*"ମୁଁ ଜଣେ ଓଡ଼ିଆ"* ଲେଖାଟି ଖୁବ୍ ଉଚ୍ଚ କୋଟୀର ହୋଇଛି। ଏହାକୁ ନିଶ୍ଚିତ ଶେଷଯାଏ ପଢ଼ନ୍ତୁ।
*"ମୁଁ ଜଣେ ଓଡ଼ିଆ"* ଲେଖାଟି ଖୁବ୍ ଉଚ୍ଚ କୋଟୀର ହୋଇଛି। ଏହାକୁ ନିଶ୍ଚିତ ଶେଷଯାଏ ପଢ଼ନ୍ତୁ। (କ) ''ମୁଁ ଜଣେ ଓଡ଼ିଆ" ; ପୃଥିବୀର ଯେ କୌଣସି ସ୍ଥାନରେ ଠିଆହୋଇ ଏହା କହିବାରେ ଖୁବ୍ ଆନନ୍ଦ ଅଛି। *ପୃଥିବୀର କୋଡ଼ିଏଟି ସମୃଦ୍ଧ ସଭ୍ୟ ସୃଜନ ଭାଷା ଭିତରୁ ମୋ ଭାଷା ଗୋଟିଏ।* ପୃଥିବୀର ଯେ କୌଣସି ଗୌରବମୟ ସଂସ୍କୃତି ମଧ୍ୟରୁ ମୋ *ସ°ସ୍କୃତି* କେବଳ ଗୋଟିଏ ନୁହେଁ ! ମୋର *ସ୍ଥାନ ସ୍ଵତନ୍ତ୍ର।* *ସ୍ଵତନ୍ତ୍ର କଳାର ସୃଜନ (ଉତ୍କଳ)* ହେତୁ ପଥର ନିହାଣରେ କିମ୍ବଦନ୍ତି ଗଢ଼ିଛି। ବିଶ୍ଵ ନୃତ୍ୟମାନସରେ *ମୋ ନୃତ୍ୟ ଏକ ଉତ୍ତରଣ ଭୂମିରୁ ଭୂମାଆଡ଼େ* ; ଆଉ ସବୁ ନୃତ୍ୟକୁ ଏହା କହେ : *ନୃତ୍ୟର ଛନ୍ଦରେ କରିହେବ ପ୍ରାଣର ଈଶ୍ୱରୀକରଣ।* ସମୁଦ୍ରର ଅସୀମତାକୁ ଦେଖି ବିଶ୍ଵ ଯେବେ ଭୟରେ ଚାହିଁ ରହୁଥିଲା,ମୁଁ ଅଗସ୍ତି ମୁନି ଭଳି ପିଇ ନେଇଥିଲି ସାତ ସମୁଦ୍ର। *ଦ୍ବୀପ ପରେ ଦ୍ଵୀପ ଡେଇଁ ଦେଶ ବିଦେଶରେ ମୋ ଦୁଃସାହସର ଧ୍ବଜା ଉଡାଇଥିଲି।* ଆଉ ବିଶ୍ଵ ଆଧ୍ୟାତ୍ମ ବଡ଼ଦାଣ୍ଡରେ *ମୁଁ ଗଢ଼ିଛି ଅଧାଗଢ଼ା ତିନିଠାକୁର।* ମୁଁ ମଣିଷ ; *କିଭଳି ଗଢ଼ିପାରିବି ପୂର୍ଣ୍ଣ ଈଶ୍ଵର ?* ମୋର ଏଇ ସରଳତାରେ ଗଢ଼ା *ମୋ ସରଳ ଠାକୁର ମଧ୍ୟରେ ସବୁଧର୍ମ, ସବୁମତ,ସବୁପଥ ନିଜ ଅସ୍ତିତ୍ଵ ହରାଇଛି।* ଆଉ ସେଇ ସରଳ ଠାକୁର କେବଳ ମୋ ମନ୍ଦିରର ଦିଅଁ ନୁହେଁ ; *ମୋ ଜାତିର ଆତ୍ମା,ମୋ ଘରର ମୁରବୀ।* ତେଣୁ ମୁଁ ଏ ଭୂମିର ଦାୟାଦ ବୋଲି ଆନନ୍ଦ ଲାଗୁଛି ...