ଶ୍ରୀସୂକ୍ତମ୍ (ଋଗ୍ଵେଦୀୟ)
// ଶ୍ରୀସୂକ୍ତମ୍ (ଋଗ୍ଵେଦୀୟ) //
••••••••••••••••••••••••••••••••••••••••••••
ସୁଖ-ସମୃଦ୍ଧି ପ୍ରାପ୍ତିର ଅମୋଘମନ୍ତ୍ର : ଶ୍ରୀସୂକ୍ତମ୍ ~ ଦେବୀ ଲକ୍ଷ୍ମୀଙ୍କ ଉପାସନା ପାଇଁ ସମର୍ପିତ ବେଦୋକ୍ତ ସିଦ୍ଧ ମନ୍ତ୍ର ସମୂହ। ପ୍ରତ୍ୟେକ ମନ୍ତ୍ରରେ ଅତି ଗୂଢ ରହସ୍ୟ ରହିଛି ଯାହା ଶ୍ରଦ୍ଧା ଭକ୍ତିର ସହ ପାଠ କଲେ ଅଚଳାଚଳ ସମ୍ପତ୍ତି ପ୍ରାପ୍ତି ହୁଏ। ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାପାଇଁ ଏହାଠାରୁ ସରଳ ଓ ଅମୋଘ ଉପାୟ ଆଉ ନାହିଁ। ଶ୍ରୀସୂକ୍ତ ନିତ୍ୟପାଠ ଦ୍ବାରା, ଦୀପାବଳୀ ଅମାବାସ୍ୟା ତଥା ମାର୍ଗଶୀର ଲକ୍ଷ୍ମୀ ପୂଜନରେ ପାଠ କରି ମାତା ଲକ୍ଷ୍ମୀଙ୍କୁ ନିଜ ଗୃହକୁ ଆକର୍ଷିତ କରାଯାଇପାରିବ। ଶ୍ରୀବିଦ୍ୟା ସାଧନା କରିବାପାଇଁ ଇଚ୍ଛୁକ ବ୍ୟକ୍ତିମାନେ ଶ୍ରୀଯନ୍ତ୍ର ସମ୍ମୁଖରେ ଆର୍ତ୍ତଭାବରେ ଭକ୍ତିର ସହ ଏହି ମନ୍ତ୍ର ସମୂହ ପାଠକଲେ ଐଶ୍ବର୍ଯ୍ୟ, ବୈଭବ ସମ୍ବନ୍ଧିତ ସମସ୍ତ ମନୋକାମନା ପୂର୍ତ୍ତି ହୁଏ।ଏହା ଋକ୍ ବେଦରେ ଦ୍ବିତୀୟ ଅଧ୍ୟାୟର ଷଷ୍ଠସୂକ୍ତରେ ଆନନ୍ଦକର୍ଦମ ଋଷିଙ୍କଦ୍ବାରା ଶ୍ରୀଦେବତାଙ୍କୁ ସମର୍ପିତ କାବ୍ୟାଂଶ ଅଟେ। କେବଳ ଅର୍ଥ ଓ ମହତ୍ତ୍ବ ଏଠାରେ ବୁଝାଯାଇଛି।
ବିନିଯୋଗ:- ଓଁ ହିରଣ୍ୟବର୍ଣ୍ଣାମିତ୍ୟାଦି ପଞ୍ଚଦଶର୍ଚସ୍ୟ ଶ୍ରୀ ସୂକ୍ତସ୍ୟ, ଆନନ୍ଦ-କର୍ଦମ-ଚିକ୍ଳୀତେନ୍ଦିରାସୁତା-ଋଷୟଃ, ଆଦ୍ୟାସ୍ତିସ୍ରୋଦ୍ଧନୁଷ୍ଟାଭଃ ଚତୁର୍ଥୀ ବୃହତୀପ୍ରସ୍ତାରପଂକ୍ତିଃ ପଞ୍ଚମୀ, ଷଷ୍ଠୌ ତ୍ରିଷ୍ଟୁଭୌ, ସପ୍ତମ୍ୟାଦ୍ୟାଶ୍ଚତୁର୍ଦଶ୍ୟନ୍ତା, ଅଷ୍ଟାବନୁଷ୍ଟୂଭଃ ଅନ୍ତ୍ୟପ୍ରସ୍ତାରପଂକ୍ତିଶ୍ଛନ୍ଦାସି, ଅପରାଜିତାମହାଲକ୍ଷ୍ମୀର୍ଦେବତା, ହିରଣ୍ୟବର୍ଣ୍ଣାଇତି ବୀଜଂ, ତାଂମ ଆବହ ଇତି ଶକ୍ତିଃ, କିର୍ତ୍ତିଂ ବୃଦ୍ଧିଂ ଦଦାତୁମ ଇତି କୀଳକଂ, ମମାଚିରେଣ ଶ୍ରୀୟାଃ ସୁପ୍ରୀତୟେ ପଠନେ ବିନିଯୋଗଃ ।।
ଓଁ ଐଂ ହ୍ରୀଂ ଶ୍ରୀଂ ଐଂ କ ଏ ଈ ଳ ହ୍ରୀଂ ଅଙ୍ଗୁଷ୍ଠାଭ୍ୟାଂ ନମଃ
ଓଁ ଐଂ ହ୍ରୀଂ ଶ୍ରୀଂ କ୍ଳୀଂ ହ ସ କ ହ ଳ ହ୍ରୀଂ ତର୍ଜନୀଭ୍ୟାଂ ସ୍ୱାହା
ଓଁ ଐଂ ହ୍ରୀଂ ଶ୍ରୀଂ ସୌଂ ସ କ ଳ ହ୍ରୀଂ ମଧ୍ୟମାଭ୍ୟାଂ ବଷଟ୍
ଓଁ ଐଂ ହ୍ରୀଂ ଶ୍ରୀଂ ଐଂ କ ଏ ଈ ଳ ହ୍ରୀଂ ଅନାମିକାଭ୍ୟାଂ ହୁମ୍
ଓଁ ଐଂ ହ୍ରୀଂ ଶ୍ରୀଂ କ୍ଳୀଂ ହ ସ କ ହ ଳ ହ୍ରୀଂ କନିଷ୍ଠିକାଭ୍ୟାଂ ବୌଷଟ୍
ଓଁ ଐଂ ହ୍ରୀଂ ଶ୍ରୀଂ ସୌଂ ସ କ ଳ ହ୍ରୀଂ କରତଳ କରପୃଷ୍ଠାଭ୍ୟାଂ ଫଟ୍
ଓଁ ଐଂ ହ୍ରୀଂ ଶ୍ରୀଂ ଐଂ କ ଏ ଈ ଳ ହ୍ରୀଂ ହୃଦୟାୟ ନମଃ
ଓଁ ଐଂ ହ୍ରୀଂ ଶ୍ରୀଂ କ୍ଳୀଂ ହ ସ କ ହ ଳ ହ୍ରୀଂ ଶିରସେ ସ୍ୱାହା
ଓଁ ଐଂ ହ୍ରୀଂ ଶ୍ରୀଂ ସୌଂ ସ କ ଳ ହ୍ରୀଂ ଶିଖାୟୈ ବଷଟ୍
ଓଁ ଐଂ ହ୍ରୀଂ ଶ୍ରୀଂ ଐଂ କ ଏ ଈ ଳ ହ୍ରୀଂ କବଚାଭ୍ୟାଂ ହୁମ୍
ଓଁ ଐଂ ହ୍ରୀଂ ଶ୍ରୀଂ କ୍ଳୀଂ ହ ସ କ ହ ଳ ହ୍ରୀଂ ନେତ୍ରାଭ୍ୟାଂ ବୌଷଟ୍
ଓଁ ଐଂ ହ୍ରୀଂ ଶ୍ରୀଂ ସୌଂ ସ କ ଳ ହ୍ରୀଂ କରତଳ କରପୃଷ୍ଠାଭ୍ୟାଂ ଫଟ୍
ଧ୍ୟାନମ୍ -
କାନ୍ତ୍ୟା କାଞ୍ଚନ ସନ୍ନିଭାଂ ହିମଗିରି ପ୍ରଖ୍ୟୈଶ୍ଚତୁର୍ଭିର୍ଗର୍ଜୈ,
ହସ୍ତୋତ୍ କ୍ଷିପ୍ତ୍ବା ହିରଣ୍ମୟା ମୃତଘଟୈ ରାସିଚ୍ୟମାନାଂ ଶ୍ରୀୟାଂ।
ବିଭ୍ରାଣାଂ କରଯୁଗ୍ମଂ ଅଭୟାଂ ହସ୍ତୈ କିରିଟୋଜ୍ୱଳାଂ,
କ୍ଷୌମାବଦ୍ଧନିତମ୍ବ ଶୋଭିତ ତନୁ ବନ୍ଦେ ଅରବିନ୍ଦ ସ୍ଥିତାମ୍।।
ଯା ସା ପଦ୍ମସନସ୍ଥା ବିପୁଳ କଟି ତଟି ପଦ୍ମପତ୍ରାୟତାକ୍ଷୀ,
ଗମ୍ଭୀରାବର୍ତନାଭିସ୍ତନଭରନମିତା ଶୁଭ୍ର ବସ୍ତ୍ର୍ରୋତରୀୟା ।
ଯା ଲକ୍ଷ୍ମୀ ଗଜୈନ୍ଦ୍ରୈ ମଣିଗଣଖଚିତୈ ସ୍ନାପିତା ହେମକୁମ୍ଭୈ,
ନିତ୍ୟଂ ସା ପଦ୍ମହସ୍ତା ବସତୁ ମମ ଗୃହେ ସର୍ବ ମାଙ୍ଗଲ୍ୟଯୁକ୍ତା।।
ଲକ୍ଷ୍ମୀ କ୍ଷୀରସମୁଦ୍ର ରାଜତନୟା ଶ୍ରୀରଙ୍ଗଧାମେଶ୍ଵରୀ,
ଦାସୀଭୂତ ସମସ୍ତଦେବ ବନିତା ଲୋକୈକଦୀପାଙ୍କୁରା।
ଶ୍ରୀମନ୍ ମନ୍ଦ କଟାକ୍ଷ ଲବ୍ଧବିଭବ ବ୍ରହ୍ମେନ୍ଦ୍ର ଗଙ୍ଗାଧରାଂ,
ତାଂ ତ୍ରୈଲୋକ୍ୟ କୁଟୁମ୍ବିନୀ ସରସୀଜ ଯୁଗ୍ମାଂ ବନ୍ଦେ ଅରବିନ୍ଦାସନ ସ୍ଥିତାମ୍।।
// ଅଥ ଋଗ୍ଵେଦୀୟ ଶ୍ରୀସୂକ୍ତମ୍ ପାଠ //
```````````````````````````````````````````````````
ଶ୍ଳୋକ – (୧)
ଓଁ ହିରଣ୍ୟଵର୍ଣାଂ ହରୀଣୀଂ ସୁଵର୍ଣରଜତସ୍ରଜାମ୍ ।
ଚନ୍ଦ୍ରାଂ ହିରଣ୍ମୟୀଂ ଲକ୍ଷ୍ମୀଂ ଜାତଵେଦୋ ମ ଆ ଵହ ॥ ୧॥
ଭାବାର୍ଥ:- ଯିଏ ସୁବର୍ଣ୍ଣ ବର୍ଣ୍ଣଯୁକ୍ତା, କିଞ୍ଚିତ୍ ହରିତ୍ ବର୍ଣ୍ଣ ବିଶିଷ୍ଟା, ଯିଏ ସୁବର୍ଣ୍ଣ-ରଜତ ନିର୍ମିତ ଆଭୂଷଣଗୁଡିକରେ ସୁସଜ୍ଜିତା, ଯିଏ ଚନ୍ଦ୍ରବତ୍ ପ୍ରକାଶମାନ ତଥା ପ୍ରସନ୍ନ ବଦନା, ହେ ଜାତବେଦୋ (ସର୍ବଜ୍ଞ) ଅଗ୍ନିଦେବ! ଏଭଳି ମହିମାମୟୀ ଦେବୀ ଲକ୍ଷ୍ମୀଙ୍କୁ ମୋ ଗୃହକୁ ଆହ୍ବାନ କରନ୍ତୁ।
ଶ୍ଳୋକ – (୨)
ତାଂ ମ ଆଵ ହ ଜାତଵେଦୋ ଲକ୍ଷ୍ମୀମନପଗାମିନୀମ୍ ।
ଯସ୍ୟାଂ ହିରଣ୍ୟଂ ଵିନ୍ଦେୟଂ ଗାମଶ୍ଵଂ ପୁରୁଷାନହମ୍ ॥ ୨॥
ଭାବାର୍ଥ:- ହେ ଜାତବେଦୋ ଅଗ୍ନିଦେବ! ଆପଣ ଜଗତ ଜନନୀ ଲକ୍ଷ୍ମୀଙ୍କୁ ମୋ ଗୃହକୁ ଆମନ୍ତ୍ରଣ କରନ୍ତୁ, ଯାହାଙ୍କ କେବେ ହେଲେ ବିନାଶ ହୁଏ ନାହିଁ, ଯାହାଙ୍କ ଆଗମନ ମାତ୍ରେ ଗୌ, ଅଶ୍ବ, ସ୍ବର୍ଣ୍ଣ ଓ ଭାଇ, ବାନ୍ଧବ, ପୁତ୍ର, ପୌତ୍ର ଆଦି ପ୍ରାପ୍ତି ହୋଇଥାଏ।
ଶ୍ଳୋକ – (୩)
ଅଶ୍ଵପୂର୍ଵାଂ ରଥମଧ୍ୟାଂ ହସ୍ତିନାଦ ପ୍ରବୋଧିନୀମ୍ ।
ଶ୍ରିୟଂ ଦେଵୀମୁପହ୍ଵୟେ ଶ୍ରୀର୍ମାଦେଵୀର୍ଜୁଷତାମ୍ ॥ ୩॥
ଭାବାର୍ଥ:- ଯାହା ସମ୍ମୁଖରେ ରଥ ଯୋଖାଯାଇଥାଏ ଏବଂ ସେଇ ରଥରେ ବିରାଜମାନ ହୋଇ ହାତୀମାନଙ୍କ ନିନାଦଦ୍ବାରା ନେଜେ ପ୍ରସନ୍ନ ହୁଅନ୍ତି ଏବଂ ସାରା ବିଶ୍ବକୁ ପ୍ରଫୁଲ୍ଲିତ କରୁଥିବା ଦେଦୀପ୍ୟମାନା ଓ ସମସ୍ତଙ୍କୁ ଆଶ୍ରୟ ପ୍ରଦାନ କରୁଥିବା ଦେବୀ ଲକ୍ଷ୍ମୀଙ୍କୁ ମୁଁ ଆହ୍ବାନ କରୁଛି, ସେ ମୋତେ ପ୍ରାପ୍ତ ହୋଇ ମୋ ଗୃହରେ ସର୍ବଦା ନିବାସ କରନ୍ତୁ।
ଶ୍ଳୋକ – (୪)
କାଂସୋସ୍ମିତାଂ ହିରଣ୍ୟପ୍ରାକାରାମାର୍ଦ୍ରାଂ
ଜ୍ଵଲନ୍ତୀଂ ତୃପ୍ତାଂ ତର୍ପୟନ୍ତୀମ୍ ।
ପଦ୍ମେସ୍ଥିତାଂ ପଦ୍ମଵର୍ଣାଂ ତାମିହୋପହ୍ଵୟେ ଶ୍ରିୟମ୍ ॥ ୪॥
ଭାବାର୍ଥ:- ଯିଏ ସାକ୍ଷାତ୍ ବ୍ରହ୍ମରୂପା, ତେଜୋମୟ, ଅକଳ୍ପନୀୟ, ମନ୍ଦ ମନ୍ଦ ହାସ୍ୟଯୁକ୍ତ ମୁଖାରବିନ୍ଦ ଅବର୍ଣ୍ଣନୀୟ, ଚତୁର୍ଦ୍ଦିଗରେ ସ୍ବର୍ଣ୍ଣମୟ, ଦୟାରେ ଆର୍ଦ୍ରହୃଦୟ ଏବଂ ଆଭାମୟ, ଭକ୍ତଗଣଙ୍କ ନାନାପ୍ରକାରର ମନୋରଥ ପୂର୍ଣ୍ଣକାରିଣୀ, କମଳପୁଷ୍ପ ମଧ୍ୟରେ ବିରାଜମାନା, ପଦ୍ମବର୍ଣ୍ଣା, କମଳ ସଦୃଶ ଗୃହରେ ବାସ କରୁଥିବା ସୁପ୍ରସିଦ୍ଧ ଦେବୀ ଲକ୍ଷ୍ମୀଙ୍କୁ ମୁଁ ମୋପାଖକୁ ଆହ୍ବାନ କରୁଛି।
ଶ୍ଳୋକ – (୫)
ଚନ୍ଦ୍ରାଂ ପ୍ରଭାସାଂ ଯଶସା ଜ୍ଵଲନ୍ତୀଂ
ଶ୍ରିୟଂ ଲୋକେ ଦେଵଜୁଷ୍ଟାମୁଦାରାମ୍ ।
ତାଂ ପଦ୍ମିନୀମୀଂ ଶରଣମହଂ
ପ୍ରପଦ୍ୟେଽଲକ୍ଷ୍ମୀର୍ମେ ନଶ୍ୟତାଂ ତ୍ଵାଂ ଵୃଣେ ॥ ୫॥
ଭାବାର୍ଥ:- ଚନ୍ଦ୍ରବତ୍ ଶୁଭ୍ର ଆଭାଯୁକ୍ତା, ନିଜ କୀର୍ତ୍ତି ଓ ମହିମାରେ ଦେଦୀପ୍ୟମାନା, ସ୍ବର୍ଗଲୋକର ଦେବଗଣଙ୍କ ଦ୍ବାରା ଉପାସିତା, ଅତ୍ୟନ୍ତ ଉଦାର, ପଦ୍ମପୁଷ୍ପରେ ନିଶାସ କରୁଥିବା, ପରମ ଆଶ୍ରୟଦାତ୍ରୀ, ଯାହାଙ୍କ ଶରଣାଗତିରେ ମୁଁ ଆସିଛି, ଆପଣଙ୍କ କୃପାକଟାକ୍ଷ ଦ୍ବାରା ମୋର ଦରିଦ୍ରତା ଅପସରିଯାଉ।
ଶ୍ଳୋକ – (୬)
ଆଦିତ୍ୟଵର୍ଣେ ତପସୋଽଧିଜାତୋ
ଵନସ୍ପତିସ୍ତଵ ଵୃକ୍ଷୋଽଥ ବିଲ୍ଵଃ ।
ତସ୍ୟ ଫଲାନି ତପସା ନୁଦନ୍ତୁ
ମାୟାନ୍ତରାୟାଶ୍ଚ ବାହ୍ୟା ଅଲକ୍ଷ୍ମୀଃ ॥ ୬॥
ଭାବାର୍ଥ:- ହେ ଆଦିତ୍ୟ ସମ କାନ୍ତିଯୁକ୍ତା! ଯେପରି ଆପଣଙ୍କ ତେଜଦ୍ବାରା ଏହି ବନ-ପାଦପ ପ୍ରକାଶିତ ହୁଅନ୍ତି, ଆପଣଙ୍କ ତପଃ ବଳରେ ହିଁ ବିନାପୁଷ୍ପରେ ଫଳ ପ୍ରଦାନ କରୁଥିବା ବିଲ୍ବବୃକ୍ଷର ଉତ୍ପତ୍ତି ହୋଇଛି, ସେଇପରି ଆପଣଙ୍କ ଦିବ୍ୟଶକ୍ତି ଦ୍ବାରା ମୋର ସମସ୍ତ ବାହ୍ୟ ଓ ଆନ୍ତରିକ ଦରିଦ୍ରତା ଦୂର କରନ୍ତୁ।
ଶ୍ଳୋକ – (୭)
ଉପୈତୁ ମାଂ ଦେଵସଖଃ କୀର୍ତିଶ୍ଚ ମଣିନାସହ ।
ପ୍ରାଦୁର୍ଭୂତୋଽସ୍ମି ରାଷ୍ଟ୍ରେଽସ୍ମିନ୍ କୀର୍ତିମୃଦ୍ଧିଂ ଦଦାତୁ ମେ ॥ ୭॥
ଭାବାର୍ଥ:- ହେ ମାତା ଲକ୍ଷ୍ମୀ! ଦେବସଖା ଅର୍ଥାତ୍ ମଣିଭଦ୍ର (କୁବେରଙ୍କ ଭଣ୍ଡାର ରକ୍ଷକ)ଙ୍କ ସହ ସହ କୀର୍ତ୍ତି ଅର୍ଥାତ୍ ମୋତେ ଯଶ ପ୍ରାପ୍ତ ହେଉ। ମୁଁ ତୁମର ଏହି ସୃଷ୍ଟି(ରାଷ୍ଟ୍ର)ରେ ଉତ୍ପନ୍ନ ହୋଇଛି, ମୋତେ କୀର୍ତ୍ତ-ସମୃଦ୍ଧି ପ୍ରଦାନ କରି ଗୌରବାନ୍ବିତ କରନ୍ତୁ।
ଶ୍ଳୋକ – (୮)
କ୍ଷୁତ୍ପିପାସାମଳାଂ ଜ୍ୟେଷ୍ଠାମଲକ୍ଷ୍ମୀଂ ନାଶୟାମ୍ୟହମ୍ ।
ଅଭୂତିମସମୃଦ୍ଧିଂ ଚ ସର୍ଵାଂ ନିର୍ଣୁଦ ମେ ଗୃହାତ୍ ॥ ୮॥
ଭାବାର୍ଥ:- କ୍ଷୁଧା ଓ ପିପାସା ରୂପୀ ମଳିନତାକୁ ଧାରଣକାରିଣୀ ଆପଣଙ୍କ ଜ୍ୟେଷ୍ଠ ଭଗିନୀ ଅଲକ୍ଷ୍ମୀ (ଦୁର୍ଭାଗ୍ୟର ଅଧିଷ୍ଠାତ୍ରୀ ଦେବୀ)ଙ୍କର ମୁଁ ବିନାଶ ଚାହୁଁଛି। ହେ ମାତା ଲକ୍ଷ୍ମୀ! ଆପଣ ମୋ ଗୃହରୁ ଅନ୍ୟୈଶ୍ବର୍ଯ୍ୟ, ବୈଭବହୀନତା ତଥା ଧନ ବୃଦ୍ଧିର ସମସ୍ତ ପ୍ରତିବନ୍ଧକ ଏବଂ ବିଘ୍ନଗୁଡିକୁ ଦୂର କରନ୍ତୁ।
ଶ୍ଳୋକ – (୯)
ଗନ୍ଧଦ୍ବାରାଂ ଦୁରାଧର୍ଷାଂ ନିତ୍ୟପୁଷ୍ଟାଂ କରୀଷିଣୀମ୍ ।
ଈଶ୍ଵରୀମ୍ ସର୍ଵଭୂତାନାଂ ତାମିହୋପହ୍ଵୟେ ଶ୍ରିୟମ୍ ॥ ୯॥
ଭାବାର୍ଥ:- ଯିଏ ସୁଗନ୍ଧପୁଷ୍ପ ସମର୍ପଣର ଯୋଗ୍ୟ ଦିବ୍ୟମୟୀ ଦେବୀ ଅର୍ଥାତ୍ ଯାହାଙ୍କ ପ୍ରବେଶଦ୍ବାର ଦିବ୍ୟ ସୁଗନ୍ଧମୟ, ଯିଏ ଅତ୍ୟନ୍ତ କଠିନତାରେ ପ୍ରାପ୍ତ ହୁଅନ୍ତି, ଯିଏ ନିତ୍ୟପୁଷ୍ଟା ଅର୍ଥାତ୍ କାହାଦ୍ବାରା ଅପହୃତ ନ ହେଲାଭଳି ଧନଧାନ୍ୟରେ ସର୍ବଦା ସମୃଦ୍ଧିଶାଳିନୀ, ଯିଏ ସମସ୍ତ ଚରାଚରର ସ୍ବାମିନୀ, ଯିଏ ଗୋମୟରେ ନିବାସ କରନ୍ତି ତଥା ଜଗତ ପ୍ରସିଦ୍ଧ ଦେବୀ ଲକ୍ଷ୍ମୀଙ୍କୁ ମୁଁ ମୋ ଗୃହମଧ୍ୟକୁ ଆମନ୍ତ୍ରଣ କରୁଛି।
ଶ୍ଳୋକ – (୧୦)
ମନସଃ କାମମାକୂତିଂ ଵାଚଃ ସତ୍ୟମଶୀମହୀ ।
ପଶୂନାଂ ରୂପମନ୍ନସ୍ୟ ମୟି ଶ୍ରୀଃ ଶ୍ରୟତାଂ ଯଶଃ ॥ ୧୦॥
ଭାବାର୍ଥ:- ହେ ମାତା ଲକ୍ଷ୍ମୀ! ଆପଣଙ୍କ ଦିବ୍ୟ ପ୍ରଭାବରୁ ମୋର ମନୋକାମନା ପୂର୍ତ୍ତି, ସଂକଳ୍ପ ସିଦ୍ଧି, ବାଣୀରେ ସତ୍ୟତା ପ୍ରାପ୍ତ ହେଉ, ଗୋ ଆଦି ପଶୁଙ୍କ ସ୍ବରୂପ (ଦୁଗ୍ଧ-ଦଧ୍ୟାଦି) ଏବଂ ଅନ୍ନରୂପ (ଭକ୍ଷ୍ୟ, ଭୋଜ୍ୟ, ଚୋଷ୍ୟ, ଲେହ ଆଦି) ସମସ୍ତ ବସ୍ତୁ ପ୍ରାପ୍ତ ହେବି।ସମ୍ପତ୍ତି ଏବଂ ଯଶ ମୋମଧ୍ୟରେ ଆଶ୍ରୟ ନିଅନ୍ତୁ ଅର୍ଥାତ୍ ମୁଁ ଲକ୍ଷ୍ମୀବାନ ଏବଂ କୀର୍ତ୍ତିମାନ ହେବି। ଆପଣ ସେଇ ଶ୍ରୀଦେବୀଙ୍କୁ ଆଗମନ ଯାହାଙ୍କ ଆଗମନରେ ମାନସିକ ସ୍ଥିରତା, ବାଣୀରେ ଦୃଢତା, ଅନ୍ନ, ଧନ, ଯଶ, ମାନ ପ୍ରାପ୍ତ ହୋଇ ପରିବାରର କଳହ ତଥା ଦରିଦ୍ରତା ଦୂର ହୋଇଯାଏ।
ଶ୍ଳୋକ – (୧୧)
କର୍ଦମେନ ପ୍ରଜାଭୂତା ମୟି ସମ୍ଭଵ କର୍ଦମ ।
ଶ୍ରିୟଂ ଵାସୟ ମେ କୁଳେ ମାତରଂ ପଦ୍ମମାଳିନୀମ୍ ॥ ୧୧॥
ଭାବାର୍ଥ:- ହେ ମାତା ଲକ୍ଷ୍ମୀ! କର୍ଦମ ନାମକ ଏକ ଋଷିପୁତ୍ର ଭଳି ପ୍ରକୃଷ୍ଟ ପୁତ୍ର ଜନନୀ ଅଟ। ହେ କର୍ଦମ! ତୁମେ ମୋ ଭିତରେ ନିବାସ କରନ୍ତୁ ତଥା କମଳପୁଷ୍ପ ସୁଶୋଭିତା ମାତା ଲକ୍ଷ୍ମୀଙ୍କୁ ମୋ କୁଳରେ ସ୍ଥାପିତ କରାନ୍ତୁ।
ଶ୍ଳୋକ – (୧୨)
ଆପଃ ସୃଜନ୍ତୁ ସ୍ନିଗ୍ଧାନି ଚିକ୍ଲିତ ଵସ ମେ ଗୃହେ ।
ନି ଚ ଦେଵୀଂ ମାତରଂ ଶ୍ରିୟଂ ଵାସୟ ମେ କୁଳେ ॥ ୧୨॥
ଭାବାର୍ଥ:- ମାତା ଲକ୍ଷ୍ମୀଙ୍କ ର ଆନନ୍ଦ, କର୍ଦମ, ଚିକ୍ଲିତ, ଶ୍ରୀତ ଏହି ଚାରିପୁତ୍ର ଅଟନ୍ତି। ଏମାନଙ୍କ ମଧ୍ୟରୁ ଚିକ୍ଲିତଙ୍କୁ ପ୍ରାର୍ଥନା କରାଯାଇଛି। ହେ ଚିକ୍ଲିତ ନାମକ ଲକ୍ଷ୍ମୀପୁତ୍ର! ଆପଣ ମୋ ଗୃହରେ ନିବାସ କରନ୍ତୁ। ଜଳଦେବତା ବରୁଣଙ୍କ ଦ୍ବାରା ଉତ୍ପନ୍ନ କରାଯାଇଥିବା ଦିବ୍ୟଗୁଣଯୁକ୍ତା, ସର୍ବାଶ୍ରୟଦାୟିନୀ ନିଜ ମାତା ଲକ୍ଷ୍ମୀଙ୍କୁ ମୋ ଗୃହରେ ନିବାସ କରାନ୍ତୁ ।
ଶ୍ଳୋକ – (୧୩)
ଆର୍ଦ୍ରାଂ ପୁଷ୍କରୀଣୀଂ ପୁଷ୍ଟିଂ ପିଙ୍ଗଳାଂ ପଦ୍ମମାଳିନୀମ୍ ।
ଚନ୍ଦ୍ରାଂ ହିରଣ୍ମୟୀଂ ଲକ୍ଷ୍ମୀଂ ଜାତଵେଦୋ ମ ଆଵହ ॥ ୧୩॥
ଭାବାର୍ଥ:- ହେ ଅଗ୍ନିଦେବ! ଆପଣ ମୋ ଗୃହରେ ପୁଷ୍କରିଣୀ ଅର୍ଥାତ୍ ହସ୍ତୀମାନଙ୍କ ଶୁଣ୍ଢଦ୍ବାରା ଅଭିସିଞ୍ଚ୍ୟମାନା (ଆର୍ଦ୍ର ଶରୀର ଯୁକ୍ତା), ପୁଷ୍ଟିପ୍ରଦାନକାରିଣୀ, ପୀତବର୍ଣ୍ଣା, ପଦ୍ମମାଳାଧାରିଣୀ, ଚନ୍ଦ୍ର ସମାନ ଶୁଭ୍ରକାନ୍ତିରେ ଜଗତକୁ ପ୍ରକାଶ ପ୍ରଦାନକାରିଣୀ ମାତା ଲକ୍ଷ୍ମୀଙ୍କୁ ଆହ୍ବାନ କରନ୍ତୁ।
ଶ୍ଳୋକ – (୧୪)
ଆର୍ଦ୍ରାଂ ଯଷ୍କରୀଣୀଂ ଯଷ୍ଟିଂ ସୁଵର୍ଣାଂ ହେମମାଳିନୀମ୍ ।
ସୂର୍ୟାଂ ହିରଣ୍ମୟୀଂ ଲକ୍ଷ୍ମୀଂ ଜାତଵେଦୋ ମ ଆଵହ ॥ ୧୪॥
ଭାବାର୍ଥ:- ହେ ଅଗ୍ନିଦେବ! ଆପଣ ମୋର ଗୃହକୁ ସେଇ ଭକ୍ତଙ୍କ ଉପରେ ସଦା ଦୟାର୍ଦ୍ରଚିତ୍ତା, ସମସ୍ତ ଭୁବନ ଯାହାଙ୍କ ଯାଚନା କରନ୍ତି, ଦୁଷ୍ଟଙ୍କୁ ଦଣ୍ଡପ୍ରଦାନ କାରିଣୀ, ଯଷ୍ଟିବତ୍ ଅବଲମ୍ବନୀୟା (ଯେଭଳି ଅସମର୍ଥ ପୁରୁଷକୁ ଯଷ୍ଟିର ଆଶ୍ରୟ ଆବଶ୍ୟକ, ସେପରି ଲକ୍ଷ୍ମୀଙ୍କ ଆଶ୍ରୟରେ ଅଶକ୍ତ ବ୍ୟକ୍ତି ମଧ୍ୟସଂପନ୍ନ ହୋଇଯାଏ), ସୁବର୍ଣ୍ଣ ବର୍ଣ୍ଣା, ସ୍ବର୍ଣ୍ଣାଳଙ୍କାର ଭୂଷଣା, ସୂର୍ଯ୍ୟରୂପା, ପ୍ରକାଶ ସ୍ବରୂପା ମା ଲକ୍ଷ୍ମୀଙ୍କୁ ଆହ୍ବାନ କରନ୍ତୁ।
ଶ୍ଳୋକ – (୧୫)
ତାଂ ମ ଆଵହ ଜାତଵେଦୋ ଲକ୍ଷ୍ମୀମନପଗାମିନୀମ୍ ।
ଯସ୍ୟାଂ ହିରଣ୍ୟଂ ପ୍ରଭୂତଂ ଗାଵୋ ଦାସ୍ୟୋଽଶ୍ଵାନ୍ଵିନ୍ଦେୟଂ ପୁରୁଷାନହମ୍ ॥ ୧୫॥
ଭାବାର୍ଥ:- ହେ ଅଗ୍ନିଦେବ! ଆପଣ ସେଇ ବିଶ୍ବ ପୂଜିତା ଦେବୀ ଲକ୍ଷ୍ମୀଙ୍କୁ ମୋ ଗୃହକୁ ଆହ୍ୱାନ କରନ୍ତୁ, ଯେପରି ସେ ମୋତେ କେବେ ହେଲେ ତ୍ୟାଗକରି ଅନ୍ୟତ୍ର ଚାଲିଯିବେ ନାହିଁ।ଯେଉଁ ଜଗଜ୍ଜନନୀଙ୍କ ଦ୍ବାରା ମୁଁ ସ୍ବର୍ଣ୍ଣ, ଉତ୍ତମ ଐଶ୍ବର୍ଯ୍ୟ, ଗୋ, ଅଶ୍ବ ଏବଂ ପୁତ୍ରପୌତ୍ରାଦି ପ୍ରାପ୍ତ ହେବି।
ଶ୍ଳୋକ – (୧୬)
ଯଃ ଶୁଚିଃ ପ୍ରୟତୋ ଭୂତ୍ଵା ଜୁହୁୟାଦାଜ୍ୟମନ୍ଵହମ୍ ।
ଶ୍ରିୟଃ ପଞ୍ଚଦଶର୍ଚଂ ଚ ଶ୍ରୀକାମଃ ସତତଂ ଜପେତ୍ ॥ ୧୬॥
ଭାବାର୍ଥ:- ଯେଉଁ ମନୁଷ୍ୟ ଲକ୍ଷ୍ମୀଙ୍କ କାମନା କରେ, ସେ ପବିତ୍ର ଏବଂ ସଂଯମଶୀଳ ହୋଇ ଅଗ୍ନିରେ ଗୋଘୃତ ହବନ କରିବା ସହ ଶ୍ରୀସୂକ୍ତର ଏହି ପନ୍ଦର ଶ୍ଳୋକ ପ୍ରତିଦିନ ପାଠ କରିବା ଉଚିତ।
ଫଲଶ୍ରୁତି - ଶ୍ଳୋକ – (୧୭)
ପଦ୍ମାନନେ ପଦ୍ମଊରୂ ପଦ୍ମାକ୍ଷୀ ପଦ୍ମସମ୍ଭଵେ ।
ତ୍ଵଂ ମାଂ ଭଜସ୍ଵ ପଦ୍ମାକ୍ଷୀ ଯେନ ସୌଖ୍ୟଂ ଲଭାମ୍ୟହମ୍ ॥
ଭାବାର୍ଥ:- ହେ ଦେବୀ ଲକ୍ଷ୍ମୀ! ଆପଣଙ୍କ ଶ୍ରୀମୁଖ, ଊରୁ ଭାଗ, ନେତ୍ର ଆଦି କସଳ ପୁଷ୍ପ ସମାନ ଅତ୍ୟନ୍ତ କମନୀୟ, ଆପଣ କମଳସମ୍ଭବା ଅଟନ୍ତି। ହେ କମଳ-ନୟନୀ! ମୁଁ ଆପଣଙ୍କୁ ସ୍ମରଣ କରୁଛି, ଆପଣ ମୋ ଉପରେ କୃପା କରନ୍ତୁ।
ଶ୍ଳୋକ – (୧୮)
ଅଶ୍ଵଦାୟୀ ଗୋଦାୟୀ ଧନଦାୟୀ ମହାଧନେ ।
ଧନଂ ମେ ଜୁଷତାଂ ଦେବୀ ସର୍ଵକାମାଂଶ୍ଚ ଦେହି ମେ ॥
ଭାବାର୍ଥ:- ହେ ମାତା ଲକ୍ଷ୍ମୀ! ଆପଣ ଅଶ୍ବ,ଗୌ,ଧନ ଆଦି ଦେବାରେ ପୂର୍ଣ୍ଣ ସମର୍ଥ ଅଟନ୍ତି।ଆପଣ ମୋତେ। ବୈଭବ ପ୍ରଦାନ କରନ୍ତୁ।ହେ ମାତା!ମୋର ସମସ୍ତ କାମନାକୁ ଆପଣ ପୂରଣ କରନ୍ତୁ।
ଶ୍ଳୋକ – (୧୯)
ପୁତ୍ରପୌତ୍ରଂ ଧନଂ ଧାନ୍ୟଂ ହସ୍ତ୍ୟଶ୍ଵାଦିଗଵେ ରଥମ୍ ।
ପ୍ରଜାନାଂ ଭଵସି ମାତା ଆୟୁଷ୍ମନ୍ତଂ କରୋତୁ ମାମ୍ ॥
ଭାବାର୍ଥ:- ହେ ଦେବୀ! ଆପଣ ଏ ସୃଷ୍ଟିର ସମସ୍ତ ଜୀବଙ୍କର ମାତା ଅଟନ୍ତି। ଆପଣ ମୋତେ ପୁତ୍ର, ପୌତ୍ର ,ଧନ, ଧାନ୍ୟ, ହାତୀ, ଘୋଡ଼ା, ଗ୍ୟୌ, ବଳଦ, ରଥ, ଆଦି ପ୍ରଦାନ କରନ୍ତୁ।ଆପଣ ମୋତେ ଦୀର୍ଘାୟୁ କରନ୍ତୁ।
ଶ୍ଳୋକ – (୨୦)
ଧନମଗ୍ନିର୍ଧନଂ ଵାୟୁର୍ଧନଂ ସୂର୍ଯ୍ୟୋଧନଂ ଵସୁଃ ।
ଧନମିନ୍ଦ୍ରୋ ବୃହସ୍ପତିର୍ଵରୁଣଂ ଧନମଶ୍ନୁ ତେ ॥
ଭାବାର୍ଥ:- ହେ ଐଶ୍ବର୍ଯ୍ୟର ଅଧିଷ୍ଠାତ୍ରୀ ଦେବୀ! ଆପଣ ମୋତେ ଅଗ୍ନି, ଧନ, ବାୟୁ, ସୂର୍ଯ୍ୟ, ଜଳ, ବୃହସ୍ପତି, ବରୁଣ ଆଦିଙ୍କ କୃପା ଭାଜନ କରାଇ ଧନ ପ୍ରାପ୍ତି କରାନ୍ତୁ।
ଶ୍ଳୋକ – (୨୧)
ଵୈନତେୟ ସୋମଂ ପିବ ସୋମଂ ପିବତୁ ଵୃତ୍ରହା ।
ସୋମଂ ଧନସ୍ୟ ସୋମିନୋ ମହ୍ୟଂ ଦଦାତୁ ସୋମିନଃ ॥
ଭାବାର୍ଥ:- ହେ ବିନତାପୁତ୍ର ଗରୁଡ! ହେ ବୃତ୍ରାସୁରର ବଧକାରୀ ଇନ୍ଦ୍ର ଆଦି ଦେବଗଣ! ଯେଉଁମାନେ ଅମୃତ ପାନ କରନ୍ତି, ମୋତେ ଅମୃତଯୁକ୍ତ ଧନପ୍ରଦାନ କରନ୍ତୁ।
ଶ୍ଳୋକ – (୨୨)
ନ କ୍ରୋଧୋ ନ ଚ ମାତ୍ସର୍ୟଂ ନ ଲୋଭୋ ନାଶୁଭା ମତିଃ ॥
ଭଵନ୍ତି କୃତପୁଣ୍ୟାନାଂ ଭକ୍ତାନାଂ ଶ୍ରୀସୂକ୍ତଂ ଜପେତ୍ସଦା ॥
ଭାବାର୍ଥ:- ଏହି ସୂକ୍ତ ପାଠ କରୁଥିବା ମନୁଷ୍ୟର ଅର୍ଥାତ୍ ଭକ୍ତର କ୍ରୋଧ, ମତ୍ସର, ଲୋଭ ତଥା ଅନ୍ୟ ଅଶୁଭ କର୍ମଗୁଡିକରେ ବୃତ୍ତି ରହେନାହିଁ। ସେମାନେ ସତ୍କର୍ମ ମାର୍ଗରେ ପ୍ରେରିତ ହୁଅନ୍ତି।
ଶ୍ଳୋକ – (୨୩)
ଵର୍ଷନ୍ତୁ ତେ ଵିଭାଵରୀ ଦିଵୋ ଅଭ୍ରସ୍ୟ ଵିଦ୍ୟୁତଃ ।
ରୋହନ୍ତୁ ସର୍ଵବୀଜାନ୍ୟଵ ବ୍ରହ୍ମଦ୍ଵିଷୋ ଜହି ॥
ଭାବାର୍ଥ:- ହେ ଜଗଜ୍ଜନନୀ ଲକ୍ଷ୍ମୀ! ଆକାଶରେ ଯେପରି ବିଦ୍ୟୁତ ଆଲୋକ ଉଦ୍ଭାସିତ ହୋଇ ବର୍ଷାଜଳ ଝରିପଡେ ଠିକ୍ ସେଇପରି ଆପଣ ମୋ ଉପରେ ଆପଣଙ୍କ ଦିବ୍ୟକୃପାବାରି ବର୍ଷଣ କରନ୍ତୁ ଏବଂ ସମସ୍ତ ବୀଜକୁ ଅଙ୍କୁରିତ କରନ୍ତୁ। ଯେଉଁ ମାନେ ବ୍ରହ୍ମଙ୍କୁ ଦ୍ବେଷ କରନ୍ତି ସେମାନଙ୍କର ବିନାଶ କରନ୍ତୁ।
ଶ୍ଳୋକ – (୨୪)
ପଦ୍ମପ୍ରିୟେ ପଦ୍ମିନୀ ପଦ୍ମହସ୍ତେ ପଦ୍ମାଳୟେ ପଦ୍ମଦୃଳାୟତାକ୍ଷୀ ।
ଵିଶ୍ଵପ୍ରିୟେ ଵିଷ୍ଣୁ ମନୋଽନୁକୂଳେ ତ୍ଵତ୍ପାଦପଦ୍ମଂ ମୟି ସନ୍ନିଧତ୍ସ୍ଵ ॥
ଭାବାର୍ଥ:- ହେ ଦେବୀ ଲକ୍ଷ୍ମୀ! ଆପଣ କମଳମୁଖୀ,କମଳପୁଷ୍ପ ଉପରେ ବିରାଜମାନ,କମଳଦଳପ୍ରାୟ ନେତ୍ରଯୁକ୍ତା ,କମଳପୁଷ୍ପ ପ୍ରିୟା।ଆପଣ ସମସ୍ତଙ୍କ ମନୋନୁକୂଳ ଫଳପ୍ରଦାୟିନୀ। ହେ ଦେବୀ! ଆପଣଙ୍କ ଚରଣ କମଳ ସର୍ବଦା ମୋର ହୃଦୟରେ ସ୍ଥାପିତ ହୋଇଥାଉ।
ଶ୍ଳୋକ – (୨୫)
ଯା ସା ପଦ୍ମାସନସ୍ଥା ଵିପୁଲକଟିତଟୀ ପଦ୍ମପତ୍ରାୟତାକ୍ଷୀ ।
ଗମ୍ଭୀରାଵର୍ତନାଭିଃ ସ୍ତନଭରନମିତା ଶୁଭ୍ର ଵସ୍ତ୍ରୋତ୍ତରୀୟା ।
ଲକ୍ଷ୍ମୀର୍ଦିଵ୍ୟୈର୍ଗଜେନ୍ଦ୍ରୈର୍ମଣିଗଣ ଖଚିତୈସ୍ନାପିତା ହେମକୁମ୍ଭୈଃ ।
ନିତ୍ୟଂ ସା ପଦ୍ମହସ୍ତା ମମ ଵସତୁ ଗୃହେ ସର୍ଵମାଙ୍ଗଲ୍ୟଯୁକ୍ତା ॥
ଭାବାର୍ଥ:- ହେ ମାତା! ଆପଣ ନିତମ୍ବିନୀ, ପଦ୍ମପତ୍ର ସଦୃଶ କମନୀୟ ଲୋଚନା, ଗଭୀର-ବର୍ତ୍ତୁଳ ନାଭିଯୁକ୍ତା, ସୁଦୃଶ୍ୟ ପୟୋଧରା, ଶୁଭ୍ର-ଦିବ୍ୟ ବସନ ପରିହିତା, ରତ୍ନମଣି ଖଚିତ ସୁବର୍ଣ୍ଣ କଳସରେ ଦିବ୍ୟ ହସ୍ତୀମାନଙ୍କ ଦ୍ବାରା ଢଳାଯାଉଥିବା ଦିବ୍ୟ ଗନ୍ଧଯୁକ୍ତ ଜଳରେ ସ୍ନାନରତା, ଶ୍ରୀହସ୍ତରେ ଦିବ୍ୟକମଳ ଶୋଭିତା, ସର୍ବମଙ୍ଗଳଯୁକ୍ତା, ପଦ୍ମପୁଷ୍ପରେ ଦଣ୍ଡାୟମାନ ହୋଇ , ଅତ୍ୟନ୍ତ ମନୋହାରୀ ଦୃଶ୍ୟ ସୃଷ୍ଟିକରି ମୋ ଗୃହରେ ନିତ୍ୟବାସ କରନ୍ତୁ I
ଶ୍ଳୋକ – (୨୬)
ଲକ୍ଷ୍ମୀଂ କ୍ଷୀରସମୁଦ୍ର ରାଜତନୟାଂ ଶ୍ରୀରଙ୍ଗାଧାମେଶ୍ଵରୀମ୍ ।
ଦାସୀଭୂତସମସ୍ତ ଦେଵ ଵନିତାଂ ଲୋକୈକଦୀପାଂକୁରାମ୍ ।
ଶ୍ରୀମନ୍ମନ୍ଦକଟାକ୍ଷଲବ୍ଧ ଵିଭଵ ବ୍ରହ୍ମେନ୍ଦ୍ର ଗଙ୍ଗା ଧରାଂ ।
ତ୍ଵାଂ ତ୍ରୈଲୋକ୍ୟ କୁଟୁମ୍ବିନୀଂ ସରସିଜାଂ ଵନ୍ଦେ ମୁକୁନ୍ଦପ୍ରିୟାମ୍ ॥
ଭାବାର୍ଥ:- ହେ ମାତା ଲକ୍ଷ୍ମୀ! ଆପଣ ସମୁଦ୍ର ରାଜାଙ୍କ ତନୟା,ପୁନଶ୍ଚ ଆପଣ କ୍ଷୀରସମୁଦ୍ରରେ ଶ୍ରୀବିଷ୍ଣୁଙ୍କ ପାର୍ଶ୍ବମଣ୍ଡିତା, ଆପଣ ଶ୍ରୀରଙ୍ଗଧାମ ଅର୍ଥାତ୍ ବୈକୁଣ୍ଠଧାମର ସ୍ବାମିନୀ ଅଟନ୍ତି।ସମସ୍ତ ଦେବତା ଏବଂ ସେମାନଙ୍କ ଦାସୀଗଣଙ୍କ ସହ ଆପଣଙ୍କ ସେବାରେ ବିନିଯୋଗ ହୁଅନ୍ତି। ଆପଣ ହିଁ ସର୍ବଲୋକ ତଥା ସମସ୍ତ ଚରାଚରର ଏକମାତ୍ର ପ୍ରଭା ଏବଂ ମୂଳା ଆଧାର। ଆପଣଙ୍କ ସାମାନ୍ୟ କଟାକ୍ଷ ପାତରେ ବ୍ରହ୍ମ-ଇନ୍ଦ୍ର-ଗଙ୍ଗାଧର କୃତକୃତ୍ୟ ହୋଇଥାଆନ୍ତି। ଆପଣ ତିନି ଲୋକରେ ପ୍ରଶଂସିତା, ପଦ୍ମପୁଷ୍ପ ସଦୃଶ୍ୟ ତିନିଲୋକରେ ଉଦ୍ଭାସିତା। ତେଣୁ ତ୍ରିଲୋକ ଆପଣଙ୍କ କୁଟୁମ୍ବ ଭଳି। ହେ ପଦ୍ମସମ୍ଭବା! ଆପଣ ମୁକୁନ୍ଦ (ଶ୍ରୀବିଷ୍ଣୁଙ୍କ) ଙ୍କ ଅତିଶୟ ପ୍ରିୟ ଅଟନ୍ତି।
ଶ୍ଳୋକ – (୨୭)
ସିଦ୍ଧଲକ୍ଷ୍ମୀର୍ମୋକ୍ଷଲକ୍ଷ୍ମୀର୍ଜୟଲକ୍ଷ୍ମୀ ସ୍ୱରସ୍ଵତୀ ।
ଶ୍ରୀଲକ୍ଷ୍ମୀର୍ଵରଲକ୍ଷ୍ମୀଶ୍ଚ ପ୍ରସନ୍ନା ମମ ସର୍ଵଦା ॥
ଭାବାର୍ଥ:- ହେ ମାତେ! ଆପଣ ଅନେକ ରୂପ ଧାରଣ କରନ୍ତି, ଯେପରିକି ସିଦ୍ଧଲକ୍ଷ୍ମୀ, ମୋକ୍ଷଲକ୍ଷ୍ମୀ, ଜୟଲକ୍ଷ୍ମୀ, ସରସ୍ବତୀ, ଶ୍ରୀଲକ୍ଷ୍ମୀ, ବରଲକ୍ଷ୍ମୀ। ଏ ସମସ୍ତ ସ୍ବରୂପରେ ମୋ ପ୍ରତି ପ୍ରସନ୍ନ ରହନ୍ତୁ।
ଶ୍ଳୋକ – (୨୮)
ଵରାଂକୁଶୌ ପାଶମଭୀତିମୁଦ୍ରାଂ
କରୈର୍ଵହନ୍ତୀଂ କମଳାସନସ୍ଥାମ୍ ।
ବାଲାର୍କକୋଟି ପ୍ରତିଭାଂ ତ୍ରିଣେତ୍ରାଂ
ଭଜେହମାଦ୍ୟାଂ ଜଗଦୀଶ୍ଵରୀଂ ତାମ୍ ॥
ଭାବାର୍ଥ:- ହେ ମାତା! ଆପଣଙ୍କ ଚାରିଭୁଜରେ ବରମୁଦ୍ରା, ଅଙ୍କୁଶଧାରଣ, ପାଶଧାରଣ ତଥା ଅଭୟ ମୁଦ୍ରା ଧାରଣ କରି ପଦ୍ମପୁଷ୍ପ ଉପରେ ବିରାଜମାନ ହୋଇ ଭକ୍ତଙ୍କ ଉପରେ କୃପାବର୍ଷଣ କରନ୍ତି। ଆପଣ ଆଦିଶକ୍ତି ଯାହାଙ୍କ ତ୍ରିନେତ୍ରରୁ କୋଟି କୋଟି ସୂର୍ଯ୍ୟ ଉଦୟମାନ ହୁଅନ୍ତି। ମୁଁ ଆପଣଙ୍କୁ ପ୍ରଣାମ କରୁଛି।
ଶ୍ଳୋକ – (୨୯)
ସର୍ଵମଙ୍ଗଳ ମାଙ୍ଗଲ୍ୟେ ଶିଵେ ସର୍ଵାର୍ଥ ସାଧିକେ ।
ଶରଣ୍ୟେ ତ୍ର୍ୟମ୍ବକେ ଦେବୀ ନାରାୟଣୀ ନମୋଽସ୍ତୁତେ ॥
ଭାବାର୍ଥ:- ହେ ଦେବୀ! ଆପଣ ସର୍ବମଙ୍ଗଳକାରିଣୀ ସର୍ବମଙ୍ଗଳା, ଯିଏ ସ୍ବୟଂ ସମସ୍ତ ମଙ୍ଗଳମୟ ଗୁଣଗୁଡିକରେ ପରିପୂର୍ଣ୍ଣ। ହେ ମାତା! ଆପଣ ସର୍ବକାମ ପୂର୍ଣ୍ଣକାରିଣୀ ଅର୍ଥାତ୍ ଭକ୍ତକୁ ଧର୍ମ, ଅର୍ଥ, କାମ, ମୋକ୍ଷ ପ୍ରଦାୟିନୀ। ହେ ନାରାୟଣୀ! ହେ ତ୍ରିନେତ୍ରା! ମୁଁ ଆପଣଙ୍କୁ ନମନ କରୁଛି I
ଶ୍ଳୋକ – (୩୦)
ସରସିଜନିଳୟେ ସରୋଜହସ୍ତେ
ଧଵଳତରାଂଶୁକ ଗନ୍ଧମାଲ୍ୟଶୋଭେ ।
ଭଗଵତୀ ହରୀଵଲ୍ଲଭେ ମନୋଜ୍ଞେ
ତ୍ରିଭୁଵନଭୂତିକରୀ ପ୍ରସୀଦ ମହ୍ୟମ୍ ॥
ଭାବାର୍ଥ:- ହେ ତ୍ରିଭୁବନେଶ୍ବରୀ! ହେ କମଳ ନିବାସିନୀ! ଆପଣଙ୍କ ଶ୍ରୀହସ୍ତରେ ସର୍ବଦା କମଳପୁଷ୍ପ ଶୋଭାୟମାନ। ଆପଣ ସ୍ବଚ୍ଛ-ଶ୍ବେତବସ୍ତ୍ର ପରିହିତା, ଚନ୍ଦନ ଏବଂ ସୁବାସିତ ପୁଷ୍ପମାଳାରେ ଆଭୂଷିତା। ହେ ବିଷ୍ଣୁପ୍ରିୟା ଦେବୀ! ଆପଣ ସମସ୍ତଙ୍କ ଅନ୍ତରର କଥାକୁ ଜାଣିପାରୁଥିବା ମାତା ଅଟନ୍ତି। ହେ ଭଗବତୀ! ଆପଣ ମୋ ଭଳି ଏକ ଦୀନ-ହୀନ ମଣିଷ ଉପରେ କୃପା କରନ୍ତୁ।
ଶ୍ଳୋକ – (୩୧)
ଵିଷ୍ଣୁପତ୍ନୀଂ କ୍ଷମାଂ ଦେଵୀଂ ମାଧଵୀଂ ମାଧଵପ୍ରିୟାମ୍ ।
ଵିଷ୍ଣୋଃ ପ୍ରିୟସଖୀଂ ଦେଵୀଂ ନମାମ୍ୟଽଚ୍ୟୁତଵଲ୍ଲଭାମ୍ ॥
ଭାବାର୍ଥ:- ଭଗବାନ ବିଷ୍ଣୁଙ୍କ ପ୍ରିୟପତ୍ନୀ, ମାଧବପ୍ରିୟା, ବିଷ୍ଣୁଙ୍କ ପ୍ରିୟ ସହଚରୀ, ଭଗବାନ ଅଚ୍ୟୁତଙ୍କ ପ୍ରାଣ ପ୍ରେୟସୀ, କ୍ଷମାର ପ୍ରତିମୂର୍ତ୍ତି ଲକ୍ଷ୍ମୀଦେବୀ, ମୁଁ ଆପଣଙ୍କୁ ବାରମ୍ବାର ପ୍ରଣାମ କରୁଛି।
ଶ୍ଳୋକ – (୩୨)
ଓଁ ମହାଲକ୍ଷ୍ମୀ ଚ ବିଦ୍ମହେ ବିଷ୍ଣୁପତ୍ନୈ ଚ ଧୀମହୀ I
ତନ୍ନୋ ଲକ୍ଷ୍ମୀଃ ପ୍ରଚୋଦୟାତ୍ ॥
ଭାବାର୍ଥ:- ମୁଁ ମହାଦେବୀ ଲକ୍ଷ୍ମୀଙ୍କର ସ୍ମରଣ କରୁଛି। ବିଷ୍ଣୁପତ୍ନୀ ଲକ୍ଷ୍ମୀ ମୋ ଉପରେ କୃପା କରନ୍ତୁ । ସେଇ ଦେବୀ ଲକ୍ଷ୍ମୀ ମୋତେ ସତ୍କାର୍ଯ୍ୟ ଦିଗରେ ପ୍ରବୃତ୍ତ କରନ୍ତୁ।
ଶ୍ଳୋକ – (୩୩)
ଶ୍ରୀବର୍ଚ୍ଚସ୍ୟମାୟୁଷ୍ୟମାରୋଗ୍ୟମାବିଧାତ୍
ପବମାନଂ ମହୀୟତେ ।
ଧନଂଧାନ୍ୟଂ ପଶୁଂ ବହୁପୁତ୍ରଲାଭଂ
ଶତସମ୍ବତ୍ସରଂ ଦୀର୍ଘମାୟୁଃ ॥
ଭାବାର୍ଥ:- ଏହି ଶ୍ରୀସୂକ୍ତ ପାଠଦ୍ବାରା ବ୍ୟକ୍ତି ଶ୍ରୀ, ତେଜ, ଆୟୁ, ଉତ୍ତମ ସ୍ବାସ୍ଥ୍ୟଯୁକ୍ତ ହୋଇ ସର୍ବଦା ଶୋଭାୟମାନ ରହେ, ଧନ, ଧାନ୍ୟ ତଥା ପଶୁ ସଂପତ୍ତିଦ୍ବାରା ସମ୍ପନ୍ନ, ପୁତ୍ରବାନ ହୋଇ ଶତସମ୍ବତ୍ସର ଜୀବନ ପ୍ରାପ୍ତ ହୋଇ ଆନନ୍ଦମୟ ଜୀବନଯାପନ କରିଥାଏ।
ଶ୍ଳୋକ – (୩୪)
ଋଣରୋଗାଦିଦାରୀଦ୍ର୍ୟ ପାପକ୍ଷୁଦପମୃତ୍ୟଵଃ ।
ଭୟଶୋକ ମନସ୍ତାପା ନଶ୍ୟନ୍ତୁ ମମ ସର୍ଵଦା ॥
ଯ ଏବମ୍ ବେଦ।॥ ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ ॥
ଭାବାର୍ଥ:- ହେ ମାତା ଲକ୍ଷ୍ମୀ! କୃପାକରି ମୋର ଋଣ, ରୋଗ, ଦାରିଦ୍ର୍ୟ, ପାପ, ଭୋକ ଏବଂ ଦୁର୍ଘଟଣା ଜନିତ ମୃତ୍ୟୁର ସମ୍ଭାବନାକୁ ଦୂର କରିଦିଅନ୍ତୁ। ତତ୍ ସହ ମୋର ସମସ୍ତ ଭୟ,ଦୁଃଖ, ମନସ୍ତାପ ଆପଣଙ୍କ କୃପାରୁ ଦୂରୀଭୂତ ହେଉ। ବେଦ ହିଁ ବାସ୍ତବ ସ୍ବରୂପ।
// ଇତିଶ୍ରୀ ଋକ୍ ବେଦୋକ୍ତ ଶ୍ରୀସୂକ୍ତମ୍ ସମ୍ପୂର୍ଣ୍ଣମ୍ //
****************************************
// ଶ୍ରୀମହାଲକ୍ଷ୍ମୀ ଅଷ୍ଟକମ୍ //
•••••••••••••••••••••••••••••••••••••
ନମସ୍ତେସ୍ତୁ ମହାମାୟେ ଶ୍ରୀପୀଠେ ସୁରପୂଜିତେ |
ଶଙ୍ଖଚକ୍ର ଗଦାହସ୍ତେ ମହାଲକ୍ଷ୍ମୀ ନମୋସ୍ତୁତେ ||୧||
ନମସ୍ତେ ଗରୁଡାରୂଢେ କୋଳାସୁର ଭୟଙ୍କରୀ |
ସର୍ଵପାପ ହରେ ଦେଵୀ ମହାଲକ୍ଷ୍ମୀ ନମୋସ୍ତୁତେ ||୨||
ସର୍ଵଜ୍ଞେ ସର୍ଵଵରଦେ ସର୍ଵଦୁଷ୍ଟ ଭୟଙ୍କରୀ |
ସର୍ଵଦୁଃଖ ହରେ ଦେଵୀ ମହାଲକ୍ଷ୍ମୀ ନମୋସ୍ତୁତେ ||୩||
ସିଦ୍ଧି-ବୁଦ୍ଧି ପ୍ରଦେ ଦେଵୀ ଭୁକ୍ତି-ମୁକ୍ତି ପ୍ରଦାୟିନୀ |
ମନ୍ତ୍ରପୂତେ ସଦା ଦେଵୀ ମହାଲକ୍ଷ୍ମୀ ନମୋସ୍ତୁତେ ||୪||
ଆଦ୍ୟନ୍ତରହିତେ ଦେଵୀ ଆଦ୍ୟାଶକ୍ତି ମହେଶ୍ଵରୀ |
ଯୋଗଜେ ଯୋଗସମ୍ଭୂତେ ମହାଲକ୍ଷ୍ମୀ ନମୋସ୍ତୁତେ ||୫||
ସ୍ଥୂଳ-ସୂକ୍ଷ୍ମ ମହାରୌଦ୍ରେ ମହାଶକ୍ତି ମହୋଦରେ |
ମହାପାପ ହରେ ଦେଵୀ ମହାଲକ୍ଷ୍ମୀ ନମୋସ୍ତୁତେ ||୬||
ପଦ୍ମାସନ ସ୍ଥିତେ ଦେଵୀ ପରଂବ୍ରହ୍ମ ସ୍ଵରୂପିଣୀ |
ପରମେଶୀ ଜଗନ୍ମାତ ମହାଲକ୍ଷ୍ମୀ ନମୋସ୍ତୁତେ ||୭||
ଶ୍ଵେତାମ୍ବରଧରେ ଦେଵୀ ନାନାଳଙ୍କାର ଭୂଷିତେ |
ଜଗସ୍ଥିତେ ଜଗନ୍ମାତ ମହାଲକ୍ଷ୍ମୀ ନମୋସ୍ତୁତେ ||୮||
|| ଫଳଶ୍ରୁତି ||
```````````````````
ମହାଲକ୍ଷ୍ମୀଷ୍ଟକଂ ସ୍ତୋତ୍ରଂ ଯଃ ପଠେତ୍ ଭକ୍ତିମାନ ନରଃ |
ସର୍ଵସିଦ୍ଧିମଵାପ୍ନୋତି ରାଜ୍ୟଂ ପ୍ରାପ୍ନୋତି ସର୍ଵଦା ||
ଏକକାଳଂ ପଠେତ୍ ନିତ୍ୟଂ ମହାପାପ ଵିନାଶନମ୍ |
ଦ୍ଵିକାଳଂ ଯଃ ପଠେତ୍ ନିତ୍ୟଂ ଧନଧାନ୍ୟ ସମନ୍ଵିତଃ ||
ତ୍ରିକାଳଂ ଯଃ ପଠେତ୍ ନିତ୍ୟଂ ମହାଶତ୍ରୁ ଵିନାଶନମ୍ ,
ମହାଲକ୍ଷ୍ମୀର୍ଭଵେତ୍ ନିତ୍ୟଂ ପ୍ରସନ୍ନା ଵରଦା ଶୁଭା ।
// ଇତିଶ୍ରୀ ଇନ୍ଦ୍ର କୃତ ଶ୍ରୀମହାଲକ୍ଷ୍ମୀଅଷ୍ଟକମ୍ ସ୍ତୋତ୍ରଂ ସଂପୂର୍ଣମ୍ //
••••••••••••••••••••••••••••••••••••••••••••
// ଋଷି ଅଗସ୍ତ୍ୟରଚିତଂ ଶ୍ରୀଲକ୍ଷ୍ମୀସ୍ତୋତ୍ରମ୍ //
••••••••••••••••••••••••••••••••••••••••••••
ଜୟ ପଦ୍ମପଳାଶାକ୍ଷୀ ଜୟ ତ୍ଵଂ ଶ୍ରୀପତିପ୍ରିୟେ ।
ଜୟ ମାତର୍ମହାଲକ୍ଷ୍ମୀ ସଂସାରାର୍ଣଵତାରିଣୀ ॥
ମହାଲକ୍ଷ୍ମୀ ନମସ୍ତୁଭ୍ୟଂ ନମସ୍ତୁଭ୍ୟଂ ସୁରେଶ୍ଵରୀ ।
ହରିପ୍ରିୟେ ନମସ୍ତୁଭ୍ୟଂ ନମସ୍ତୁଭ୍ୟଂ ଦୟାନିଧେ ॥
ପଦ୍ମାଲୟେ ନମସ୍ତୁଭ୍ୟଂ ନମସ୍ତୁଭ୍ୟଂ ଚ ସର୍ଵଦେ ।
ସର୍ଵଭୂତ ହିତାର୍ଥାୟ ଵସୁଵୃଷ୍ଟିଂ ସଦା କୁରୁ ॥
ଜଗତ୍ ମାତଃ ନମସ୍ତୁଭ୍ୟଂ ନମସ୍ତୁଭ୍ୟଂ ଦୟାନିଧେ ।
ଦୟାଵତୀ ନମସ୍ତୁଭ୍ୟଂ ଵିଶ୍ଵେଶ୍ଵରୀ ନମୋଽସ୍ତୁତେ ॥
ନମଃ କ୍ଷୀରାର୍ଣଵସୁତେ ନମସ୍ତ୍ରୈଲୋକ୍ୟଧାରିଣୀ ।
ଵସୁଵୃଷ୍ଟେ ନମସ୍ତୁଭ୍ୟଂ ରକ୍ଷ ମାଂ ଶରଣାଗତମ୍ ॥
ରକ୍ଷ ତ୍ଵଂ ଦେଵଦେଵେଶୀ ଦେଵଦେଵସ୍ୟ ଵଲ୍ଲଭେ ।
ଦରିଦ୍ରାତ୍ତ୍ରାହି ମାଂ ଲକ୍ଷ୍ମୀ କୃପାଂ କୁରୁ ମମୋଽପରି ॥
ନମସ୍ତ୍ରୈଲୋକ୍ୟଜନନୀ ନମସ୍ତ୍ରୈଲୋକ୍ୟପାଵନୀ ।
ବ୍ରହ୍ମାଦୟୋ ନମସ୍ତେ ତ୍ଵାଂ ଜଗଦାନନ୍ଦଦାୟିନୀ ॥
ଵିଷ୍ଣୁପ୍ରିୟେ ନମସ୍ତୁଭ୍ୟଂ ନମସ୍ତୁଭ୍ୟଂ ଜଗଦ୍ଧିତେ ।
ଆର୍ତହନ୍ତ୍ରି ନମସ୍ତୁଭ୍ୟଂ ସମୃଦ୍ଧିଂ କୁରୁ ମେ ସଦା ॥
ଅବ୍ଜଵାସେ ନମସ୍ତୁଭ୍ୟଂ ଚପଳାୟୈ ନମୋ ନମଃ ।
ଚଂଚଳାୟୈ ନମସ୍ତୁଭ୍ୟଂ ଲଳିତାୟୈ ନମୋ ନମଃ ॥
ନମଃ ପ୍ରଦ୍ୟୁମ୍ନଜନନୀ ମାତୁସ୍ତୁଭ୍ୟଂ ନମୋ ନମଃ ।
ପରିପାଳୟ ଭୋ ମାତର୍ମାଂ ତୁଭ୍ୟଂ ଶରଣାଗତଂ ॥
ଶରଣ୍ୟେ ତ୍ଵାଂ ପ୍ରପନ୍ନୋଽସ୍ମି କମଳେ କମଳାଳୟେ ।
ତ୍ରାହି ତ୍ରାହି ମହାଲକ୍ଷ୍ମୀ ପରିତ୍ରାଣ ପରାୟଣେ ॥
ପାଣ୍ଡିତ୍ୟଂ ଶୋଭତେ ନୈଵ ନ ଶୋଭନ୍ତି ଗୁଣାନରେ ।
ଶୀଲତ୍ଵଂ ନୈଵ ଶୋଭେତ ମହାଲକ୍ଷ୍ମୀ ତ୍ଵୟା ଵିନା ॥
ତାଵଦ୍ଵିରାଜତେ ରୂପଂ ତାଵଚ୍ଛୀଳଂ ଵିରାଜତେ ।
ତାଵଦ୍ଗୁଣା ନରାଣାଂ ଚ ଯାଵଲ୍ଲକ୍ଷ୍ମୀଃ ପ୍ରସୀଦତୀ ॥
ଲକ୍ଷ୍ମୀ ତ୍ଵୟାଳଂକୃତମାନଵା ଯେ
ପାପୈର୍ଵିମୁକ୍ତା ନୃପଲୋକମାନ୍ୟାଃ ।
ଗୁଣୈର୍ଵିହୀନା ଗୁଣିନୋ ଭଵନ୍ତି
ଦୁଶୀଲିନଃ ଶୀଲଵତାଂ ଵରିଷ୍ଠାଃ ॥
ଲକ୍ଷ୍ମୀର୍ଭୂଷୟତେ ରୂପଂ ଲକ୍ଷ୍ମୀର୍ଭୂଷୟତେ କୁଳମ୍ ।
ଲକ୍ଷ୍ମୀର୍ଭୂଷୟତେ ଵିଦ୍ୟାଂ ସର୍ଵାଲ୍ଲକ୍ଷ୍ମୀର୍ଵିଶିଷ୍ୟତେ ॥
ଲକ୍ଷ୍ମୀ ତ୍ଵଦ୍ଗୁଣକୀର୍ତନେନ କମଳାଭୂର୍ୟାତ୍ୟଳଂ ଜିହ୍ମତାଂ ।
ରୁଦ୍ରାଦ୍ୟା ରଵିଚନ୍ଦ୍ରଦେଵପତୟୋ ଵକ୍ତୁଂ ଚ ନୈଵକ୍ଷମାଃ ॥
ଅସ୍ମାଭିସ୍ତଵ ରୂପଲକ୍ଷଣଗୁଣାନ୍ଵକ୍ତୁଂ କଥଂ ଶକ୍ୟତେ ।
ମାତର୍ମାଂ ପରିପାହି ଵିଶ୍ଵଜନନୀ କୃତ୍ଵା ମମେଷ୍ଟଂ ଧ୍ରୁଵଂ ॥
ଦୀନାର୍ତିଭୀତଂ ଭଵତାପପୀଡିତଂ
ଧନୈର୍ଵିହୀନଂ ତଵ ପାର୍ଶ୍ଵମାଗତମ୍ ।
କୃପାନିଧିତ୍ଵାନ୍ମମ ଲକ୍ଷ୍ମୀ ସତ୍ଵରଂ
ଧନପ୍ରଦାନାଦ୍ଧନ୍ନାୟକଂ କୁରୁ ॥
ମାଂ ଵିଲୋକ୍ୟ ଜନନୀ ହରିପ୍ରିୟେ
ନିର୍ଧନଂ ତ୍ଵତ୍ସମୀପମାଗତମ୍ ॥
ଦେହି ମେ ଝଟିତି ଲକ୍ଷ୍ମୀ କରାଗ୍ରଂ
ଵସ୍ତ୍ରକାଂଚନଵରାନ୍ନମଦ୍ଭୁତଂ ॥
ତ୍ରାହି ତ୍ରାହି ମହାଲକ୍ଷ୍ମୀ ତ୍ରାହି ତ୍ରାହି ସୁରେଶ୍ଵରୀ ।
ତ୍ରାହି ତ୍ରାହି ଜଗନ୍ମାତର୍ଦରିଦ୍ରାତ୍ତ୍ରାହି ଵେଗତଃ ॥
ନମସ୍ତୁଭ୍ୟଂ ଜଗଦ୍ଧାତ୍ରୀ ନମସ୍ତୁଭ୍ୟଂ ନମୋ ନମଃ ।
ଧର୍ମାଧାରେ ନମସ୍ତୁଭ୍ୟଂ ନମଃ ସମ୍ପତ୍ତିଦାୟିନୀ ॥
ଦରିଦ୍ରାର୍ଣଵମଗ୍ନୋଽହଂ ନିମଗ୍ନୋଽହଂ ରସାତଳେ ।
ମଜ୍ଜନ୍ତଂ ମାଂ କରେ ଧୃତ୍ଵା ସୂଦ୍ଧର ତ୍ଵଂ ରମେ ଦ୍ରୁତମ୍ ॥
କିଂ ଲକ୍ଷ୍ମୀ ବହୁନୋକ୍ତେନ ଜଲ୍ପିତେନ ପୁନଃ ପୁନଃ ।
ଅନ୍ୟନ୍ମେ ଶରଣଂ ନାସ୍ତି ସତ୍ୟଂ ସତ୍ୟଂ ହରିପ୍ରିୟେ ॥
ଏତଚ୍ଶ୍ରୁତ୍ଵାଽଗସ୍ତିଵାକ୍ୟଂ ହୃଷ୍ୟମାଣ ହରିପ୍ରିୟା ।
ଉଵାଚ ମଧୁରାଂ ଵାଣୀଂ ତୁଷ୍ଟାହଂ ତଵ ସର୍ଵଦା ॥
ଲକ୍ଷ୍ମୀରୁଵାଚ
ଯତ୍ତ୍ଵୟୋକ୍ତମିଦଂ ସ୍ତୋତ୍ରଂ ଯଃ ପଠିଷ୍ୟତି ମାନଵଃ ।
ଶୃଣୋତି ଚ ମହାଭାଗସ୍ତସ୍ୟାହଂ ଵଶଵର୍ତିନୀ ॥
ନିତ୍ୟଂ ପଠତି ଯୋ ଭକ୍ତ୍ୟା ତ୍ଵଲକ୍ଷ୍ମୀସ୍ତସ୍ୟ ନଶ୍ୟତି ।
ରଣଶ୍ଚ ନଶ୍ୟତେ ତୀଵ୍ରଂ ଵିୟୋଗଂ ନୈଵ ପଶ୍ୟତି ॥
ଯଃ ପଠେତ୍ପ୍ରାତରୁତ୍ଥାୟ ଶ୍ରଦ୍ଧା-ଭକ୍ତିସମନ୍ଵିତଃ ।
ଗୃହେ ତସ୍ୟ ସଦା ସ୍ଥାସ୍ୟେ ନିତ୍ୟଂ ଶ୍ରୀପତିନା ସହ ॥
ସୁଖସୌଭାଗ୍ୟସମ୍ପନ୍ନୋ ମନସ୍ଵୀ ବୁଦ୍ଧିମାନ୍ ଭଵେତ୍ ।
ପୁତ୍ରଵାନ୍ ଗୁଣଵାନ୍ ଶ୍ରେଷ୍ଠୋ ଭୋଗଭୋକ୍ତା ଚ ମାନଵଃ ॥
ଇଦଂ ସ୍ତୋତ୍ରଂ ମହାପୁଣ୍ୟଂ ଲକ୍ଷ୍ମ୍ୟଗସ୍ତିପ୍ରକୀର୍ତିତମ୍ ।
ଵିଷ୍ଣୁପ୍ରସାଦଜନନଂ ଚତୁର୍ଵର୍ଗଫଲପ୍ରଦମ୍ ॥
ରାଜଦ୍ଵାରେ ଜୟଶ୍ଚୈଵ ଶତ୍ରୋଶ୍ଚୈଵ ପରାଜୟଃ ।
ଭୂତପ୍ରେତପିଶାଚାନାଂ ଵ୍ୟାଘ୍ରାଣାଂ ନ ଭୟଂ ତଥା ॥
ନ ଶସ୍ତ୍ରାନଲତୋୟୌଘାଦ୍ଭୟଂ ତସ୍ୟ ପ୍ରଜାୟତେ ।
ଦୁର୍ଵୃତ୍ତାନାଂ ଚ ପାପାନାଂ ବହୁହାନିକରଂ ପରଂ ॥
ମନ୍ଦୁରାକରିଶାଲାସୁ ଗଵାଂ ଗୋଷ୍ଠେ ସମାହିତଃ ।
ପଠେତ୍ତଦ୍ଦୋଷଶାନ୍ତ୍ୟର୍ଥଂ ମହାପାତକନାଶନଂ ॥
ସର୍ଵସୌଖ୍ୟକରଂ ନୃଣାମାୟୁରାରୋଗ୍ୟଦଂ ତଥା ।
ଅଗସ୍ରିଆମୁନିନା ପ୍ରୋକ୍ତଂ ପ୍ରଜାନାଂ ହିତକାମ୍ୟୟା ॥
// ଇତ୍ୟଗସ୍ତିଵିରଚିତଂ ଲକ୍ଷ୍ମୀସ୍ତୋତ୍ରଂ ସମ୍ପୂର୍ଣମ୍ //
••••••••••••••••••••••••••••••••••••••••••••
॥ ଶ୍ରୀଅଷ୍ଟଲକ୍ଷ୍ମୀ ସ୍ତୁତିଃ ॥
••••••••••••••••••••••••••••••••••••••••••••
ଆଦିଲକ୍ଷ୍ମୀଃ ।
ସୁମନସଵନ୍ଦିତସୁନ୍ଦରୀ ମାଧଵୀ ଚନ୍ଦ୍ରସହୋଦରୀ ହେମମୟୀ
ମୁନିଗଣକାଂକ୍ଷିତ ମୋକ୍ଷପ୍ରଦାୟିନୀ ମଞ୍ଜୁଲଭାଷିଣୀ ଵେଦନୁତେ ।
ପଙ୍କଜଵାସିନୀ ଦେଵସୁପୂଜିତେ ସଦ୍ଗୁଣଵର୍ଷିଣି ଶାନ୍ତିଯୁତେ
ଜୟ ଜୟ ହେ ମଧୁସୂଦନକାମିନୀ ଆଦିଲକ୍ଷ୍ମୀ ପରିପାଳୟ ମାମ୍ ॥
ଧନଲକ୍ଷ୍ମୀଃ ।
ଅୟିକଳି କଲ୍ମଷନାଶିନୀ କାମିନୀ ଵୈଦିକରୂପିଣୀ ଵେଦମୟୀ
କ୍ଷୀରସମୁଦ୍ଭଵମଙ୍ଗଲରୂପିଣୀ ମନ୍ତ୍ରନିଵାସିନୀ ମନ୍ତ୍ରନୁତେ ।
ମଙ୍ଗଲଦାୟିନୀ ଅମ୍ବୁଜଵାସିନୀ ଦେଵଗଣାଶ୍ରିତପାଦଯୁଗେ
ଜୟ ଜୟ ହେ ମଧୁସୂଦନକାମିନୀ ଧାନ୍ୟଲକ୍ଷ୍ମୀ ପରିପାଳୟ ମାମ୍ ॥
ଧୈର୍ୟଲକ୍ଷ୍ମୀଃ ।
ଜୟ ଵରଵର୍ଣିନୀ ଵୈଷ୍ଣଵୀ ଭାର୍ଗଵୀ ମନ୍ତ୍ରସ୍ଵରୂପିଣୀ ମନ୍ତ୍ରମୟୀ
ସୁରଗଣଵିନୁତେ ଅତିଶୟଫଳଦେ ଜ୍ଞାନଵିକାସିନୀ ଶାସ୍ତ୍ରନୁତେ ।
ଭଵ ଭୟହାରିଣୀ ପାପଵିମୋଚିନୀ ସାଧୁସମାଶ୍ରିତ ପାଦଯୁଗେ
ଜୟ ଜୟ ହେ ମଧୁସୂଦନକାମିନୀ ଧୈର୍ୟଲକ୍ଷ୍ମୀ ପରିପାଳୟ ମାମ୍ ॥
ଗଜଲକ୍ଷ୍ମୀଃ ।
ଜୟ ଜୟ ଦୁର୍ଗତିନାଶିନୀ କାମିନୀ ବହୁଦେ ଶୁଭକଳହଂସଗତେ
ରଥଗଜ ତୁରଗପଦାଦି ସମାଵୃତ ପରିଜନମଣ୍ଡିତ ରାଜନୁତେ ।
ସୁରଵର ଧନପତି ପଦ୍ମଜସେଵିତ ତାପନିଵାରକ ପାଦଯୁଗେ
ଜୟ ଜୟ ହେ ମଧୁସୂଦନକାମିନୀ ଗଜଲକ୍ଷ୍ମୀ ପରିପାଳୟ ମାମ୍ ॥
ସନ୍ତାନଲକ୍ଷ୍ମୀଃ ।
ଅୟି ଖଗଵାହେ ମୋହିନୀ ଚକ୍ରିଣୀ ରାଗଵିଵର୍ଧିନୀ ସନ୍ମତିଦେ
ଗୁଣଗଣ ଵାରିଧେ ଲୋକହିତୈଷିଣୀ ନାରଦତୁମ୍ବୁରୁ ଗାନନୁତେ ।
ସକଳ ସୁରାସୁର ଦେଵମୁନୀଶ୍ଵର ଭୂସୁର ଵନ୍ଦିତପାଦଯୁଗେ
ଜୟ ଜୟ ହେ ମଧୁସୂଦନକାମିନୀ ସନ୍ତାନଲକ୍ଷ୍ମୀ ପରିପାଲୟ ମାମ୍ ॥
ଵିଜୟଲକ୍ଷ୍ମୀଃ ।
କମଳନିଵାସିନୀ ସତ୍ଗତିଦାୟିନୀ ଵିଜ୍ଞାନ ଵିକାସିନୀ କାମମୟୀ
ଅନୁଦିନମର୍ଚିତ କୁଙ୍କୁମଭାସୁର ଭୂଷଣଶୋଭିସୁଗାତ୍ରଯୁତେ ।
ସୁରମୁନି ସଂସ୍ତୁତ ଵୈଭଵରାଜିତ ଦୀନଜାନାଶ୍ରିତ ମାନ୍ୟପଦେ
ଜୟ ଜୟ ହେ ମଧୁସୂଦନକାମିନୀ ଵିଜୟଲକ୍ଷ୍ମୀ ପରିପାଳୟ ମାମ୍ ॥
ଐଶ୍ଵର୍ୟଲକ୍ଷ୍ମୀଃ ।
ପ୍ରଣତସୁରେଶ୍ଵରୀ ଭାରତୀ ଭାର୍ଗଵୀ ଶୋକଵିନାଶିନୀ ରତ୍ନମୟୀ
ମଣିଗଣଭୂଷିତ କର୍ଣଵିଭୂଷଣ କାନ୍ତି ସମାଵୃତ ହାସମୁଖୀ ।
ନଵନିଧିଦାୟିନୀ କଲିମଲହାରିଣୀ କାମିତଵରଦେ କଲ୍ପଳତେ
ଜୟ ଜୟ ହେ ମଧୁସୂଦନକାମିନୀ ଐଶ୍ଵର୍ୟଲକ୍ଷ୍ମୀ ପରିପାଳୟ ମାମ୍ ॥
ଧନଲକ୍ଷ୍ମୀଃ ।
ଧିମିଧିମିଧିନ୍ଧିମି ଦୁନ୍ଦୁମଦୁମଦୁମଦୁନ୍ଦୁଭିନାଦ ଵିନୋଦରତେ
ବମ୍ବମ୍ବୋଂ ବମ୍ବମ୍ବୋଂ ପ୍ରଣଵୋଚ୍ଚାର ଶଙ୍ଖନିନାଦଯୁତେ ।
ଵେଦପୁରାଣ ସ୍ମୃତିଗଣଦର୍ଶିତ ସତ୍ପଦସଜ୍ଜନ ଶୁଭଫଳଦେ
ଜୟ ଜୟ ହେ ମଧୁସୂଦନକାମିନୀ ଧନଲକ୍ଷ୍ମି ପରିପାଳୟ ମାମ୍ ॥
// ଇତି ଶ୍ରୀଅଷ୍ଟଲକ୍ଷ୍ମୀସ୍ତୁତିଃ ସମ୍ପୂର୍ଣା //
*******************************
Comments
Post a Comment