ଅଷ୍ଟ ଲକ୍ଷ୍ମୀ

 🐘🦉🪷🪷🪷 *ଅଷ୍ଟ ଲକ୍ଷ୍ମୀ* 🪷🪷🐚🦉🚩


 *ଆଦି ଲକ୍ଷ୍ମୀ* 


ଦେବୀ ଆଦିଲକ୍ଷ୍ମୀ ପ୍ରଥମେ ସୃଷ୍ଟି ହୋଇଥିଲେ ବୋଲି ବିଶ୍ୱାସ କରାଯାଏ । ଆଦିଲକ୍ଷ୍ମୀ ମହର୍ଷି ଭୃଗୁଙ୍କ କନ୍ୟା ରୂପେ ଜନ୍ମଗ୍ରହଣ କରିଥିଲେ । ଦେବୀଙ୍କର ଏହି ସ୍ୱରୂପ ଅତ୍ୟନ୍ତ ମନୋରମ । ଚାରି ଭୁଜାଧାରୀ ଦେବୀ ଗୋଟିଏ ହାତରେ ପଦ୍ମ ଏବଂ ଅନ୍ୟ ହାତରେ ଧଳା ପତାକା କରିଛନ୍ତି । ଯାହା ସୁଖଶାନ୍ତି ତଥା ସମୃଦ୍ଧିର ପ୍ରତୀକ । ଦେବୀଙ୍କର ଅନ୍ୟ ଦୁଇହାତ ଅଭୟ ତଥା ବରଦା ମୁଦ୍ରାରେ ରହିଛି । ଆଦିଲକ୍ଷ୍ମୀଙ୍କୁ ପ୍ରଥମ ଲକ୍ଷ୍ମୀ ବା ମହାଲକ୍ଷ୍ମୀ ମଧ୍ୟ କୁହାଯାଏ । ଦେବୀଙ୍କ କାରଣରୁ ଏ ସାରାଜଗତ ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଥିବା ବିଶ୍ୱାସ କରାଯାଏ ।


 *ଗଜ ଲକ୍ଷ୍ମୀ* 


ଧନର ଦେବୀ ଲକ୍ଷ୍ମୀଙ୍କର ସବୁଠାରୁ ଲୋକପ୍ରିୟ ଅବତାର ହେଉଛି ଗଜଲକ୍ଷ୍ମୀ । ଓଡ଼ିଆ ପରମ୍ପରାରେ କୁମାର ପୂର୍ଣ୍ଣିମା ବା ଆଶ୍ୱୀନ ମାସ ପୂର୍ଣ୍ଣିମା ଅବସରରେ ଦେବୀ ଗଜଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ । ଚାରିଭୂଜାଧାରିଣୀ ଦେବୀ ଗଜଲକ୍ଷ୍ମୀ ସର୍ବଦା ଲାଲ ରଙ୍ଗର ବସ୍ତ୍ର ପରିଧାନ କରିଥାନ୍ତି । ତାଙ୍କର ଦୁଇ ହାତ ଅଭୟ ତଥା ବରଦ ମୁଦ୍ରାରେ ରହିଥାଏ । ଦେବୀଙ୍କ ଦୁଇପାଖରେ ଦୁଇ ଗଜ ବା ହାତୀ ଦେବୀଙ୍କ ପ୍ରତି ସମର୍ପଣ ଜଣାଇ ଛିଡ଼ା ହୋଇଥାନ୍ତି । ଦେବୀ ଗଜଲକ୍ଷ୍ମୀଙ୍କୁ ପୂଜା କରିବାଦ୍ୱାରା ଗୋସମ୍ପଦ ପ୍ରାପ୍ତି ହୋଇଥାଏ । ଗଜଲକ୍ଷ୍ମୀ ପ୍ରସନ୍ନ ହେଲେ ଭକ୍ତଜନଙ୍କୁ ରାଜକୀୟ ସୁଖ ପ୍ରଦାନ କରିଥାନ୍ତି । ଦେବୀ ଗଜଲକ୍ଷ୍ମୀଙ୍କ ପୂଜାଦ୍ୱାରା ଇନ୍ଦ୍ରଦେବ ସ୍ୱର୍ଗପୁରୀ ଏବଂ ଦେବଲୋକର ସମସ୍ତ ସମ୍ପତ୍ତି ଫେରି ପାଇଥିଲେ ବୋଲି ପୁରାଣରେ ଉଲ୍ଲେଖ ରହିଛି । ଗଜଙ୍କଦ୍ୱାରା ପୂଜା ପାଉଥିବା ଦେବୀଙ୍କୁ ମଧ୍ୟ ଗଜଲକ୍ଷ୍ମୀ କୁହାଯାଏ ।


 *ସନ୍ତାନ ଲକ୍ଷ୍ମୀ* 

ସନ୍ତାନ ଲକ୍ଷ୍ମୀଙ୍କର ଛଅଟି ବାହୁ ରହିଛି । ତାଙ୍କର ଦୁଇଟି ହାତରେ ଶୁଭର ପ୍ରତୀକ କଳସ ଶୋଭା ପାଇଥାଏ । ଅନ୍ୟ ହାତରେ ଖଣ୍ଡା, ଢାଲ ଶୋଭା ପାଉଥିବା ବେଳେ ଦେବୀଙ୍କ କୋଳରେ ଏକ ଶିଶୁ ବିରାଜମାନ କରିଥାଏ । ଦେବୀ ଗୋଟିଏ ହାତରେ ସେହି ଶିଶୁକୁ ଧରିଥାନ୍ତି । ଦେବୀଙ୍କର ଅନ୍ୟ ଏକ ହାତରେ ଅଭୟ ମୁଦ୍ରାରେ ଥାଏ । ସେହି ଶିଶୁଟି ଏକ ପଦ୍ମଫୁଲ ଧରିଥାଏ । ସନ୍ତାନ ଲକ୍ଷ୍ମୀଙ୍କୁ ସନ୍ତାସନ୍ତତିର ଦେବୀ କୁହାଯାଏ । ସନ୍ତାନ ପ୍ରାପ୍ତି ନିମନ୍ତେ ଦେବୀଙ୍କୁ ପୂଜା କରାଯାଏ । ତେଣୁ ସନ୍ତାନ ଲକ୍ଷ୍ମୀ ହେଉଛନ୍ତି ସନ୍ତାନସନ୍ତତି ଆଶୀର୍ବାଦ ପ୍ରଦାନ କରୁଥିବା ଦେବୀ ।


 *ବିଦ୍ୟା ଲକ୍ଷ୍ମୀ* 


ବିଦ୍ୟା ଲକ୍ଷ୍ମୀ

ଜ୍ଞାନ ସହିତ ଧନଧାନ୍ୟରେ ସର୍ବଦା ପରିପୂର୍ଣ୍ଣ ରହିଥିଲେ ମନୁଷ୍ୟ ସୁଖଶାନ୍ତିରେ ରହେ । ଶାନ୍ତମନୁଷ୍ୟ ସର୍ବଦା ଐଶ୍ୱର୍ଯ୍ୟ ମଧ୍ୟରେ ରହିଥାଏ । ମାତା ଲକ୍ଷ୍ମୀଙ୍କୁ ଐଶ୍ୱର୍ଯ୍ୟର ଦେବୀ କୁହାଯାଏ । କାରଣ ସେ ଭକ୍ତଜନଙ୍କୁ ବିଦ୍ୟା ତଥା ଐଶ୍ୱର୍ଯ୍ୟ ପ୍ରଦାନ କରିଥାନ୍ତି । ଐଶ୍ୱର୍ଯ୍ୟ ପ୍ରଦାନ କରୁଥିବା ଦେବୀଙ୍କର ଏହି ରୂପରେ ଐଶ୍ୱର୍ଯ୍ୟ ଲକ୍ଷ୍ମୀ ବା ବିଦ୍ୟା ଲକ୍ଷ୍ମୀ କୁହାଯାଏ । ଦେବୀ ଐଶ୍ୱର୍ଯ୍ୟ ଲକ୍ଷ୍ମୀଙ୍କୁ ଧନବାନମାନେ ପୂଜା କରିଥାନ୍ତି ବୋଲି ବିଶ୍ୱାସ ରହିଛି । ଐଶ୍ୱର୍ଯ୍ୟ ଲକ୍ଷ୍ମୀଙ୍କର ଚାରିବାହୁ ରହିଛି । ସେ ଶ୍ୱେତ ବର୍ଣ୍ଣର ଅଳଙ୍କାର ଧାରଣ କରିଥାନ୍ତି । ତାଙ୍କର ଉପର ଦୁଇ ହାତରେ କମଳ ଫୁଲ ଶୋଭା ପାଉଛି । ଅନ୍ୟ ଦୁଇଟି ହାତ ଯଥାକ୍ରମେ ଅଭୟ ଏବଂ ବରଦ ମୁଦ୍ରାରେ ରହିଥାଏ । କେହି ଦେବୀଙ୍କୁ ବିଦ୍ୟା ଲକ୍ଷ୍ମୀ ମଧ୍ୟ କହିଥାନ୍ତି । କାରଣ ଦେବୀ ନିଜ ଭକ୍ତଜନଙ୍କୁ ବିଦ୍ୟା ପ୍ରଦାନ କରିଥାନ୍ତି ।


 *ବିଜୟ ଲକ୍ଷ୍ମୀ* 


ବିଜୟ ଲକ୍ଷ୍ମୀ

ବିଜୟ ଲକ୍ଷ୍ମୀଙ୍କ ସ୍ୱରୂପ ବୀର ଲକ୍ଷ୍ମୀଙ୍କ ସହିତ ପ୍ରାୟତଃ ସମାନ । ତାଙ୍କର ଆଠ ବାହୁ ରହିଛି । ସେ ଚକ୍ର, ଶଙ୍ଖ, ଖଣ୍ଡା, ଢାଲ, ପଦ୍ମ, ପାଶ ଆଦି ଧାରଣ କରିଥାନ୍ତି । ଦେବୀଙ୍କର ଦୁଇଟି ହାତ ଅଭୟ ଓ ବରଦ ମୁଦ୍ରାରେ ରହିଥାଏ । ଦେବୀଙ୍କୁ ବିଜୟ ବା ଜୟ ଲକ୍ଷ୍ମୀ ନାମରେ ପୂଜାକରାଯାଇଥାଏ । ଦେବୀ ମନୁଷ୍ୟକୁ ଜୀବନ ଯୁଦ୍ଧରେ ବିଜୟ ପ୍ରଦାନ କରିଥାନ୍ତି । ବିଜୟ ଲକ୍ଷ୍ମୀଙ୍କୁ ଆରାଧନା କରିବାଦ୍ୱାରା ଭକ୍ତଜନ ଜୀବନର ସମସ୍ତ ପ୍ରକାରର କଠିନ ପରିସ୍ଥିତିରୁ ମୁକ୍ତି ପାଇଥାନ୍ତି । ସାଧକଙ୍କ ମତରେ କୌଣସି କଠିନ ପରିସ୍ଥିତିରୁ ମୁକ୍ତି ପାଇବା ପରେ ବିଜୟ ଉଲ୍ଲାସରେ ଅହଙ୍କାରର ପ୍ରବୃତ୍ତ ନହୋଇ ବିଜୟ ଲକ୍ଷ୍ମୀଙ୍କ ପ୍ରତି ଜୀବନ ଯୁଦ୍ଧରେ ବିଜୟ ନିମନ୍ତେ କୃତଜ୍ଞତା ଜ୍ଞାପନ କରିବା ଆବଶ୍ୟକ । ଏହାଦ୍ୱାରା ମନୁଷ୍ୟ ବିନୟୀ ତଥା ସଫଳ ହୋଇପାରିବ ।


 *ଧାନ୍ୟଲକ୍ଷ୍ମୀ* 


ଧାନ୍ୟଲକ୍ଷ୍ମୀ

କୃଷିଭିତ୍ତିକ ପରମ୍ପରାରେ ଦେବୀ ଲକ୍ଷ୍ମୀଙ୍କୁ ଉପାସନା କରାଯାଇଥାଏ ।ବିଶେଷତଃ ଓଡ଼ିଶା ଭଳି କୃଷିପ୍ରଧାନ ଅଞ୍ଚଳରେ ଦେବୀଙ୍କୁ ଅନ୍ନଦାତ୍ରୀ ରୂପେ ପୂଜା କରାଯାଏ । ଧାନ ସହିତ ଦେବୀଙ୍କୁ ପୂଜା କରିବାର ପରମ୍ପରା ଆମ ରାଜ୍ୟରେ ପ୍ରଚଳିତ । ଧାନ୍ୟ ଲକ୍ଷ୍ମୀ ହେଉଛନ୍ତି ଶସ୍ୟର ଦେବୀ । ଦେବୀ ନିଜ ଭକ୍ତଜନଙ୍କ କ୍ଷୁଧା ହରଣ ନିମନ୍ତେ ଧାନ ଆଦି ଶସ୍ୟ ପ୍ରଦାନ କରିଥାନ୍ତି । ତେଣୁ ସେ ଧାନ୍ୟ ଲକ୍ଷ୍ମୀ ରୂପରେ ପରିଚିତ । ଧାନ୍ୟ ଲକ୍ଷ୍ମୀଙ୍କ ଅଷ୍ଟଭୂଜା ସ୍ୱରୂପକୁ ପୂଜା କରାଯାଏ । ଦେବୀ ସର୍ବଦା ସବୁଜ ରଙ୍ଗର ବସ୍ତ୍ର ପରିଧାନ କରିଥାନ୍ତି । ତାଙ୍କର ହାତରେ ଦୁଇଟି ପଦ୍ମଫୁଲ, ଗଦା, ଶସ୍ୟକେଣ୍ଡା, ଆଖୁ, କଦଳୀ ଆଦି ରହିଥାଏ । ଦେବୀଙ୍କର ଦୁଇଟି ହସ୍ତ ଅଭୟ ଓ ବରଦମୁଦ୍ରାରେ ରହିଥାଏ । କୃଷି କ୍ଷେତ୍ରରେ ସମୃଦ୍ଧି ନିମନ୍ତେ ଧାନ୍ୟ ଲକ୍ଷ୍ମୀଙ୍କୁ ଉପାସନା କରାଯାଏ ।


 *ବୀର ଲକ୍ଷ୍ମୀ* 


ବୀର ଲକ୍ଷ୍ମୀ ହେଉଛନ୍ତି ଅଷ୍ଟଭୂଜାଧାରିଣୀ, ଲାଲବସ୍ତ୍ର ପରିହିତା । ଦେବୀଙ୍କ ହାତରେ ଚକ୍ର, ଶଙ୍ଖ, ଧନୁଶର, ତ୍ରିଶୂଳ, ଖଣ୍ଡା, ତାଳପତ୍ର ପୋଥି ଆଦି ଶୋଭା ପାଇଥାଏ ।ଦେବୀଙ୍କର ଦୁଇଟି ହସ୍ତ ଅଭୟ ତଥା ବରଦମୁଦ୍ରାରେ ରହିଛି । ବୀର ଲକ୍ଷ୍ମୀଙ୍କୁ ସାହସ, ବୀରତ୍ୱ ତଥା ଧୈର୍ଯ୍ୟର ଦେବୀ କୁହାଯାଏ । ଦେବୀ ବୀର ଲକ୍ଷ୍ମୀଙ୍କୁ ପୂଜା କରିବାଦ୍ୱାରା ଯୁଦ୍ଧରେ ବିଜୟ ପ୍ରାପ୍ତ ହୁଏ । ଦେବୀ ବୀର ଲକ୍ଷ୍ମୀଙ୍କ କୃପା ଲାଭ କରି ଭକ୍ତମାନେ ଜୀବନର ସମସ୍ତ ପ୍ରକାରର କଠିନ ପରିସ୍ଥିତିରୁ ମୁକ୍ତି ପାଇଥାନ୍ତି ।


 *ଧନଲକ୍ଷ୍ମୀ* 


ଧନଲକ୍ଷ୍ମୀ

ଦେବୀ ଧନ ଲକ୍ଷ୍ମୀଙ୍କୁ ଉପାସନାଦ୍ୱାରା ଅର୍ଥ ତଥା ସୁବର୍ଣ୍ଣ ଆଦି ମୂଲ୍ୟବାନ ଧାତୁ ପ୍ରାପ୍ତି ହୁଏ । ଷଡ଼ଭୂଜାଧାରୀ ଦେବୀ ଲକ୍ଷ୍ମୀ ସର୍ବଦା ଲାଲ ରଙ୍ଗର ବସ୍ତ୍ର ପରିଧାନ କରିଥାନ୍ତି । ତାଙ୍କର ଗୋଟିଏ ହାତରେ ଚକ୍ର ଓ ଅନ୍ୟ ଏକ ହାତରେ ଶଙ୍ଖ ଶୋଭା ପାଏ । ସେହିପରି ମାତା ଧନ ଲକ୍ଷ୍ମୀଙ୍କ ଅନ୍ୟ ଏକ ହାତରେ ଅମୃତ କଳସ ରହିଛି । ଅମୃତ ହେଉଛି ଜୀବନର ପ୍ରତୀକ । କଳସ ଶୁଭତାର ପ୍ରତୀକ । ଦେବୀଙ୍କର ଅନ୍ୟ ହାତରେ ଧନୁଶର, ପଦ୍ମ ଏବଂ ଅଭୟ ମୁଦ୍ରା ଶୋଭା ପାଇଥାଏ । ଅଭୟ ମୁଦ୍ରାରେ ଥିବା ହସ୍ତରୁ ଅନବରତ ଧନ ବର୍ଷା ହେଉଥିବାର ଦେଖିବାକୁ ମିଳେ ।🙏🏻🌹🙏🏻



.


MTFE SINAPALI

HOW TO GET STARTED WITH MTFE

" नेटवर्क मार्केटिंग " क्यू करें समझ लिजिये ?

MTFE ME ACC OPEN KARNE KE LIYE

MTFE Account Level Update & AI Details

MTFE ASIC Broker Licence Inquiry Method

MTFE AI Trading Profit

Mtfe Privacy Policy

Mtfe Very Very Important 

MTFE Global Operation Service Center Recruitment Plan

Emperor club CEO Traning Program

CEO Program Explained

Al smart tranjection

Mtfe 



Comments

Popular posts from this blog

*"ମୁଁ ଜଣେ ଓଡ଼ିଆ"* ଲେଖାଟି ଖୁବ୍ ଉଚ୍ଚ କୋଟୀର ହୋଇଛି। ଏହାକୁ ନିଶ୍ଚିତ ଶେଷଯାଏ ପଢ଼ନ୍ତୁ।

ସିଦ୍ଧିଲକ୍ଷ୍ମୀସ୍ତୋତ୍ରମ୍

ବନଦୁର୍ଗାମନ୍ତ୍ରବିଧାନମ୍