ନିତି ଶିକ୍ଷା

 ନିତି ଶିକ୍ଷା


      *ଅ-* ଅଳସୁଆ ହେବ ନାହିଁ ଜୀବନେ

      *ଆ-* ଆଦର କରିବେ ତୁମକୁ ଜନେ ।

      *ଇ-* ଇହଧାମେ ନିତି ପୂଜି ଶାରଦା

      *ଈ-* ଈଶ୍ୱରଙ୍କୁ ଭକ୍ତି କରିବ ସଦା ।

      *ଉ-* ଉଠିବ ଶେଯରୁ ଯେତେ ସଅଳ

      *ଊ-* ଊଣା ହେବ ନାହିଁ ଆୟୁଷ ଫଳ ।

      *ଋ-* ଋଣ ନେବ ନାହିଁ କେବେ ଜୀବନେ

      *ୠ-* ୠଷି ମୁନୀ ଲେଖିଛନ୍ତି ପୁରାଣେ ।

      *ଏ-* ଏମିତି ଜୀବନଚର୍ଯ୍ୟା ପାଳିଲେ

      *ଐ-* ଐଶ୍ୱର୍ଯ୍ୟ ଲଭିବ ନିଶ୍ଚୟ ପିଲେ ।

      *ଓ-* ଓଁକାର ଶବଦ ଜପିବ ନିତି

      *ଔ-* ଔଷଧ ପ୍ରମାଣେ ଜଗତ ଜିତି।

      *କ-* କଥା କହୁଥିବ ମଧୁର ସ୍ୱରେ

      *ଖ-* ଖଳ ପ୍ରକୃତିରୁ ରହିବ ଦୂରେ ।

      *ଗ-* ଗଗନ ସଦୃଶ ହୁଅ ନିର୍ମଳ

      *ଘ-* ଘେନ ରାମ କୃଷ୍ଣ ନାମ ଯୁଗଳ ।

      *ଙ-* ଡର ରଖିଥିବ ପାପ କର୍ମକୁ

      *ଚ-* ଚଳିବ ତେବେଟି ସ୍ୱର୍ଗ ଧାମକୁ ।

      *ଛ-* ଛଳନା ନକଲେ କାହା ସାଥିରେ

      *ଜ-* ଜାଗା ମିଳିଯିବ ବୈକୁଣ୍ଠପୁରେ ।

      *ଝ-* ଝଗଡ଼ା ଝାମେଲା ନକଲେ କେବେ

      *ଞ-* ଜ୍ଞାନୀ ବୋଲି ଜନ ନିଶ୍ଚେ କହିବେ।

      *ଟ-* ଟଙ୍କା ଗଣି କାରବାର କରିବ

      *ଠ-* ଠକାମି ଗୁଣ ବର୍ଜନ କରିବ ।

      *ଡ଼-* ଡମ୍ବରୁଧର ସେହି ବାବା ଭୋଳା

      *ଢ଼-* ଢାଲ ପିନ୍ଧି କରନ୍ତି ଲୀଳାଖେଳା ।

      *ଣ-* ନଇଁଥିଲେ ତାଙ୍କ ପାଦରେ ମଥା

      *ତ-* ତହିଁରୁ ହୋଇବ ଜଗତଜିତା ।

      *ଥ-* ଥକାମନ ଥରେ ଭଜ ତାହାଙ୍କୁ

      *ଦ-* ଦରଶନ କର ମହାଦେବଙ୍କୁ ।

      *ଧ* ଧନ ଅରଜନ ଲୋଭରେ ରହି

      *ନ-* ନକହିବ ମିଥ୍ୟା କଥାଟି କେହି ।

      *ପ-* ପାପ ଛାଡ଼ି ତୁମେ କର ଧରମ

      *ଫ-* ଫାସରେ ନହେଲେ ବାନ୍ଧିବ ଯମ ।

      *ଵ-* ବଣ ଜଙ୍ଗଲକୁ କାଟିବ ନାହିଁ

      *ଭ-* ଭରପୁର ଚାରା ରୋପିବ ନେଇ।

      *ମ-* ମନକୁ ନିଶ୍ଚଳ ରଖିବା ପାଇଁ

      *ଯ-* ଯିବ କସରତେ ସକାଳୁ ଧାଇଁ ।

      *ର-* ରହିବ ସୁଖରେ ସାରା ଜୀବନ

      *ଳ-* ଲୟ ରଖି ଭଜ ହେ ପଞ୍ଚାନନ ।

      *ଵ-* ବନମାଳୀ ତୋତେ କରିବେ ପାରି

      *ଶ-* ଶରଣ ଚରଣେ ରଖିବୁ ହରି ।

      *ଷ-* ଷଡ଼ରିପୁ ତୋର ସେହି ହରିବେ

      *ସ-* ସମର୍ପଣ ହୁଅ ତାଙ୍କରି ପାଦେ ।

      *ହ-* ହରି ଭଜୁଥିଲେ ଶୁଣ କୁମର

      *କ୍ଷ-* କ୍ଷୟ ହେବ ଦୁଃଖ କ୍ଳେଶ ତୋହର ।

      *ୟ-* ଯିବୁନାହିଁ ଅବାଟରେ ମନୁଆ

      *ଲ-* ଲାଗିବ ନହେଲେ ପାଦରେ ନିଆଁ ।

Comments

Popular posts from this blog

ବନଦୁର୍ଗାମନ୍ତ୍ରବିଧାନମ୍

*"ମୁଁ ଜଣେ ଓଡ଼ିଆ"* ଲେଖାଟି ଖୁବ୍ ଉଚ୍ଚ କୋଟୀର ହୋଇଛି। ଏହାକୁ ନିଶ୍ଚିତ ଶେଷଯାଏ ପଢ଼ନ୍ତୁ।

ସିଦ୍ଧିଲକ୍ଷ୍ମୀସ୍ତୋତ୍ରମ୍