପ୍ତ ନିଦାଘର ଗୁଳୁଗୁଳି...
ଶୁଭଶଙ୍ଖ , ହୁଳହୁଳି, ଘଣ୍ଟଧ୍ବନୀ ର ମଙ୍ଗଳ ଆଳତୀରେ...
ଚୈତ୍ର ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥିରେ...
ଭାରତ ମାତା କୀ ଜୟ
Comments
Post a Comment