ଭାରତୀୟ ନୂତନ ବର୍ଷ

 🌹   ଭାରତୀୟ ନୂତନ ବର୍ଷ  🌹] 


      🌏  "ଚୈତ୍ର ଶୁକ୍ଳ ପ୍ରତିପଦା"    🌍


[ କାହିଁକି, କେବେ କିପରି ପାଳନ କରିବା ଭାରତୀୟ ନୂତନ ବର୍ଷ ପଢନ୍ତୁ , ସେୟାର କରନ୍ତୁ ,ପାଳନକରନ୍ନ୍ତୁ  ]

     

     

🌷 ଜୟ ଜଗନ୍ନାଥ ! ଜୟଗୁରୁଦେବ !


      👉  ବିଶ୍ୱର ସର୍ବାଧିକ ପ୍ରାଚୀନ ଏବଂ ବୈଜ୍ଞାନିକ କାଳଗଣନା ଅନୁସାରେ ଚୈତ୍ର ଶୁକ୍ଳ ପ୍ରତିପଦା ହିଁ ବାସ୍ତବିକ ନବ ବର୍ଷ ଓ  ଏହା ଶାସ୍ତ୍ର ସମ୍ମତ ଅଟେ ।


 🌱ଭାରତୀୟ  ନୂତନ ବର୍ଷର  ବିଶେଷତ୍ୱ  ।🌱


👉ବାସ୍ତବିକ ହିନ୍ଦୁମାନେ ରାତି ଅନ୍ଧାରରେ ନବ ବର୍ଷର ସ୍ୱାଗତ କରନ୍ତି ନାହିଁ....


...ପରନ୍ତୁ ସୂର୍ଯ୍ୟଙ୍କ ପ୍ରଥମ କିରଣକୁ ଅଭିବାଦନ କରି ନବ ବର୍ଷକୁ ସ୍ୱାଗତ କରିଥାନ୍ତି ।


         👏ବିନମ୍ର ଅନୁରୋଧ ।👏


 🌷  ଆମ୍ଭେ ପରସ୍ପରକୁ ଏହି ଦିନ  ଶୁଭକାମନା ଏବଂ ପ୍ରଗତିଶୀଳ ପ୍ରଚାର କରିବା  ସଙ୍ଗେ ସଙ୍ଗେ ବିଶ୍ୱକୁ "1st  January, New years  ପାଳନ " ଅନ୍ଧବିଶ୍ୱାସରୁ ମୁକ୍ତିକରିବାରେ ତତ୍ପର ହେବା ।


       ପଢନ୍ତୁ !    ପାଳନ କରନ୍ତୁ  !   ଓ ସେୟାର କରନ୍ତୁ  !


୧-🌍 --ଏହି ଦିନଟି ସୃଷ୍ଟି ରଚନାର ପ୍ରଥମ ଦିବସ ଅଟେ। 


  ( ୧ ଅରବ  ,୯୭ କୋଟି ,୨୯ ଲକ୍ଷ ,୪୯ ହଜାର, ୧୨୩ବର୍ଷ ପୂର୍ବେ ଏହି ଦିନରେ  ["ଚୈତ୍ର ଶୁକ୍ଳ ପ୍ରତିପଦା"  ତିଥିରେ ]   ସୂର୍ଯ୍ୟୋଦୟ ସମୟରେ  ପ୍ରଜାପତି ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ରଚନାର ଅୟମାରମ୍ଭ ହୋଇଥିଲା ।)


   👉[ ଚୈତ୍ର ମାସି ଜଗଦ୍ ବ୍ରହ୍ମା ସସର୍ଜ ପ୍ରଥମେऽହନି ।]


୨-🌍ସତ୍ୟଯୁଗର ଆରମ୍ଭ ।


ଏହି ଦିବସରେ ["ଚୈତ୍ର ଶୁକ୍ଳ ପ୍ରତିପଦା"  ତିଥିରେ ]  ସତ୍ୟଯୁଗର ଆରମ୍ଭ ହୋଇଥିଲ।।


   

୩🌍 ଦଶାବତାର ମଧ୍ୟରୁ ପ୍ରଥମ "ମତ୍ସ୍ୟ ଅବତାର " ଏହି ଦିବସରେ ["ଚୈତ୍ର ଶୁକ୍ଳ ପ୍ରତିପଦା"  ତିଥିରେ ] ପ୍ରଗଟ ହୋଇଥିଲେ ।


୪-🌍  ମର୍ଯ୍ୟଦା ପୁରୁଷୋତ୍ତମପ୍ରଭୁ ଶ୍ରୀ ରାମଚନ୍ଦ୍ର ଏହି ତିଥିରେ   ["ଚୈତ୍ର ଶୁକ୍ଳ ପ୍ରତିପଦା"  ତିଥିରେ ] ସିଂହାନରେ ଅଭିଷିକ୍ତ ହୋଇ ଥିଲେ ଓ ରାମରାଜ୍ୟ ପ୍ରତିଷ୍ଠା ହୋଇଥିଲା ।


୫🌍ଧର୍ମରାଜ ଯୁଧିଷ୍ଠିର ଏହିଦିନ  ["ଚୈତ୍ର ଶୁକ୍ଳ ପ୍ରତିପଦା"  ତିଥିରେ ] ସିଂହାସନରେ ଅଭିଷିକ୍ତ ହୋଇଥିଲେ । 


● କଳି ଯୁଗାବ୍ଦ ସଂବତ୍ସର-୫୧୨୩ ଆରମ୍ଭ  ଏହିଦିନ ଠାରୁ 


୬-🌍 ଶାଳିବାହନ ଶକାବ୍ଦ ୧୯୪୪ ଆରମ୍ଭ ଏହିଦିନ ଠାରୁ ।


(  ୧୯!୪୩ ବର୍ଷ ତଳୁ ଏହି ଦିବସରେ ["ଚୈତ୍ର ଶୁକ୍ଳ ପ୍ରତିପଦା"  ତିଥିରେ ]  ଶକାବ୍ଦ ପ୍ରଚଳନ ହୋଇଥିଲା ।)


୭-🌍-ବିକ୍ରମ ସଂବତ୍ସର ୨୦୭୯ ପ୍ରାରମ୍ଭ. ଏହିଦିନ ଠାରୁ ।


[ଏହି ଦିବସରେ  "ଚୈତ୍ର ଶୁକ୍ଳ ପ୍ରତିପଦା"  ତିଥିରେ  ୨୦୭୮ ବର୍ଷ ପୂର୍ବରୁ ବିକ୍ରମାଦିତ୍ୟଙ୍କଦ୍ୱାରା ନୂତନ ସଂବତ୍ସର ପ୍ରଚଳନ କରାଯାଇଥିଲା ।]


୮-🌍 ନବରାତ୍ର ( ବାସନ୍ତିକ )ପ୍ରାରମ୍ଭ ଏହିଦିନ ଠାରୁ ।।


     [ ଶକ୍ତି ଓ ଭକ୍ତିର ନିଦର୍ଶନ ମର୍ଯ୍ୟଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଜନ୍ମୋତ୍ସବର ୯ ଦିନ ପୂର୍ବରୁ  ଅର୍ଥାତ୍ ଏହିଦିବସ ଠାରୁ ପାଳନ କରାଯାଏ ।


  ["ଚୈତ୍ର ଶୁକ୍ଳ ପ୍ରତିପଦା"  ତିଥିରେ ]


୯-🌍 ୧୮୭୨ ମସିହାରେ ଶ୍ରୀରାମଜନ୍ମଭୂମି ଆନ୍ଦୋଳନର ନ୍ୟାୟିକ ପ୍ରକ୍ରିୟା ହେତୁ  ହିନ୍ଦୁ ମହାସଭା ଟ୍ରଷ୍ଟ ସ୍ଥାପନ ଏହି ଦିନ ପ୍ରାରମ୍ଭ ହୋଇଥିଲା ।     ["ଚୈତ୍ର ଶୁକ୍ଳ ପ୍ରତିପଦା"  ତିଥିରେ ]  


୧୦-🌍୧୮୮୨ ମସିହାରେ ଧର୍ମ ଓ ରାଷ୍ଟ୍ର ହିତ ନିମନ୍ତେ  ଏହିଦିନ["ଚୈତ୍ର ଶୁକ୍ଳ ପ୍ରତିପଦା"  ତିଥିରେ ]  'ପଞ୍ଜାବ ହିନ୍ଦୁ ମହାସଭା' ସ୍ଥାପନ ଓ ଏହାହିଁ ଏସିଆ ମହାଦେଶର ପ୍ରଥମ ରାଜନୈତିକ ପାର୍ଟି ରୂପେ ଦଣ୍ଡାୟମାନ ହୋଇଥିଲା । ପରବର୍ତ୍ତୀ ସମୟରେ ଏହା 'ଅଖିଳ ଭାରତୀୟ ହିନ୍ଦୁ ମହାସଭା' ନାମରେ ନାମିତ ହେଲା ।


୧୧-🌍 ଏହି ଦିବସରେ ["ଚୈତ୍ର ଶୁକ୍ଳ ପ୍ରତିପଦା"  ତିଥିରେ ]  ସମାଜ ସଂସ୍କାରକ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଆର୍ଯ୍ୟ ସମାଜ ପ୍ରତିଷ୍ଠା ହୋଇଥିଲା ।


୧୨-🌍  ଏହିଦିବସରେ ["ଚୈତ୍ର ଶୁକ୍ଳ ପ୍ରତିପଦା"  ତିଥିରେ ] ପ୍ରସିଦ୍ଧ ସମାଜ ରକ୍ଷକ  "ସନ୍ଥ ଝୂଲେଲାଲ୍ "ଙ୍କ ଜନ୍ମ ଦିବସ ।


 

୧୩-🌍 ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠାତା  ଡ.   କେଶବବଳୀରାମ  ହେଡଗେୱାରଙ୍କର ଜନ୍ମଦିବସ ।


 👉ଏହିପରି ଭାବରେ ସନାତନ ହିନ୍ଦୁଧର୍ମର କାଳ ଗଣନା  ଅନେକ ପ୍ରଚୀନ ଓ ଶାସ୍ତ୍ର ସମ୍ମତ ହୋଇଥିବାରୁ ଚୈତ୍ର ଶୁକ୍ଳ ପ୍ରତିପଦା  [  ନବ ବର୍ଷ ] ମହାପର୍ବକୁ ବ୍ୟକ୍ତିଗତ ଓ ସାମୁହିକ ଭାବରେ ପାଳନ କରିବା ଉଚିତ୍  ।


🌱କିପରି ପାଳନ କରିବା ।


🌷ଏହିଦିନ ସମସ୍ତ ହିନ୍ଦୁ ନିଜ ନିଜ ଗୃହର ପ୍ରାଙ୍ଗଣକୁ ଗୋମୟରେ ଲିପି ଝୋଟି,ଚିତା,ମୂରୁଜରେ ଚିତ୍ରିତ କରି ପୂର୍ଣକୁମ୍ଭ ,ଆମ୍ବ ତୋରଣ, କଦଳୀ ଗଛ ଇତ୍ୟାଦି ସ୍ଥାପନ ପୂର୍ବକ ସ୍ୱଗୃହକୁ ତଥା ଆଲୋକ ସଜା ଇତ୍ୟାଦିରେ ସଜାଇବା ଉଚିତ୍ ।


🌷- ପ୍ରାତଃ ସ୍ନାନ ପୂର୍ବକ ସପରିବାର ପ୍ରଦୀପ ପ୍ରଜ୍ୱଳନକରି ସୂର୍ଯ୍ୟୋଦୟ ସମୟରେ ସୂର୍ଯ୍ୟ,ଚନ୍ଦ୍ରାଦି ଗ୍ରହ,ନକ୍ଷତ୍ର ଓ ଦେବାଦେବୀଙ୍କର ଅର୍ଚ୍ଚନ ବନ୍ଦନ ପୂଜନାଦି  କରିବା ଉଚିତ୍ ।


🌷ନଗର କୀର୍ତ୍ତନ ପ୍ରତ୍ୟେକ ଗ୍ରାମରେ  କରିବା ଉଚିତ୍ ।


🌷ନବ ବସ୍ତ୍ରାଦି ପରିଧାନ ପୂର୍ବକ ଗୋପୂଜନ,

ଗୁରୁପୂଜନ,ଇଷ୍ଟ ଦେବତା ପୂଜନାଦି 

 କରିବା ଉଚିତ୍ ।


🌷 ଦେବାଳୟ,ନଦୀତଟ,ପୁଷ୍କରିଣୀ ତଟ , ଇତ୍ୟାଦି ସାମୁହିକ ସ୍ଥାନରେ ବିଶ୍ୱକଲ୍ୟାଣ ନିମନ୍ତେ ଅଭିଜ୍ଞ ବ୍ୟକ୍ତି ମାନଙ୍କ ପରାମର୍ଶ କ୍ରମେ ନୂତନ ବର୍ଷରେ  ସମସ୍ତ ଧାର୍ମିକ ଅନୁଷ୍ଠାନକୁ ନେଇ  ନୂତନ ବର୍ଷର ସ୍ୱାଗତ ଓ ଧର୍ମକୃତ୍ୟମାନ  ଆୟୋଜନ କରାଯିବା ଉଚିତ୍  ।


🌷ସର୍ବଶେଷରେ  ପାଶ୍ଚାତ୍ୟାଭିମୁଖୀ ନ୍ୟସ୍ତସ୍ୱାର୍ଥଗୋଷ୍ଠୀବିଧର୍ମୀମାନଙ୍କଚକ୍ରାନ୍ତରୁ  ନିବୃତ୍ତ ହୋଇ  "ସୁସଂସ୍କୃତ- ସୁଶିକ୍ଷିତ -ସୁରକ୍ଷିତ- ସମ୍ପନ୍ନ -ସେବା ପରାୟଣ ବ୍ୟକ୍ତିତ୍ୱ ନିର୍ମାଣ 

ତଥା  "ଧର୍ମ ନିୟନ୍ତ୍ରିତ , ପକ୍ଷପାତ ବିହୀନ,  ଶୋଷଣ ବିନିର୍ମୁକ୍ତ, ସର୍ବହିତପ୍ରଦ ,ସୁସ୍ଥ ସମାଜ ସଂରଚନା ପୂର୍ବକ ଭାରତକୁ ବିଶ୍ୱଗୁରୁ ଭାବରେ ପ୍ରତିଷ୍ଠିତ କରିବା ପାଇଁ ଦୃଢସଂକଳ୍ପବଦ୍ଧ ହେବା ।


            

Comments

Popular posts from this blog

ବନଦୁର୍ଗାମନ୍ତ୍ରବିଧାନମ୍

*"ମୁଁ ଜଣେ ଓଡ଼ିଆ"* ଲେଖାଟି ଖୁବ୍ ଉଚ୍ଚ କୋଟୀର ହୋଇଛି। ଏହାକୁ ନିଶ୍ଚିତ ଶେଷଯାଏ ପଢ଼ନ୍ତୁ।

ସିଦ୍ଧିଲକ୍ଷ୍ମୀସ୍ତୋତ୍ରମ୍